ସମ୍ପୂର୍ଣ୍ଣ ଉପଦେଶ ସାର (ପାରାୟଣ ସହ)
ଶ୍ରୀ ରମଣ ମହର୍ଷି କୃତ ଉପଦେଶ ସାରର ଓଡ଼ିଆ ପଦ୍ୟାନୁବାଦ
ସଂସ୍କୃତ ପାରାୟଣର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=_JmWFkTZAMc

ଶ୍ଲୋକ - ୧
କର୍ତ୍ତୃରାଜ୍ଞୟା ପ୍ରାପ୍ୟତେ ଫଳମ୍ ।
କର୍ମ କିଂ ପରମ୍ କର୍ମ ତତ୍ ଜଡମ୍ ।୧।
ପଦ ଚ୍ଛେଦ
କର୍ତ୍ତୃଃ - କର୍ତ୍ତାଙ୍କର (ଅର୍ଥାତ୍ ଇଶ୍ୱରଙ୍କର),
ଆଜ୍ଞୟା - ଆଜ୍ଞା ଦ୍ୱାରା,
ପ୍ରାପ୍ୟତେ - ପ୍ରାପ୍ତ ହୁଏ,
ଫଳମ୍ - ଫଳ,
କର୍ମ - କର୍ମ,
କିଂ - କି,
ପରମ୍ - ପରମ ବା ଶ୍ରେଷ୍ଠ,
କର୍ମ - କର୍ମ,
ତତ୍ - ସେହି,
ଜଡମ୍ - ଜଡ
ପଦ୍ୟାନୁବାଦ
ଇଶ୍ୱରଙ୍କର ଆଜ୍ଞା ବଳେ ।
କର୍ମର ଫଳ ସବୁ ମିଳେ ।।
କର୍ମ କି ଅଟଇ ପରମ ।
ଜଡ ହିଁ ଅଟେ ସେହି କର୍ମ ।।

ଶ୍ଲୋକ -୨
କୃତି ମହୋଦଧୌ ପତନ କାରଣମ୍ ।
ଫଳମଶାଶ୍ୱତମ୍ ଗତି ନିରୋଧକମ୍ ।୨।
ପଦ ଚ୍ଛେଦ
କୃତି - କର୍ମ
ମହୋଦଧୌ - ମହାସାଗରରେ
ପତନ କାରଣମ୍ - ପତନର କାରଣ
ଫଳମ୍ - ଫଳ
ଅଶାଶ୍ୱତମ୍ - ଅଶାଶ୍ୱତ
ଗତି - ଗତି
ନିରୋଧକମ୍ - ନିରୋଧକ
ପଦ୍ୟାନୁବାଦ
ସଂସାର ମହାସାଗରରେ ।
କର୍ମର ଯୋଗୁଁ ଜୀବ ପଡେ ।।
କର୍ମର ଫଳ ଅଶାଶ୍ୱତ।
ପ୍ରଗତି କରଇ ବାରିତ ।।

ଶ୍ଲୋକ - ୩
ଇଶ୍ୟାରାର୍ପିତଂ ନେଚ୍ଛୟା କୃତମ୍ ।
ଚିତ୍ତଶୋଧକଂ ମୁକ୍ତି ସାଧକମ୍ ।୩।
ପଦଚ୍ଛେଦ
ଇଶ୍ୟାରାର୍ପିତଂ - ଇଶ୍ୱରଙ୍କୁ ଅର୍ପିତ ହୋଇଥିବା
ନେଚ୍ଛୟା - ବିନା ଇଚ୍ଛାରେ
କୃତମ୍ - କରାଯାଇଥିବା
ଚିତ୍ତଶୋଧକମ୍ - -ଚିତ୍ତର ଶୋଧକାରାକ
ଚିତ୍ତଶୋଧକମ୍ - -ଚିତ୍ତର ଶୋଧକାରାକ
ମୁକ୍ତି ସାଧକମ୍ - -ମୁକ୍ତିର ସାଧନକାରକ
ପଦ୍ୟାନୁବାଦ
ଆସକ୍ତି ରହିତ ଭାବରେ ।
ଇଶ୍ୱରେ କର୍ମ ଅରପିଲେ ।।
ଚିତ୍ତର କରଇ ଶୋଧନ ।
ମୁକତି ହୁଅଇ ସାଧନ ।।

ଶ୍ଲୋକ - ୪
କାୟବାଙ୍ ମନଃ କାର୍ୟମୁତ୍ତମମ୍ ।
ପୂଜନଂ ଜପଶ୍ଚିନ୍ତନଂ କ୍ରମାତ୍ । ୪।
ପଦଚ୍ଛେଦ
କାୟ – ଶରୀର
ବାଙ୍ – ବାକ୍
ମନଃ – ମନ
କାର୍ୟମ୍ – କାର୍ଯ୍ୟ
ଉତ୍ତମ – ଉତ୍ତମ
ପୂଜନମ୍ – ପୂଜା
ଜପଃ – ଜପ
ଚିନ୍ତନମ୍ – ଚିନ୍ତନ
କ୍ରମାତ୍ – କ୍ରମାନ୍ୱୟରେ
ପଦ୍ୟାନୁବାଦ
ଶରୀରକୃତ
ପୂଜାଠାରୁ
ବାଚିକ ଜପ
ଅଟେ ଗୁରୁ ।
ତହିଁରୁ
ଚିନ୍ତନ ଉତ୍ତମ
କାୟବାଙ୍ମନ
ଏହି କ୍ରମ ।।

