Friday, January 08, 2016

ସୁଜାତା ଭଟ୍ଟଙ୍କର ଇ‌ଂରାଜୀ କବିତା - ଭାନ୍ ଗଗ୍ ଙ୍କର କାନ 



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଯେ ଭାନ୍ ଗଗ୍ ଙ୍କର କାନ ନେଭେସ୍କୀ ସରଣୀର କ୍ଷମତାଶାଳୀ ନାକକୁ ଭେଟିବା ପାଇଁ ଚାହୁଁଥିଲା । ଯେ ସ୍ପେନ୍ ନାଟୋକୁ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଅଛି । ଯେ ୨୧ ମାର୍ଚ୍ଚ୍ ରେ ବସନ୍ତର ଆଗମନ ହେବାକଥା ।  ଯେ କିମାରେ ଲୁଣ ବେଶୀ ହୋଇଯାଇଥିଲେ, କିଛି କଦଳୀ ଚକଟି ଦେଲେ ଯାଏ ମ ? ଯେ ଡଚ୍ ଲୋକେ ନିକାରାଗୁଆର ଜନଗଣଙ୍କୁ ସହାୟତା କରିବା ପାଇଁ ପ୍ରଥମେ ଆଗଭର ହୋଇ  ବାହାରି ଆସିଥିଲେ ମଧ୍ୟ ସେମାନେ ଇଣ୍ଡୋନେସିଆର ଇତିହାସ ବିଷୟରେ କଥାବାର୍ତ୍ତା ହେବାକୁ ଚାହାନ୍ତି ନାହିଁ ? ଯେ ଭାନ୍ ଗଗ୍ ଜାପାନୀ ଚିତ୍ରର ପ୍ରତି ସଂଗ୍ରହ କରୁଥିଲେ ? ଯେ ଜାପାନୀ ମାନେ ଭାବୁଥିଲେ ଡଚ୍ ଲୋକଗୁଡ଼ାକ ନାଲିବାଳୁଆ ବାନର ଦଳ, ସୁଦ୍ଧୁ ମ୍ଲେଚ୍ଛ ? ଯେ ଭାନ୍ ଗଗ୍ ଙ୍କର କାନ ଏବେ ମଧ୍ୟ ନାନାଦି ଅସମାହିତ ପ୍ରଶ୍ନ ନେଭେସ୍କୀ ସରଣୀର ନାକଟିକୁ ପଚାରିବାକୁ ଚାହେଁ ? ଯେ ହଇଜା, ଟାଇଫଏଡ଼୍ ଓ ପୀତଜ୍ୱରର ଟୀକା ଏବେ ମଧ୍ୟ ଦୁର୍ବଳ - ସେଗୁଡ଼ିକର ମାନରେ ଉନ୍ନତ୍ତି ଚାହି ?  ଯେ ଲାଲ୍, ସବୁଜ ତଥା ହଳଦିଆ ସବୁଠାରୁ ପବିତ୍ର ରଙ୍ଗ ?  ଯେ ହଳଦୀ ଓ ଲଙ୍କାଗୁଣ୍ଡ ସଙ୍କ୍ରମଣ ପ୍ରତିରୋଧକ ହିସାବରେ ଅତୀବ ଉତ୍ତମ ;ହଳଦିଆ ଏବଂ ଲାଲ୍ ? ଯେ ଅନେକ ଜାଗାରେ ବସନ୍ତ ମଇ ମାସ ପର୍ଯ୍ୟନ୍ତ ଆସିବାକୁ ଭୁଲିଯାଏ କିନ୍ତୁ ଅନେକ ଯାଗାରେ ଜାନୁଆରୀରେ ବି ବସନ୍ତର ଦେଖା ମିଳିଯାଏ ? ଯେ ଭାନ୍ ଗଗ୍ ଙ୍କର କାନ ତାଙ୍କୁ ଛାଡ଼ି ଚାଲିଯିବାର କାରଣ ହେଲା, ଗେଣ୍ଡା ବନିବା ନିମନ୍ତେ ତାହାର ଦୁର୍ବାର ଅଭିଳାଷା ? ଯେ ପ୍ରାଚୀ ଏବଂ ପ୍ରତୀଚି ଉତ୍ତର ଏବଂ ଦକ୍ଷିଣରେ ଭେଟ ହୁଅନ୍ତି, ପୂର୍ବ ଏବଂ ପଶ୍ଚିମରେ କେବେ ମଧ୍ୟ ନୁହେଁ ? ଯେ ୧୯୮୬ର ମାର୍ଚ୍ଚ୍ ମାସରେ ଡାର୍ୱିନ୍ ବାଦ ଆମେରିକାର ଇସ୍କୁଲ୍ ମାନଙ୍କରେ ପୁନର୍ବାର ପଢ଼ା ଆରମ୍ଭ ହେବ ? ଯେ କପୋତ ଏବଂ ପାରା ଅଲଗା ପ୍ରଜାତି ; ଯେ ବଣୁଆ ପାରା ଅସଲରେ ମୁଦ୍ରିକା କପୋତ ? ଯେ ଜ୍ୱର ହେଲେ ଅତି କମ୍ ରେ ୧୦୧ ହେବା କଥା, କାରଣ ତେବେ ଯାଇ ସ୍ୱପ୍ନଗୁଡ଼ିକ ଉତ୍ତାପରେ ଜମାଟ ବାନ୍ଧି ବାସ୍ତବତାର ରୂପ ନିଅନ୍ତି  ? ଯେ ଜ୍ୱର ସମୟରେ ହଁସା ନିଶ୍ୱାସ ନେବା ପାଇଁ ବାହାରକୁ ଖସି ଆସେ, ଆଉ ତୁମ ସହ ବାର୍ତ୍ତାଳାପ କରେ ? ଯେ ମହାବଳ ବାଘମାନେ ସାହସୀ ଓ ଦାନବୀର ତଥା ବିନା କାରଣରେ ଆକ୍ରମଣ କରନ୍ତି ନାହିଁ ; କିନ୍ତୁ କଲରାପତରିଆ ବାଘଗୁଡ଼ିକ ଶଳା ବଦ୍-ରାଗୀ ? ଯେ ମଇଁଷିମାନେ ମଧ୍ୟ ବଦ୍-ରାଗୀ ? ଯେ ରାତିରେ ଲାଲ୍ ଆକାଶ ସାଧବ ପୁଅମାନଙ୍କ ପାଇଁ ଏକ ଶୁଭ ଲକ୍ଷଣ ? କଅଣ ଜାଣିବାର କଥା କୁହ ? କଅଣ ?

No comments:

Post a Comment