Monday, January 04, 2016

ପିଲାଙ୍କ ଗୀତ - ଚକା ଚକା ଭଉଁରୀ 


କବି - ଶ୍ରୀ ଉଦୟନାଥ ଷଡ଼ଙ୍ଗୀ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍


ଚକା ଚକା ଭଉଁରୀ
ମାମୁଁ ଘର ଚଉଁରୀ 
ମାମୁଘର ବହୁଦୂର 
ନାଆ ଫିଟା ନାଉରୀ ।

ଚକା ଚକା ବୋଇତ
ଦିଅଁ ପୂଜା ପାଇଁ ତ
ନଇଁ ପଡ଼ି କଇଁଫୁଲ 
ତୋଳିଆଣ ବହୁତ ।

ଚକା ଚକା ଥାଳିଆ
ଆମେ ଏକମେଳିଆ,
ବୁଲିପଡ଼ି ଚାଲିଗଲେ
ବୋଝ ନେବ କାଳିଆ ।

ଚକା ଚକା ଚକୁଳି
ଆସ ଯିବା ସଙ୍ଖୁଳି
ଆଗ ହେବ ସୁନା ପାଗ
ପଛେ ପୋଡ଼ା ଚକୁଳି ।

ମୂଳ ରଚନା 'ଚକା ଚକା ଭଉଁରୀ' ସଙ୍କଳନରେ ୧୯୫୭ ମସିହାରେ ଛପା ଯାଇଥିଲା । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ ।

No comments:

Post a Comment