ଶ୍ଲୋକ - ୫
ଜଗତ ଇଶଧୀୟୁକ୍ତ ସେବନମ୍ ।
ଅଷ୍ଟ
ମୂର୍ତ୍ତିଭୃଦ୍ଦେବ ପୂଜନମ୍ । ୫।
ଜଗତ - ଜଗତ ହିଁ
ଇଶଧୀୟୁକ୍ତ - ଇଶ୍ୱରବୁଦ୍ଧିଯୁକ୍ତ ହୋଇ
ସେବନମ୍ - ସେବା କରିବା
ଅଷ୍ଟ ମୂର୍ତ୍ତିଭୃଦେବ - ଅଷ୍ଟମୂର୍ତ୍ତି ଥିବା ଇଶ୍ୱକଙ୍କର
ପୂଜନମ୍ - ପୂଜା ଅଟେ
ହୋଇ ଇଶ୍ୱରବୁଦ୍ଧିଯୁକ୍ତ ।
ସେବିଲେ ସମସ୍ତ ଜଗତ ।।
ଅଷ୍ଟମୂରତି ପଂଚାନନ ।
ଲଭନ୍ତି ସକଳ ପୂଜନ ।।
ପଦଚ୍ଛେଦ
ଜଗତ - ଜଗତ ହିଁ
ଇଶଧୀୟୁକ୍ତ - ଇଶ୍ୱରବୁଦ୍ଧିଯୁକ୍ତ ହୋଇ
ସେବନମ୍ - ସେବା କରିବା
ଅଷ୍ଟ ମୂର୍ତ୍ତିଭୃଦେବ - ଅଷ୍ଟମୂର୍ତ୍ତି ଥିବା ଇଶ୍ୱକଙ୍କର
ପୂଜନମ୍ - ପୂଜା ଅଟେ
ପଦ୍ୟାନୁବାଦ
ହୋଇ ଇଶ୍ୱରବୁଦ୍ଧିଯୁକ୍ତ ।
ସେବିଲେ ସମସ୍ତ ଜଗତ ।।
ଅଷ୍ଟମୂରତି ପଂଚାନନ ।
ଲଭନ୍ତି ସକଳ ପୂଜନ ।।

ଶ୍ଲୋକ - ୬
ଉତ୍ତମସ୍ତବାଦୁଚ୍ଚମନ୍ଦତଃ ।
ଚିତ୍ତଜଂ ଜପ ଧ୍ୟାନମୁତ୍ତମମ୍ ।୬।
ପଦ ଚ୍ଛେଦ
ଉତ୍ତମ - ସର୍ବ ଶ୍ରେଷ୍ଠ
ସ୍ତବାତ୍ - ସ୍ତୁତି ତୁଳନାରେ
ଉଚ୍ଚ - ଉଚ୍ଚ ସ୍ୱରରେ
ମନ୍ଦତଃ - ଧିରସ୍ୱରରେ ଜପଠାରୁ
ଚିତ୍ତଜଂ - ଚିତ୍ତରେ କୃତ
ଜପଧ୍ୟାନମ୍ - ଜପଧ୍ୟାନ
ଉତ୍ତମମ୍ - ଉତ୍ତମ ଅଟେ
ପଦ୍ୟାନୁବାଦ
ଉଚ୍ଚସ୍ୱରରେ ସ୍ତୁତିଠାରୁ ।
ଉପାଂଶୁ ଜପ ଅଟେ ଗୁରୁ ।।
ଚିତ୍ତଜ ଜପ ତହୁଁ କ୍ରମ ।
ଜପଧ୍ୟାନ ହିଁ ସର୍ବୋତ୍ତମ ।।
ଉପାଂଶୁ ଜପ ଅଟେ ଗୁରୁ ।।
ଚିତ୍ତଜ ଜପ ତହୁଁ କ୍ରମ ।
ଜପଧ୍ୟାନ ହିଁ ସର୍ବୋତ୍ତମ ।।

ଶ୍ଲୋକ - ୭
ଆଜ୍ୟଧାରୟା ସ୍ରୋତସା ସମମ୍ ।
ସରଲ ଚିନ୍ତନମ୍ ବିରଳତଃ ପରମ୍ ।୭।
ପଦ ଚ୍ଛେଦ
ଆଜ୍ୟଧାରୟା - ଘିଅର ଧାର
ସ୍ରୋତସା ସମମ୍ - ନଈର ସୁଅ ପରି
ସରଲ - ସରଳ
ଚିନ୍ତନମ୍ - ଚିନ୍ତନ
ବିରଳତଃ - ବିଚ୍ଛିନ୍ନ ଠାରୁ
ପରମ୍ - ଶ୍ରେଷ୍ଠ
ପଦ୍ୟାନୁବାଦ
ଘୃତର ଧାର ଅବା ନଇ
ସୁଅର ସମ ଯେବେ ହୋଇ;
ଶ୍ରେଷ୍ଠ ହିଁ ସେହି ଯେ ଚିନ୍ତନ,
ବିଚ୍ଛିନ୍ନ ଚିନ୍ତାଠାରୁ ଜାଣ ।

