Tuesday, January 19, 2016

ଡଗର ( ପ୍ରଥମ ବର୍ଷ, ଷଷ୍ଠ ସ‌ଂଖ୍ୟା) ପତ୍ରିକାରୁ ଓଡିଶା ସମାଚାର - ୫



ମହାନଦୀ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ପ୍ରବୀର ମେମ୍ବର ଶ୍ରୀଯୁକ୍ତ ଜଗନ୍ନାଥ ଦାସ ଏମ୍, ଏ, ଏମ, ଏଲ୍, ଏ, ମହାଶୟ ଓଡ଼ିଶା ବ୍ୟବସ୍ଥାପକ ସଭାର କଂଗ୍ରେସ ଦଳର ସେକ୍ରେଟରି ନିଯୁକ୍ତ ହୋଇଛନ୍ତି । 

ନୂଆ କଂଗ୍ରେସ ମନ୍ତ୍ରୀମାନେ ଗାନ୍ଧିଜୀଙ୍କ ବରାତ ମୁତାବକ ମାଦକ ଦୋକାନ ଉଠାଇବାର କାମ ଶ୍ରୀ ଗଣେଶ କଲେଣି । ଅନୁଗୁଳରେ ପ୍ରଥମ ପରୀକ୍ଷା ଚାଲିବ । ନିଶା ଖିଆଙ୍କ ଭେକାଳ ବୁଡ଼ିଲା । 

ପୁରୀରେ ପ୍ରଧାନ ମନ୍ତ୍ରୀଙ୍କୁ ପଟୁଆର କରି ସହର ବାସୀଏ ବୁଲାଇ ଥିଲେ ଓ ସିଂହ ଦ୍ୱାରରେ କୋଡ଼ିଏ ହଜାର ସରିକି ଲୋକ ଜମା ହୋଇ ସଭା କରିଥିଲେ । 

ପ୍ରଧାନମନ୍ତ୍ରୀ ହୁକୁମ ଦେଇଛନ୍ତି କି ଏଣିକି ପୁଲିସବାଲା ଆଉ ରିପୋଟ ଲେଖିବା ପାଇଁ ସାଧାରଣ ସଭାମାନଙ୍କରେ ପାଦ ଧୂଳି ପକାଇବେ ନାହିଁ । 

ଶୁଣାଯାଏ ବାଲେଶ୍ୱର ପୁଣି ବନ୍ଦର ହେବ । ଜଣେ ଧାନ ବେପାରି ସେଠ କୋମ୍ପାନି ବନ୍ଦର ତିଆରିର ଖରଚ ଦେବେ । ବାଲେଶ୍ୱର ଭାଗ୍ୟ ଫେରିଲାକି ?

କଟକ ମ୍ୟୁନିସିପାଲିଟି ନିର୍ବାଚନରେ କଂଗ୍ରେସ ପକ୍ଷୀୟ ପ୍ରାର୍ଥୀମାନେ ଅଧିକ ସଂଖ୍ୟାରେ ନିର୍ବାଚିତ ହୋଇଛନ୍ତି । ବାକି ଜ୬ଣ ସରକାର ମନୋନୀତ କରିବେ । ବର୍ତ୍ତମାନ କଂଗ୍ରେସ ସରକାର ଥିବାରୁ ସେମାନେ ନିଶ୍ଚୟ କଂଗ୍ରେସ ଦଳ ସହିତ ଏକମତ ହେବେ । ଅତଏବ କଟକ ମ୍ୟୁନିସିପାଲଟିର ଶାସନ ଯେ କଂଗ୍ରେସ ଦଳ ହାତରେ ରହିବ ଏହା ସୁନିଶ୍ଚିତ । 

ମହାନଦୀ କାଠଯୋଡ଼ିରେ ଭୀଷଣ ବନ୍ୟା ହୋଇଗଲା । ଏତଦ୍ୱାରା କଟକ ଓ ପୁରୀ ଜିଲ୍ଲାର ବହୁ ଅଞ୍ଚଳ ଧୋଇ ଯାଇଛି । ସମ୍ବଲପୁରର ଅବସ୍ଥା ମଧ୍ୟ ଭୟାବହ । 

ରାୟ ବାହାଦୁର ଲୋକନାଥ ମିଶ୍ର ପୁରିର ସର୍କାରି ଓକିଲ ରୂପେ ପୁନର୍ନିଯୁକ୍ତ ହୋଇଅଛନ୍ତି । କଂଗ୍ରେସ ମନ୍ତ୍ରୀଙ୍କ ଉଦାରତା । 

No comments:

Post a Comment