କବି - ବିରଞ୍ଚି ମଲ୍ଲିକ
 |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଆରେ ଜହ୍ନମାମୁଁ ଚାଲିଆ
ବାବୁ ଆମର୍ ସୁନାପିଲା ଖାଇଦେବା ଭାତଦୁରା ।
ସୁନା ଥାଲିଆରେ ରୁପା ଥାଲିଆ ।
ନନାଘରେଁ ଘିନିଦେବେ ରୁପାର୍ ଥାଲି ଗିନା ରେ
ମାମୁଁ ଘରେ ଆନିଦେବେ ସୁନାମାଲି ସୁନାରେ ।
ପିନ୍ଧିଦେବା ପେଁଟ୍ କୁର୍ତା ଲାଲ୍ ମୁଜା କଲା ଜୋତା
ଟରୋ ଟରୋ ନର୍ଦିଯିବା ଦେଖିଆ । ୧।
ମାଇଁ ଦେବେ ହୁରୁମ୍ ଲଡୁ ଖଜା ପିଠାପନାରେ ।
ବାବୁ ଆମର୍ ଖାଇଦେବା ତତାପନାରେ
ସୁରୁମାମୁଁ ବୁହିନେବା ଖନ୍ଦ୍ ଗୁରା କରିଥିବା
ଦେଖଉଥିବା ଖୁଲିଁ ଛୁଆ ଚଁଟିଆ ।୨।
ଆଜା ଆଇ ଭୁର୍ତ୍ତୌଥିବେ ଦେଖେଇ ଘୁଡ଼ାହାତୀରେ
କକା କାକୀ ବୁଝଉଥିବେ ଇଟା ସେଟା ଫାଁକିରେ ।
ପିଲାଭିଲିଁ ଖେଲୁଥିବା ଦୁଲିପଟା ଦୁଲୁଥିବା
ମାଆଁ ବୁଆର୍ ଗେଲହା ପୁଅ କାଲିଆ । ୩।
 |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ମୂଳ ରଚନା 'ସେନ୍ଦୁର୍ ଫରୁଆ' ସଙ୍କଳନରେ ଛପା ଯାଇଥିଲା । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ ।
No comments:
Post a Comment