ଶ୍ଲୋକ - ୮
ଭେଦଭାବନାତ୍ ସୋଽହମିତ୍ୟସୌ ।
ଭାବନାଽଭିଦା ପାବନୀ ମତା ।୮।
ପଦ ଚ୍ଛେଦ
ଭେଦଭାବନାତ୍ - ଭେଦଯୁକ୍ତ ଧ୍ୟାନଠାରୁ
ସଃ - ସେ
ଅହମ୍ - ମୁଁ
ଇତି - ଅଟେ
ଅସୌ - ଅଟେ
ଭାବନା - ଭାବନା
ଅଭିଦା - ଅଭେଦ
ପାବନୀ - ପବିତ୍ର
ମତା - ଶ୍ରେଷ୍ଠ
ପଦ୍ୟାନୁବାଦ
ଭେଦ ଭାବନା ଯୁକ୍ତ ଧ୍ୟାନ,
ତା'ଠାରୁ
ଅଟଇ ପାବନ,
'ମୁଁ ହି ସେ' ଏହି ଯେ ବିଚାର;
ନିଶ୍ଚିତ ସବୁଠୁଁ ଅପାର ।

ଶ୍ଲୋକ - ୯
ଭାବଶୂନ୍ୟ ସଦ୍-ଭାବ ସୁ ସ୍ଥିତିଃ ।
ଭାବନା ବଲାତ୍ ଭକ୍ତିରୁତ୍ତମା ।୯।
ପଦ ଚ୍ଛେଦ
ଭାବଶୂନ୍ୟ - ବୃତ୍ତିଶୂନ୍ୟତା
ସଦ୍-ଭାବ - ସତ୍ ସ୍ୱରୂପରେ
ସୁସ୍ଥିତି - ସମ୍ୟକ୍ ସ୍ଥିତି
ଭାବନା ବଲାତ୍ - ଭାବନାର ବଳରେ
ଭକ୍ତିଃ - ଭକ୍ତି
ଉତ୍ତମା - ସର୍ବଶ୍ରେଷ୍ଠ
ପଦ୍ୟାନୁବାଦ
ଅଭେଦ ଭାବନାର ବଳେ,
ଭାବଶୂନ୍ୟତା ହେଳେ ଫଳେ;
ଏଥିରୁ ଉତ୍ପତି ସୁସ୍ଥିତି
ଅଟଇ ପରମ ସେ ଭକ୍ତି ।

ଶ୍ଲୋକ - ୧୦
ହୃତ୍-ସ୍ଥଲେ ମନଃ ସ୍ୱସ୍ଥତାଃ କ୍ରିୟା ।
ଭକ୍ତିୟୋଗବୋଧାଶ୍ଚ ନିଶ୍ଚିତମ୍ ।୧୦।
ପଦ ଚ୍ଛେଦ
ହୃତ୍-ସ୍ଥଲେ - ହୃଦୟରେ ସ୍ଥିତ ଅର୍ଥାତ୍ ଆତ୍ମ ସ୍ୱରୂୁପରେ
ମନଃ ସ୍ୱସ୍ଥତା - ମନ ସ୍ଥିର ହେଲେ
କ୍ରିୟା - କର୍ମ
ଭକ୍ତି - ଭକ୍ତି
ୟୋଗ - ୟୋଗ
ବୋଧାଶ୍ଚ - ତଥା ଜ୍ଞାନ
ନିଶ୍ଚିତମ୍ - ନିଶ୍ଚିତ ହୁଏ
ପଦ୍ୟାନୁବାଦ
ହୃଦୟ କନ୍ଦର ମଧ୍ୟରେ
ମନ ସ୍ୱରୂପେ ସ୍ଥିର ହେଲେ
ଭକ୍ତି ଜ୍ଞାନ ଓ କର୍ମ ଯୋଗେ
ନିଶ୍ଚିତେ ଲାଭ ହୁଏ ହେଳେ ।
ମନ ସ୍ୱରୂପେ ସ୍ଥିର ହେଲେ
ଭକ୍ତି ଜ୍ଞାନ ଓ କର୍ମ ଯୋଗେ
ନିଶ୍ଚିତେ ଲାଭ ହୁଏ ହେଳେ ।

ଶ୍ଲୋକ - ୧୧
ବାୟୁରୋଧନାତ୍ ଲୀୟତେ
ମନଃ ।
ଜାଲ ପକ୍ଷୀବତ୍ ରୋଧ
ସାଧନାତ୍ । ୧୧।
ପଦ ଚ୍ଛେଦ
ବାୟୁରୋଧନାତ୍ - ନିଶ୍ୱାସ ପ୍ରଶ୍ୱାସ ରୋଧନ ଦ୍ୱାରା
ଲୀୟତେ - ଲୀନ ହୁଏ
ମନଃ - ମନ
ଜାଲପକ୍ଷୀବତ୍ - ଜାଲରେ
ପଡିଥିବା ପକ୍ଷୀ ପରି
ରୋଧସାଧନମ୍ - ନିରୋଧର
ସାଧନ
ପଦ୍ୟାନୁବାଦ
ନିଶ୍ୱାସ ପ୍ରଶ୍ୱାସ
ରୋଧନ
ଫଳରେ ମନ ହୁଏ ଲୀନ ।
ଜାଲରେ ଧରା ପକ୍ଷୀ ସମ
ନିରୋଧ ହୁଅଇ ସାଧନ ।।

