Friday, January 15, 2016

ମାଦଳା ପାଞ୍ଜି - ଛାମୁ ଚିଟାଉର ନମୁନା 


Photo Credit - http://www.historyofodisha.com/2015/12/madalapanji.html#


ରାମଚନ୍ଦ୍ର ଦେବଙ୍କ ଅ୧୭ଙ୍କ ଧନୁ ଦି୪ନ ଝାଡ଼ଖଣ୍ଡ ରାଜା ହରି ମହାପାତ୍ର ଝାଡ଼ଖଣ୍ଡ କରୋମାଳ ପାଟଣା ଗଡ଼ର ରାଜା ହରି ବିଦ୍ୟାଧର ମହାପାତ୍ର ଯେ ଦରଶନକୁ ଆସି ଅଛନ୍ତି ସେ ଆମ ପିତା ଦନାଇ ବିଦ୍ୟାଧର ମହାପାତ୍ରଙ୍କର ପୂର୍ବ ମହାରାଜା ଗୋବିନ୍ଦ ବିଦ୍ୟାଧର ମହାପାତ୍ରହ୍କର ମଧ୍ୟ ଭାଇ ହୁଅନ୍ତି  ଏ ତିନି ଜଣ ଯଦୁବଂଶ ଛତ୍ରୀ । ଏହାଙ୍କ କୁଳ ପଦ୍ଧତି ସିଂହ ଥିଲା । ଏମାନେ ପଶ୍ଚିମରୁ ଆସି ଓଡ଼ିଶାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଚରଣ ତଳେ ଆଶ୍ରା କରିବାରୁ ଶ୍ରୀମହାପ୍ରଭୁଙ୍କ ଆଗ୍ୟା ପ୍ରମାଣେ ରହି ସାଢ଼ି ନେଇ ବିଦ୍ୟାଧର ମହାପାତ୍ର ପଦ ଓଡ଼ିଶା ମହାରାଜାଙ୍କ ଦକ୍ଷିଣ କଟକାଇରେ ସାହାଯ୍ୟ କଲାରୁ ତାଙ୍କୁ ଅନୁଗ୍ରହ କରି ଝାଡ଼ଖଣ୍ଡ କରୋମାଳ ପଟଣା ପ୍ରଦାନ କରି ସେ ଝାଡ଼ଖଣ୍ଡରେ ରାଜା କରିଥିଲେ । ଏହି ହରି ବିଦ୍ୟାଧର ମହାପାତ୍ରଙ୍କୁ ମୀନକେତନ ଚିହ୍ନ କଟାଇ ପଗଡ଼ି ମଧ୍ୟ ସନ୍ତକ ଦିଆଗଲା ।

ଉତ୍ସ - ଶ୍ରୀ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ମାଦଳା ପାଞ୍ଜି  (ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଚ଼ୀ ସମିତି ଗ୍ରନ୍ଥ) । କଟକ - ଫ୍ରେଣ୍ଡସ୍ ପବ୍ଲିଶର୍ସ୍ । ୨୦୦୧ ମସିହା  (ଦ୍ୱିତୀୟ ସଂସ୍କରଣ) । 

No comments:

Post a Comment