ମଧୁ ବର୍ଣ୍ଣବୋଧ - ୨
(ଅଷ୍ଟମ ସଂସ୍କରଣ - ୧୯୦୧ ମସିହା)
ଈ କାର - ପୃଷ୍ଠା ୯
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ପାଇକ ସାଜିଲା, କାହାଳୀ ବାଜିଲା, ହାତୀ ଅଇଲା ଚାଲି ।
ଆସ ଆସ ଭାଇ, ଗୀତ ଗାଇ ଗାଇ, ଯିବା ନଦୀର ବାଲି ।
ହ୍ରସ୍ୱ ଉ କାର
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଭାଲୁଟା ଅନାଇଛି ।
କୁକୁର ଦଉଡ଼ୁ ଅଛି ।
ବିଲୁଆ ବଡ଼ ଚତୁର ।
ପଇଡ଼ ବଡ଼ ମଧୁର ।
ପିଲାଟି ବଡ଼ ଆତୁର ।
ବଉଳଫୁଲର ବାସ,
ଚହଟଇ ଚଉପାଶ ।
ଦୀପ ଲଗାଇ ଦିଅ ।
ଦୁଇ ପଲ ଗାଈ ଦିଅ ।
ଦୀର୍ଘ ଊ କାର
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଆଇଲାଣି ବିଲାଇ ।
ମୂଷା ଯିବ ପଳାଇ ।
ମୟୂର ନାଚଇ । ସପୂରି ପାଚଇ । କୂପଜଳ ସୁଶୀତଳ ।
ଦୂର ବାଟ । ନୂଆ ହାଟ । ନଦୀ କୂଳ । ତରୁମୂଳ ।
ନୂତନ ବାଳକ ବାଳିକା । କୁମୁଦ କୁସୁମ ମାଳିକା ।
ସୁନା ରୂପା ଅଛି ଯାର । ବହୁତ ଭାବନା ତାର ।
I learn new thing from here
ReplyDelete