ଶ୍ଲୋକ - ୧୨
ଚିତ୍ତବାୟବଶ୍ଚିତ୍ କ୍ରିୟାୟୁତାଃ ।
ଶାଖୟୋର୍ଦ୍ୱୟୀ ଶକ୍ତି ମୂଲକା । ୧୨ ।
ପଦଚ୍ଛେଦ
ଚିତ୍ତବାୟବଃ – ମନ
ଓ ବାୟୁ
ଚିତ୍ – ଚୈତନ୍ୟ
କ୍ରିୟା – କ୍ରିୟା
ୟୁତାଃ – ଯୁକ୍ତ
ଶାଖୟୋଃ – ଶାଖା
ଦ୍ୱୟୀ – ଦୁଇଟି
ଶକ୍ତି ମୂଳକା – ଶକ୍ତିର
ମୂଳ
ପଦ୍ୟାନୁବାଦ
ମନ ଓ ପ୍ରାଣ ଏହି ଦୁଇ
କ୍ରିୟା ଶକତି ବୋଲି କହି
ଚୈତନ୍ୟ ବୋଇଲେ ସେ ଏକା
ଇଶ୍ୱରଶକ୍ତିର ସେ ଶାଖା ।

ଶ୍ଲୋକ - ୧୩
ଲୟ ବିନାଶନେ ଉଭୟ ରୋଧନେ ।
ଲୟଗତଂ ପୁନର୍ଭବତି ନୋ ମୃତମ୍ । ୧୩ ।
ପଦଚ୍ଛେଦ
ଲୟ ବିନାଶନେ - ଲୟ ଓ ବିନାଶ
ଉଭୟରୋଧନେ - ଉଭୟଙ୍କର ରୋଧନ ଦ୍ୱାରା
ଲୟଗତଂ - ଲୟ ହୋଇଥିବା
ପୁନଃ - ଆଉଥରେ
ଭବତି - ଫେରେ
ନୋ - ନାହିଁ
ମୃତମ୍ - ନଷ୍ଟ ହୋଇଥିବା
ପଦ୍ୟାନୁବାଦ
ପ୍ରାଣ ଓ ମନର ନିରୋଧେ ।
ମନର ଲୟ, ନାଶ
ସାଧେ ।।
ଲୟ ହୋଇଲେ ଫେରେ ମନ।
ନାଶରେ ମରଣ ସାଧନ ।।

ଶ୍ଲୋକ - ୧୪
ପ୍ରାଣବନ୍ଧନାତ୍ ଲୀନମାନସମ୍ ।
ଏକ ଚିନ୍ତନାତ୍ ନାଶମେତ୍ୟଦଃ ।୧୪।
ପଦ ଚ୍ଛେଦ
ପ୍ରାଣବନ୍ଧନାତ୍ – ପ୍ରାଣର
ନିରୋଧ ଦ୍ୱାରା
ଲୀନମାନସମ୍ – ଲୟ
ହୋଇଯାଇଥିବା ମନ
ଏକ ଚିନ୍ତନାତ୍ – ଏକ
ଚିନ୍ତନ ଦ୍ୱାରା
ନାଶମ୍ ଏତି – ନଷ୍ଟ
ପ୍ରାପ୍ତ ହୁଏ
ଅଦଃ – ଏହି
(ମନ)
ପଦ୍ୟାନୁବାଦ
ପ୍ରାଣର ନିରୋଧନ ବଳେ ।
ମନଟି ଲୟ ପ୍ରାପ୍ତ କରେ ।।
ଲୟିତ ମନ ନାଶ ହେଳେ ।
ଏକକ ଚିନ୍ତନର ଫଳେ ।।

ଶ୍ଲୋକ - ୧୫
ନଷ୍ଟମାନସୋକ୍ତୃଷ୍ଟ ୟୋଗିନଃ ।
କୃତ୍ୟମସ୍ତି କିଂ ସ୍ୱସ୍ଥିତିଂୟତୟଃ । ୧୫।
ପଦ ଚ୍ଛେଦ
ନଷ୍ଟମାନସ – ମନ
ନଷ୍ଟ ହୋଇଯାଇଥିବା
ଉତ୍କୃଷ୍ଟ – ଭଲ
ୟୋଗିନଃ – ଯୋଗୀମାନଙ୍କ
ପାଇଁ
କୃତ୍ୟମ୍ – କର୍ତ୍ତବ୍ୟ
ଅସ୍ତି – ଅଛି
କିମ୍ – କଣ
ସ୍ୱସ୍ଥିତିଂ – ନିଜ
ରୂପରେ ସ୍ଥିତି
ୟତଃ – ଯେହେତୁ
ପଦ୍ୟାନୁବାଦ
ମନ ନାଶିତ ଯୋଗୀ ପାଇଁ ।
କର୍ତ୍ତବ୍ୟ ବୋଲି କିଛି ନାହି ।।
ଉତ୍ତମ ଅଟେ ସେହି ଯତି ।
ନିଜ ରୂପରେ ତାର ସ୍ଥିତି ।।

