ମଧୁସୂଦନ ରାଓ କୃତ ବର୍ଣ୍ଣବୋଧ - ୩
(ଅଷ୍ଟମ ସଂସ୍କରଣ - ୧୯୦୧ ମସିହା)
ୠ କାର
ପୃଷ୍ଠା ୧୨
![]() |
ପଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଧଳାବୃଷ ବୁଲୁଅଛି । କଳାମୃଗ ଜଳ ପିଉଅଛି । କୃଷକ ଘରଣୀ ଗୃହ ଲିପୁଅଛି । ଗାଈକୁ ତୃଣ ଦିଅ ।
କୃଷିକାରୀ ହିତକାରୀ ଅଟେ ପୃଥିବୀର ।
କୃଷିକରି ପାଳୁଅଛି ମାନବ ଶରୀର ।
ଏ କାର
ପୃଷ୍ଠା ୧୩
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଛେଳିଛୁଆଟିକି ଦେଖ । ମେଷଛୁଆଟିକି ରଖ । ଗାଡ଼ିରେ ଲଗାଅ ଅଖ । ପାକଲାବେଲକୁ ଚାଖ । ନଡ଼ିଆତେଲ ଲଗାଅ । କେଶବର ଲୁଗା ମଗାଅ । ଲେଖାପଢ଼ାରେ ଦିଅ ମନ । ହେଳା ନ କର ଶିଶୁଗଣ । ଖେଳା କର ହେ ପଢ଼ା ସାରି । ଦେଖିବ ଆସ ଶୁଆ ସାରୀ ।
ଐକାର
ପୃଷ୍ଠା - ୧୪
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ମଥାରେ ତୈଳ ଲଗାଅ । ଛେଳି ଶୈଳ ଉପରେ ଚରୁଅଛି । କୈଳାସର ଶୈଶବକାଳରେ ତାହାର ପିତା ମରିଗଲେ । ଭୈରବ ଛତା ଧରିଅଛି । ବୈଶାଖ ମାସେ ବଡ଼ ଖରା । ଅତି ତପତ ହୁଏ ଧରା ।
No comments:
Post a Comment