ସାଲବେଗ ଭଜନ - ଆହେ ନୀଳାଚଳ ବାସୀ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଆହେ ନୀଳାଚଳବାସୀ
ଶୋକ ଜଳଧିରେ ଗଲି ଭାସି ।।
ବାରଣଭୟକୁ କାରଣ କର ହେ
ଶରଣ ପଞ୍ଜର ବାନା ।
ଆରତନାଶନ ଖଳବିନାଶନ
ବାରେ ହୁଅ ବଜ୍ରସେହ୍ନା ।।
ଜଗତ ଜାକରେ ଡ଼ିଣ୍ଡିମ ବାଜୁଛି
ଉଡ଼େ ଅବଧୂତ ବାନା ।
ମୃଗୁଣୀ ଆରତ ଖଣ୍ଡିଲ ହେ ନାଥ
ପତିତ ଭୟ ଭଞ୍ଜନା ।।
ଧଉର୍ଯ୍ୟରେ ମେରୁ ନାମ କଳ୍ପତରୁ
ଛାୟା ଶୀତ ହେଲା ସିନା ।
ଅରୁଣ ଚରଣ ଆଶ୍ରେ କଲାଠାରେ
ବୁଡ଼ିଲା ମୋର ଚେତନା ।।
ମୁଁ ଅବା ଅପ୍ରାଧୀ ହେ କୃପାବାରିଧି
ଥରେ ନୋହିଲା କରୁଣା ।
କହେ ସାଲବେଗ ପ୍ରଭୁପଣକୁ ଏ
ଦିଶିବ ବହୁତ ଊଣା ।।
![]() |
ଫଟୋ କ୍ରେଡିଟ୍ - ୱିକିମିଡ଼ିଆ କମନସ୍ |
No comments:
Post a Comment