ଶ୍ଲୋକ - ୧୬
ଦୃଶ୍ୟବାରିତଂ
ଚିତ୍ତମାତ୍ମନଃ ।
ଚିତ୍ତ୍ୱଦର୍ଶନଂ
ତତ୍ତ୍ୱଦର୍ଶନମ୍ ।୧୬।
ପଦ ଚ୍ଛେଦ
ଦୃଶ୍ୟବାରିତଂ ଦୃଶ୍ୟ - ବିଷୟ ଚିନ୍ତାରୁ ବାରିତ ବା ନିବୃତ୍ତ
ଚିତ୍ତମ୍ - ମନ
ଆତ୍ମନଃ - ନିଜର
ଚିତ୍ତ୍ୱ - ଚୈତନ୍ୟ ସ୍ୱରୂପ
ଦର୍ଶନମ୍ - ଦର୍ଶନ
ତତ୍ତ୍ୱଦର୍ଶନମ୍ - ତତ୍ତ୍ୱଦର୍ଶନ
ପଦ୍ୟାନୁବାଦ
ବିଷୟ ଜଗତରୁ ମନ
ଯେବେ ସେ ହୁଅଇ ବାରଣ ।
ଚୈତନ୍ୟ ସ୍ୱରୂପ
ଦର୍ଶନ
ତାହା ହିଁ ତତ୍ତ୍ୱ
ବୋଲି ଜାଣ । ୧୬।

ଶ୍ଲୋକ - ୧୭
ମାନସଂ ତୁ କିଂ ମାର୍ଗେଣ କୃତେ ।
ନୈବ ମାନସଂ ମାର୍ଗ ଆର୍ଜବାତ୍ । ୧୭।
ପଦ ଚ୍ଛେଦ
ମାନସମ୍ - ମନ
ତୁ - କିନ୍ତୁ
କିମ୍ - କଅଣ
ମାର୍ଗେଣ - ମାର୍ଗରେ
ନୈବ - ନାହିଁ
ମାନସମ୍ - ମନ
ମାର୍ଗ - ଏହି ମାର୍ଗରେ
ଆର୍ଜବାତ୍ - ସରଳତା
ପଦ୍ୟାନୁବାଦ
ମନଟି କି
ଜାତି ପଦାର୍ଥ ।
ଏହି ବିଚାରୁ ଜ୍ଞାନ
ଜାତ ।।
ମନର ସ୍ଥିତି କିଛି
ନାହିଁ ।
ସରଳ ମାର୍ଗ ଅଟେ ଏହି
। ୧୭ ।

ଶ୍ଲୋକ - ୧୮
ବୃତ୍ତୟସ୍ତ୍ୱହଂ ବୃତ୍ତିମାଶ୍ରିତାଃ ।
ବୃତ୍ତୟୋର୍ମନୋ ବିଦ୍ଧ୍ୟହଂ ମନଃ । ୧୮।
ପଦ ଚ୍ଛେଦ
ବୃତ୍ତୟଃ - ବୃତ୍ତି ବା ଚିନ୍ତା ଗୁଡିକ
ତୁ - କିନ୍ତୁ
ଅହଂ - ମୁ କାର
ବୃତ୍ତି - ବୃତ୍ତି
ବୃତ୍ତୟଃ - ବୃତ୍ତିଗୁଡିକ
ମନଃ - ମନ
ବିଦ୍ଧି - ଜାଣ
ଅହମ୍ - ମୁଁ କାର
ମନଃ - ମନ
ପଦ୍ୟାନୁବାଦ
ମନ ହିଁ
ପ୍ରବାହ ଚିନ୍ତାର ।
ମୁଁକାର ଚିନ୍ତାର
ଆଧାର ।।
ମୁଁ କାର ମନ ବୋଲି
ଜାଣ ।
କହନ୍ତି ମହର୍ଷି ରମଣ
। ୧୮।

ଶ୍ଲୋକ - ୧୯
ଅହମୟଂ କୁତୋ ଭବତି
ଚିନ୍ୱତଃ ।
ଅୟି ପତତ୍ୟହଂ ନିଜ ବିଚାରଣମ୍ । ୧୯।
ପଦ ଚ୍ଛେଦ
ଅହମ୍ - ମୁଁ କାର ବା ଅହକାଂର
ଅୟମ୍ - ଏହି
କୁତଃ - କେଉଁଠାରୁ
ଭବତି - ଉତ୍ପନ୍ନ ହୁଏ
ଚିନ୍ୱତଃ - ବିଚାରକର୍ତ୍ତାଙ୍କର
ଅୟି - ଆରେ
ପତତି - ପଡ଼େ ବା ପତିତ ହୁଏ
ଅହମ୍ - ଅହଂକାର
ନିଜ ବିଚାରଣମ୍ - ନିଜ ବିଷୟରେ (ଆତ୍ମତତ୍ତ୍ୱ ବିଷୟରେ )
ବିଚାର
ପଦ୍ୟାନୁବାଦ
ମୁଁ-କାର ବୋଲି ଯେଉଁ ବୃତ୍ତି
କେଉଁଠୁ ହୁଅଇ ଉତ୍ପତ୍ତି ।
ଏପରି ବିଚାର କରିଲେ
ନାଶଇ ଅହଂକାର ହେଳେ । ୧୯।

