ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୩
ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ'
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଅନ୍ନ ବ୍ୟଞ୍ଜନ - ଅନ୍ନ ଓ ବ୍ୟଞ୍ଜନ, ଭାତ ତିଅଣ । କ୍ଷୁଧା ଶାନ୍ତ କରିବା ନିମନ୍ତେ ଅନ୍ନବ୍ୟଞ୍ଜନାଦି ବିଭିନ୍ନ ଦ୍ରବ୍ୟର ଭୋଜନ ।
ଅପାଲୁ - ପିଠା ବିଶେଷ । ମିଷ୍ଟାନ୍ନ ବିଶେଷ । ଅମାଲୁ ।
ଅବକାଶ ଦହି - ଅବକାଶ ସମୟରେ ଠାକୁରଙ୍କ ସ୍ନାନ ନିମନ୍ତେ ବ୍ୟବହୃତ ହେଉଥିବା ଦହି ।
ଅବଟା - ଯାହା ବଟା ହୁଏ ନାହିଁ । ଶ୍ରୀଜୀଉଙ୍କ ମହାପ୍ରସାଦରେ ଅବଟା ମସଲା ବ୍ୟବହୃତ ହୁଏ ।
ଅବଢ଼ା - ଯେଉଁ ଖାଦ୍ୟ ବଢ଼ା ହୁଏ ନାହିଁ । ସାଧାରଣତଃ ଲୋକେ ଅନ୍ନକୁ ରୋଷ ହାଣ୍ଡିରୁ ପାତ୍ର ଆଦିରେ ବାଢ଼ି ଭୋଜନ କରନ୍ତି । ମାତ୍ର ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦକୁ ସେହି କୁଡ଼ୁଆରେ ବା ଛେଲୁଆରେ ଅତି ତୃପ୍ତିରେ ଭକ୍ତମାନେ ଭୋଜନ କରୁଥିବାରୁ ଏହାକୁ ଅବଢ଼ା କୁହାଯାଏ ।ଲୋକେ ଅବଢ଼ାକୁ ସାକ୍ଷୀ ରଖି ହାତରେ ଦେଇ ଅନ୍ୟ ସହ ବନ୍ଧୁତା ସ୍ଥାପନ କରାଯାଇଥିବା ବ୍ୟକ୍ତି ବିଶେଷକୁ ଅବଢ଼ା ନାମରେ ଡାକନ୍ତି । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଭୋଗ ରୂପେ ଦିଆଯାଉଥିବା ଅନ୍ନ ବା ମହାପ୍ରସାଦ ।
ଅବଢ଼ା କୁଡ଼ୁଆ - ଯେଉଁ ମାଟି ପାତ୍ରରେ ଶ୍ରୀ ଜଗନ୍ୱାଥଙ୍କ ଲାଗି ଅନ୍ନ ପ୍ରସାଦ ରନ୍ଧନ କରାଯାଇଥାଏ ।
ଆମାଲୁ - ଅଟା, ଚାଉଳ ଚୁନା ଓ ଗୁଡ଼କୁ ମିଶ୍ରଣ କରି ଘିଅରେ ଛାଣି ଭୋଗ ପାଇଁ ପ୍ରସ୍ତୁତ କରାଯିବା ପିଠା ବିଶେଷ । ଏହା ମଧ୍ୟାହ୍ନ ଧୂପରେ ଶ୍ରୀ ଜୀଉଙ୍କ ପାଖରେ ଲାଗି ହୁଏ । ଏବା ବଡ଼, ସାନ, ଚକି, ହାତ ପୋଡ଼ା ଚାରି ପ୍ରକାର କରାଯାଏ ।
No comments:
Post a Comment