Sunday, November 15, 2015

ଶ୍ରୀ ମଧୁସୂଦନ ରାଓ କୃତ ସ୍ତବ – ଆକାଶ ଦିଶେ କି ସୁନ୍ଦର 


ଗାୟକ - ଆଦ୍ୟାସା ଦାସ


ସ୍ତବର ୟୁଟ୍ୟୁବ୍ ଲିଙ୍କ୍ -  https://www.youtube.com/watch?v=CRpe1ufNevY

ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍

ଆକାଶ ଦିଶେ କି ସୁନ୍ଦର । ଯାହାକୁ ରଚିଲେ ଈଶ୍ୱର ।।
ଉଜ୍ଜ୍ୱଳ ସୂର୍ଯ୍ୟ ଚନ୍ଦ୍ର ତାରା । ନୀଳ ସମୁଦ୍ର ଶ୍ୟାମ ଧରା ।।
ପର୍ବତ ନଦୀ ତରୁମାନ । ସୃଜିଲେ ପ୍ରଭୁ ଭଗବାନ ।।
ନାନା ବର୍ଣ୍ଣର ଫୁଲ ଫଳ । ବୃକ୍ଷର ପଲ୍ଲବ କୋମଳ ।।
ମନୁଷ୍ୟ ପଶୁ ପକ୍ଷୀ ଆଦି । ସକଳ ସୃଜିଲେ ଅନାଦି ।।
ତାଙ୍କରି ଆଜ୍ଞାରେ ପବନ । ସର୍ବତ୍ର କରେ ବିଚରଣ ।।
ଅଗ୍ନି ତାଙ୍କରି ଆଦେଶରେ । ଉତ୍ତାପ ତେଜ ଦାନ କରେ ।।
ଇଶ୍ୱର ଦୟାର ସାଗର । ତାଙ୍କର ମହିମା ସୁମର ।।



No comments:

Post a Comment