ଶ୍ଲୋକ - ୨୦
ଅହମି
ନାଶଭାଜ୍ୟହମହଂତୟା ।
ସ୍ଫୁରତି ହୃତ୍ସ୍ୱୟଂ ପରମପୂର୍ଣ୍ଣସତ୍ । ୨୦।
ପଦ ଚ୍ଛେଦ
ଅହମି ନାଶ ଭାଜି -
ଅହଂକାର ନାଶ ହେଲେ
ଅହଂ ଅହଂ ତୟା - ମୁଁ
ମୁଁ ବୋଲି
ସ୍ଫୁରତି - ସ୍ଫୁରଣ
ହୁଏ
ହୃଦ୍ - ଆତ୍ମା
ସ୍ୱୟଂ - ନିଜେ
ପରମ ପୂର୍ଣ୍ଣସତ୍ -
ପରମ ପୂର୍ଣ୍ଣ ସତ୍ ସ୍ୱରୂପ
ପଦ୍ୟାନୁବାଦ
ଅହଂକାର ବିନାଶ ଫଳେ,
ଆତ୍ମା ହୃଦୟର ସ୍ଥଳରେ ;
ମୁଁ ବୋଲି ପ୍ରକଟ ହୁଅଇ
,
ପରମ ପୂର୍ଣ୍ଣ ସତ୍ୟ କହି । ୨୦ ।

ଶ୍ଲୋକ - ୨୧
ଇଦମହଂ ପଦାଭିଖ୍ୟମନ୍ୱହଂ ।
ଅହମିଲୀନକୋପ୍ୟଲୟ ସତ୍ତୟା । ୨୧।
ପଦ ଚ୍ଛେଦ
ଇଦମ୍ - ଏହି
ଅହଂ ପଦାଭିଖ୍ୟମ୍ - ଅହମ୍ ଶବ୍ଦ ଦ୍ୱାରା ନିର୍ଦ୍ଦେଶ
କରାଯାଇଥିବା
ଅନୁ - ପରେ
ଅହମ୍ - ମୁଁ (ପରମ)
ଅହମିଲୀନକେ ଅପି - ଜୀବ ପରି ପ୍ରତିତ ହେଉଥିବା ଅହଂ ଲୀନ ହେବା
ପରେ
ଅଲୟ ସତ୍ତୟା -
ନାଶବିହୀନ ସତ୍ ସ୍ୱରୂପ ହୋଇଥିବାରୁ
ପଦ୍ୟାନୁବାଦ
ଏହି ପରି ଜୀବ ଇଶ୍ୱରେ
ଲୀନ ହୋଇବାର ପରେ ।
ଆତ୍ମାର ଘଟଇ ପ୍ରକାଶ
ସତ୍ୟ ସ୍ୱରୂପ ଅବିନାଶ
।୨୧।

ଶ୍ଲୋକ - ୨୨
ବିଗ୍ରହେନ୍ଦ୍ରିୟ ପ୍ରାଣଧୀତମଃ ।
ନାହମେକସତ୍ ତଜ୍ଜଡ଼ଂ ହ୍ୟସତ୍ ।୨୨।
ପଦଚ୍ଛେଦ
ବିଗ୍ରହ - ଶରୀର
ଇନ୍ଦ୍ରିୟ - ଇନ୍ଦ୍ରିୟ ଗୁଡ଼ିକ
ପ୍ରାଣଧୀତମଃ - ପ୍ରାଣ, ବୁଦ୍ଧି ଓ ଅଜ୍ଞାନ
ନ - ନୁହନ୍ତି
ଏକସତ୍ - ଏକ ସତ୍ ସ୍ୱରୂପ
ତତ୍ - ତାହା
ଜଡ଼ମ୍ - ଜଡ଼
ହି - ନିଶ୍ଚିତ
ଅସତ୍ - ଅସତ୍
ପଦ୍ୟାନୁବାଦ
ଶରୀର ଇନ୍ଦ୍ରିୟ ଓ ପ୍ରାଣ ।
ନୁହେଁ ମୁଁ ଏହି କିଛି ପୁଣ ।।
ମୁଁହିଟି ଅଟେ ଏକ ସତ୍ୟ ।
ମୋ ବିନା ସମସ୍ତ ଅନିତ୍ୟ ।।

