Monday, January 11, 2016

ଡଗର ( ପ୍ରଥମ ବର୍ଷ, ପଞ୍ଚମ ସ‌ଂଖ୍ୟା) ପତ୍ରିକାରୁ ଓଡିଶା ସମାଚାର - ୪





୧୯୩୬ ମସିହା : ୧୩୪୪ ସାଲ, ଶ୍ରାବଣ ପ୍ରଥମାର୍ଦ୍ଧ  



ଗୋଟିଏ ନୂଆ ଓଡିଆ ଦୈନିକ ଖବର କାଗଜ କଟକରୁ ବାହାରିବାର ଶୁଣା ହେଉଛି । 

ପୁରୀର କଂଗ୍ରେସ୍ ଏମ, ଏଲ, ଏ, ଶ୍ରୀଯୁକ୍ତ ମୋହନ ଦାସ ଗୋଟିଏ ଅନାବାଦୀ ପୋଖରୀରୁ ମାଛ ଧରିବା ଯୋଗୁଁ ଚାଲାଣ ହୋଇଛନ୍ତି ।

ବାଲେଶ୍ୱରର ନିଷ୍ଠାବାନ ଓ ସମ୍ମାନିତ ଦେଶ ସେବକ ଡ଼ାକ୍ତର କୃଷ୍ଣଚନ୍ଦ୍ର ମହାନ୍ତି ଆଉ ଇହଧାମରେ ନାହାନ୍ତି । ବିନା ବାଧିକିରେ ସେ ହଠାତ ଦେହ ଛାଡ଼ିଗଲେ । 

ବାଲେଶ୍ୱର ଅଞ୍ଚଳରେ ଏକ ନୂଆ ରୋଗ ଦେଖା ଯାଉଛି । ତଣ୍ଟି ବଥା କରି ରୋଗୀ ଚବିଶ ଘଣ୍ଟା ଭିତରେ ମାରା ପଡ଼ୁଛି ।

ଆମର ଗୁଞ୍ଜାଦିଆ ମନ୍ତ୍ରୀ ମାନଧାତା ଗୋରାଚାନ୍ଦ ଦେଶର ଓ ପ୍ରଜାଙ୍କର ଭଲ ଲାଗି କେତେ ଗୁଡ଼ିଏ ଆଇନତିଆରି କରୁଥିଲେ । ମାତ୍ର ସେ ଇସ୍ତଫା ଦେବାରୁ ସରକାରି ଭାବରେ ପେସ ନକରି ସେହି ସବୁ ଆଇନକୁ ବେସରକାରୀ ଭାବରେ ଆସେମଲିରେ ଆଗତ କରିବେ । 

ଓଡ଼ିଶାର ମୁସଲମାନମାନେ ଲଗାଇ ଥିଲେ କି ଜଣେ ମୁସଲମାନ ମନ୍ତ୍ରୀ କରାଯାଉ । ମାତ୍ର କେହି ଜଣେ ହେଲେ କଂଗ୍ରେସିଆ ମୁସଲମାନ ମେମ୍ବର ନ ଥିବାରୁ ତାହା ହେବା ଅସମ୍ଭବ ବୋଲି ଉତ୍ତର ମିଳିଛି । ସବୁଆଡ଼େ ବଡ଼ ଭାଗଟା ଅଳି କରିବା ଖଶଲତ ପାଲଟି ଗଲାଣି କି ?

କନିକାର ପ୍ରଜା-ନେତା ଓ ଆସେମଲି ମେମ୍ବର ଶ୍ରୀଯୁକ୍ତ ଚକ୍ରଧର ବେହେରାଙ୍କୁ ପୋଲିସ ଗିରଫ କରିଥିଲା ।  ଏବେ ବିନା ସର୍ତ୍ତରେ ଛାଡ଼ି ଦେଇଛି । ଏ କଣ ନୂଆ ଶାସନର ଫଳ ?

ଓଡ଼ିଶାର ପ୍ରଥମ ଛାପାଖାନା ପ୍ରିଣ୍ଟିଂ କମ୍ପାନୀ ଓ ପ୍ରଥମ ଖବର କାଗଜ ଉତ୍କଳ ଦୀପିକା ପ୍ରେସ୍ ଏବେ ନିଲାମ ହୋଇଗଲା । ମହାଜନ ମୟୁରଭଞ୍ଜର ରାଉତରା ସାହେବ ଧରିଛନ୍ତି । ଗୌରୀଶଙ୍କରଙ୍କ କୀର୍ତ୍ତି ଓ ଓଡ଼ିଆର ଗର୍ବର ଜିନିଷ ଲୋପ ପାଇଲା । ତେବେ ସୁଖର କଥା ମହାରାଜା ରାମଚନ୍ଦ୍ରଙ୍କ ଭାଇଙ୍କ ହାତରେ ପଡ଼ିଛି । ଏଥିରୁ ଜଣାହୁଏ ସେ ଏହି ଜାତୀୟ କୀର୍ତ୍ତିଟି ରଖି ଏହାର ଉନ୍ନତ୍ତି କରାଇବେ ।

ରାଜ ଦ୍ରେହରେ ପଡ଼ି ଥିବା କ‌ଂଗ୍ରେସ ନେତା ଶ୍ରୀ ଲକ୍ଷ୍ମୀନାରାୟଣ ମିଶ୍ର ଓ ପଣ୍ଡିତ ପ୍ରାଣକୃଷ୍ଣ ପଡ଼ିଆରୀ ନୂଆ ମନ୍ତ୍ରୀଙ୍କ ହୁକୁମରେ ଛାଡ଼ ପାଇଲେ । 

No comments:

Post a Comment