ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ (ଦ୍ୱିତୀୟ ଅଧ୍ୟାୟ : ଶ୍ଲୋକ ୫୪ - ୫୮)
ଅନୁବାଦକ - ଉତ୍କଳ ବ୍ୟାସ ଶ୍ରୀ ଫକୀର ମୋହନ ସେନାପତି
![]() |
ଫଟୋ କ୍ରେଡ଼ିଟ୍ - ୱିକିିମିଡ଼ିଆ କମନସ୍ |
ଅର୍ଜୁନ ଉବାଚ
ସ୍ଥିତପ୍ରଜ୍ଞସ୍ୟ କା ଭାଷା ସମାଧିସ୍ଥସ୍ୟ କେଶବ ।
ସ୍ଥିତଧୀଃ କିଂ ପ୍ରଭାଷେତ କିମାସୀତ ବ୍ରଜେତ କିମ୍ । ୫୪।
ପୁଚ୍ଛିଲ ଫାଲ୍ଗୁନୀ ମୋତେ ବୋଲ ଭଗବାନ । ସ୍ଥିତପ୍ରଜ୍ଞ ଲୋକଙ୍କର କେମନ୍ତ ଲକ୍ଷଣ ।।
କେମନ୍ତ ତାହାଙ୍କ ବାକ୍ୟ ଅବସ୍ଥିତି । ପୁଣି ସେହି ଲୋକଙ୍କର କେଉଁଠାକୁ ଗତି ।୫୪।
ଶ୍ରୀ ଭଗବାନ ଉବାଚ
ପ୍ରଜହାତି ୟଦା କାମାନ୍ ସର୍ବାନ୍ ପାର୍ଥ ମନୋଗତାନ୍ ।
ଆତ୍ମନ୍ୟେବାତ୍ମନା ତୁଷ୍ଟଃ ସ୍ଥିତପ୍ରଜ୍ଞସ୍ତଦୋଚ୍ୟତେ । ୫୫।
ସର୍ବପ୍ରକାର ମନୋଗତ । ବାସନା ତେଜନ୍ତି ଯେ ପାର୍ଥ ।।
ଯା ଆତ୍ମା ନିଜେ ପରିତୁଷ୍ଟ । ସେ ସ୍ଥିତପ୍ରଜ୍ଞରେ ଆକୃଷ୍ଟ । ୫୫।
ଦୁଃଖେଷ୍ୱନୁଦ୍ବିଗ୍ନମନାଃ ସୁଖେଷୁ ବିଗତସ୍ପୃହଃ ।
ବୀତରାଗଭୟକ୍ରୋଧଃ ସ୍ଥିତିଧୀର୍ମୁନିରୁଚ୍ୟତେ । ୫୬।
ଯେ ନୋହେ ଦୁଃଖରେ କାତର । ସୁଖକୁ ନ କରେ ଆଦର ।।
ଭୟ କ୍ରୋଧରେ ନୁହେ ବଶ । ସେ ସ୍ଥିତପ୍ରଜ୍ଞ ଯେ ଅବଶ୍ୟ । ୫୬।
ଯଃ ସର୍ବତ୍ରାନଭିସ୍ନେହସ୍ତତ୍ତତ୍ ପ୍ରାପ୍ୟ ଶୁଭାଶୁଭଂ ।
ନାଭିନନ୍ଦତି ନ ଦ୍ୱେଷ୍ଟି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା । ୫୭।
ପୁତ୍ର ମିତ୍ର ଲୋକ ପ୍ରତି ଯେବା ସ୍ନେହହୀନ । କୁଶଳ କଥାରେ ନୁହେ ଆନନ୍ଦିତ ମନ ।
ପ୍ରତିକୁଳ ବିଷୟକୁ ନିନ୍ଦା ଯେ ନ କରେ । ସେହି ଲୋକ ସ୍ଥିତପ୍ରଜ୍ଞ ଜାଣ ପୃଥିବୀରେ । ୫୭।
ୟଦା ସଂହରତେ ଚାୟଂ ଦ୍ଦ୍ୱର୍ମୋଽଙ୍ଗାନୀବ ସର୍ବଶଃ ।
ଇନ୍ଦ୍ରୀୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା । ୫୮।
ନିଜ ଅଙ୍ଗକୁ କର୍ମ ଯେହ୍ନେ । ସଙ୍କୋଚ କରେ କ୍ଲେଶ ବିନେ ।।
ତେହ୍ନେ ବିଷୟ ଇନ୍ଦ୍ରିଗଣ । ଯେ ଲୋକ କରେ ସମ୍ବରଣ ।।
ତା ଜ୍ଞାନ ଅଚଳ ହେ ପାର୍ଥ । ସେ ସ୍ଥିତପ୍ରଜ୍ଞରେ ବିଖ୍ୟାତ । ୫୮।
No comments:
Post a Comment