ଶ୍ଲୋକ - ୨୩
ସତ୍ତ୍ୱଭାସିକା ଚିତ୍ କ୍ୱବେତରା ।
ସତ୍ତୟା ହି ଚିତ୍ ଚିତ୍ତୟାହ୍ୟହମ୍ ।୨୩।
ପଦଚ୍ଛେଦ
ଭାସିକାସତ୍ତ୍ୱ - ସତ୍ ର ପ୍ରକାଶକ
ଚିତ୍ - ଚୈତନ୍ୟ
କ୍ୱ - କେଉଁଠି
ଇତରା - ଅନ୍ୟ
ସତ୍ତୟା - ସତ୍ ସ୍ୱରୂପ ହୋଇଥିବାରୁ
ହି - ଯେଣୁ
ଚିତ୍ - ଚୈତନ୍ୟ
ଚିତ୍ତୟା - ଚିଦ୍ ସ୍ୱରୂପ ହୋଇଥିବାରୁ
ହି - ନିଶ୍ଚିତ
ଅହମ୍ - ମୁଁ
ପଦ୍ୟାନୁବାଦ
ସତ୍ତ୍ୱର ପ୍ରକାଶକ ନାହିଁ ।
ନିଜକୁ ନିଜେ ପ୍ରକାଶଇ ।।
ଚେତନା ସତ୍ୟ ଯେ ଅଟଇ ।
ପୁଣି ମୁଁ କାର ବୋଲି କହି ।।

ଶ୍ଲୋକ - ୨୪
ଇଶଜୀବୟୋର୍ବେଷଧୀଭିଦା ।
ସତ୍-ସ୍ୱଭାବତୋ ବସ୍ତୁ କେବଳମ୍ । ୨୪।
ପଦଚ୍ଛେଦ
ଇଶଜୀବୟୋଃ - ଇଶ୍ୱରଙ୍କ ଓ ଜୀବର ମଧ୍ୟରେ
ବେଷଧୀଭିଦା - ଶରୀରଗତ ପ୍ରଭେଦ ରହିଛି
ସତ୍-ସ୍ୱଭାବତଃ - ସତ୍ ସ୍ୱରୂପ ଦୃଷ୍ଟିରୁ
ବସ୍ତୁ
- ପରମାର୍ଥ ତତ୍ତ୍ୱ
କେବଳମ୍ - କେବଳ ଏକ ଅଟେ
ପଦ୍ୟାନୁବାଦ
ଜୀବ ଇଶ୍ୱର ଏହି ଦୁଇ ।
ଶରୀର ମାତ୍ର ଭେଦ ଥାଇ ।।
ସତ୍ତ୍ୱର ସ୍ୱରୂପ ଦୃଷ୍ଟିରେ ।
ଜୀବ ପରମ ଏକାକାରେ ।।

ଶ୍ଲୋକ - ୨୫
ବେଷହାନତଃ ସ୍ୱାତ୍ମଦର୍ଶନମ୍ ।
ଇଶଦର୍ଶନଂ ସ୍ୱାତ୍ମରୂପତଃ ।୨୫।
ପଦଚ୍ଛେଦ
ବେଷହାନତଃ - ବେଶ ଗୁଡ଼ିକୁ ତ୍ୟାଗ କରିଥିବା ବ୍ୟକ୍ତିର
ସ୍ୱାତ୍ମଦର୍ଶନମ୍ - ନିଜର ସ୍ୱରୂପ ଦର୍ଶନ
ଇଶଦର୍ଶନଂ - ଇଶ୍ୱର ଦର୍ଶନ
ସ୍ୱାତ୍ମ ରୂପତଃ - ନିଜର ସ୍ୱରୂପରେ
ପଦ୍ୟାନୁବାଦ
ଉପାଧି ଗୁଡ଼ିକୁ ବର୍ଜନ ।
କରିଲେ ହୁଏ ଆତ୍ମଜ୍ଞାନ ।।
ଆତ୍ମାରେ ଇଶ୍ୱର ଦେଖିଲେ ।
ଇଶଦର୍ଶନ ଜାଣ ଭଲେ ।।

ଶ୍ଲୋକ - ୨୬
ଆତ୍ମ ସଂସ୍ଥିତିଃ ସ୍ୱାତ୍ମଦର୍ଶନମ୍ ।
ଆତ୍ମ ନିର୍ଦ୍ୱୟାଦାତ୍ମନିଷ୍ଠତା ।୨୬।
ପଦଚ୍ଛେଦ
ଆତ୍ମ ସଂସ୍ଥିତିଃ - ସ୍ୱାତ୍ମସ୍ୱରୂପରେ ସମ୍ୟକ୍ ସ୍ଥିତି
ସ୍ୱାତ୍ମଦର୍ଶନମ୍ - ସ୍ୱରୂପ ଦର୍ଶନ
ଆତ୍ମ ନିର୍ଦ୍ୱୟାତ୍ - ଆତ୍ମା ଏକ ହୋଇଥିବା କାରଣରୁ
ଆତ୍ମନିଷ୍ଠତା - ଆତ୍ମନିଷ୍ଠତା
ପଦ୍ୟାନୁବାଦ
ଏକ ଅଦ୍ୱୟ ଆତ୍ମା ଅଟେ।
ଦର୍ଶନ କଲେ ନିଜ ଘଟେ ।।
ତାହାହିଁ ସ୍ୱରୂପ ଦର୍ଶନ ।
ଆତ୍ମନିଷ୍ଠତା ବୋଲି ଜାଣ ।।

ଶ୍ଲୋକ - ୨୭
ଜ୍ଞାନ ବର୍ଜିତାଽଜ୍ଞାନହୀନ ଚିତ୍ ।
ଜ୍ଞାନମସ୍ତି କିଂ ଜ୍ଞାତୁମନ୍ତରମ୍ । ୨୭।
ପଦଚ୍ଛେଦ
ଜ୍ଞାନ ବର୍ଜିତା -
ବିଷୟ ଜ୍ଞାନ ରହିତ
ଅଜ୍ଞାନହୀନ - ଅଜ୍ଞାନରହିତ
ଚିତ୍ - ଚୈତନ୍ୟ
ଜ୍ଞାନମ୍ - ଜ୍ଞାନ
ଅସ୍ତି - ଅଛି
କିମ୍ - କଅଣ
ଜ୍ଞାତୁମ୍ - ଜାଣିବା ପାଇଁ
ଅନ୍ତରମ୍ - ପରେ
ପଦ୍ୟାନୁବାଦ
ଜ୍ଞାନ ଅଜ୍ଞାନ ଅତିକ୍ରମି ।
ଚୈତନ୍ୟ ଶୁଦ୍ଧ ଜ୍ଞାନ ଜାଣି ।।
ଏହାର ପରେ ଆର ପୁଣ ।
ଜ୍ଞାତବ୍ୟ କିଛି ନାହିଁ ଜାଣ ।

ଶ୍ଲୋକ - ୨୮
କିଂ ସ୍ୱରୂପମିତ୍ୟାତ୍ମଦର୍ଶନେ ।
ଅବ୍ୟୟାଭବାପୂର୍ଣ୍ଣ ଚିତ୍ ସୁଖମ୍ ।୨୮।
ପଦଚ୍ଛେଦ
କିଂ ସ୍ୱରୂପମ୍ ଇତି - ମୋର ସ୍ୱରୂପ କଅଣ
ଆତ୍ମ ଦର୍ଶନେ - ଆତ୍ମଦର୍ଶନ ଦ୍ୱାରା
ଅବ୍ୟୟ - ଅବ୍ୟୟ
ଅଭବ - ଜନ୍ମ ରହିତ
ଆପୂର୍ଣ୍ଣ ଚିତ୍ ସୁଖମ୍ - ପରିପୂର୍ଣ୍ଣ ଚିତ୍ ସୁଖ
ପଦ୍ୟାନୁବାଦ
କିପରି ସ୍ୱରୂପ ମୋହର।
କରିଲେ ଏପରି ବିଚାର ।।
ଚୈତନ୍ୟ ଅଜନ୍ମା ଅବ୍ୟୟ ।
ଆତ୍ମାର ହୁଏ ପରିଚୟ।।
ସୁଖରୂପୀ ଆନନ୍ଦ ପୂର୍ଣ୍ଣ ।
ଆତ୍ମାର ଏପରି ଦର୍ଶନ ।।
ଶ୍ଲୋକ - ୨୯
ବନ୍ଧମୁକ୍ତ୍ୟତୀତଂ ପରଂ ସୁଖମ୍ ।
ବୀନ୍ଦତୀହ ଜୀବସ୍ତୁ ଦୈବିକଃ ।୨୯।
ପଦଚ୍ଛେଦ
ବନ୍ଧମୁକ୍ତ୍ୟତୀତଂ - ବନ୍ଧ ଓ ମୋକ୍ଷରୁ ଉର୍ଦ୍ଧ୍ୱରେ
ପରମ୍ - ସର୍ବଶ୍ରେଷ୍ଠ
ସୁଖମ୍ - ସୁଖ
ବୀନ୍ଦତି - ପାଏ
ଇହ - ଏହିଠାରେ
ଜୀବଃ - ଜୀବ
ତୁ - ବିରଳତାର ସୂଚକ ଶବ୍ଦ
ଦୈବିକଃ - ଦୈବୀଗୁଣଯୁକ୍ତ
ପଦ୍ୟାନୁବାଦ
ଏ ସଂସାରେ ବିରଳ ନର
ଦୈବିକ ଗୁଣେ ବଳିଆର
ହୋଇ ଲଭନ୍ତି ଶ୍ରେଷ୍ଠ ସୁଖ
ବନ୍ଧନ ମୋକ୍ଷରୁ ଅତୀତ । ୨୯।
ଶ୍ଲୋକ ୩୦
ଅହମପେତକଂ ନିଜବିଭାନକମ୍ ।
ମହଦିଦଂ ତପୋ ରମଣ ବାଗିୟମ୍ । ୩୦।
ପଦଚ୍ଛେଦ
ଅହମ ପେତକମ୍ - ଅହଂକାର ରହିତ
ନିଜ ବିଭାନକମ୍ - ସ୍ୱପ୍ରକାଶ ରୂପ
ମହତ୍ - ଶ୍ରେଷ୍ଠ
ଇଦମ୍ - ଏହି
ତପଃ - ତପସ୍ୟା
ରମଣବାକ୍ - ରମଣଙ୍କର ବାଣୀ
ଇୟମ୍
ପଦ୍ୟାନୁବାଦ
ଅହଂକାରକୁ ଦୂର କରି ।
ମହତ ତପ ଯେ ଆଚରି ।।
ସ୍ୱପ୍ରକାଶରେ ପ୍ରକଟଇ ।
ରମଣ ମହାୠଷି କହି ।।
No comments:
Post a Comment