Tuesday, November 03, 2015

ତିନିଶହ ରାମାୟଣ - ୨



ଏ.କ. ରାମାନୁଜନ୍



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 

ଅହଲ୍ୟା ଉପାଖ୍ୟାନ: ବାଲ୍ମିକୀ


ଜନକ ରାଜାର ଶୁକ୍ଳ ଉଜ୍ଜ୍ୱଳ ନଗର ।
 ମିଥିଳା ଅଭୁତ ବୋଲି ବୋଲନ୍ତି ଋଷିବର ।।
ମିଥିଳା ବାହାରେ ଆଶ୍ରମ ଏକ ସୁନ୍ଦର ପ୍ରାଚୀନ ।
ରାଘବ ପୁଛନ୍ତି ହୋ ଋଷି କେମନ୍ତ ଏ ଦିବ୍ୟ ସ୍ଥାନ ।।
ଆଶ୍ରମ ଭଳି ଦିଶଇ ଋଷି ଯେ ନାହାନ୍ତି ।
କୁହନ୍ତୁ ହେ ପ୍ରଭୋ ଏଠାକାର କେହୁ ଯତି ।।
ରାଘବଙ୍କ କଥା ଶୁଣି ଋଷି ବିଶ୍ୱାମିତ୍ର ।
ବୈଶ୍ୱାନର ସ୍ୱାମୀ ସେ ଯେ ବଚନରେ ସିଦ୍ଧ ।
କହୁଛି ରାଘବଶୁଣ ସେ ଘଟଣା ପୁରାତନ ।
କେ ଋଷି ଏଠାର ଇଏ କାହାର ଆଶ୍ରମ ।।
ମହାତପା ଗୌତମଙ୍କ ଆଶ୍ରମ ଏ ଥିଲା ।
କ୍ରୋଧିତ ହୋଇ ଶାପିଲେ ଏ ଅକଳାପୁରୀ ନାଶ ଗଲା ।
ଅନେକ କାଳ ପୂର୍ବରୁ ପତ୍ନୀ ଅହଲ୍ୟାଙ୍କୁ ଧରି ।
ତପଶ୍ଚର୍ଯ୍ୟ କରୁଥିଲେ ଦିବାନିଶି ଏକ କରି ।।
ଦିନେ ଆଶରମେ ଜାଣି ଗୌତମ ନ ଥିବାର ।
ଅହଲ୍ୟା କତି ଆସିଲା ଇନ୍ଦ୍ର ଶଚିବର ।।
ସହସ୍ରାକ୍ଷ ଧରିଲା ଯେ ଗୌତମଙ୍କ ରୂପ ।
ଅହଲ୍ୟା ଆଗରେ କଲା ଦଇନି ଅନେକ ।।
କାମାତୁର ପୁରୁଷଙ୍କ ନାହିଁ ଋତୁ ମାସ ।
ଡମ୍ବରୁ ପରି କଟି ତ ତନୁ ଯେ ସରସ ।।
ଦେହ ମନ ଆତ୍ମାରୁ ମୁଁ ଅଛି ଏକ ଆଶ ।
ପ୍ରେମ ଦାନ କଲେ ମୁହିଁ ହୋଇବି ହରଷ ।।
ଜାଣିଲା ଅହଲ୍ୟା ଯେ ଏ ଅଟଇ ବାସବ ।
ଋଷିଙ୍କ ଛଦ୍ମ ବେଶରେ ଯେ ଲଗାଇଛି ଭାବ ।।
ମଘବା ବିଶୟେ ବାଳା ଉଚ୍ଛୁକ ହୋଇଣ ।
କୁମତି ଯେଣୁ ସେ ପୁଣ ବୋଇଲା ବହନ ।।
ମନରେ ସନ୍ତୁଷ୍ଟି ହୋଇ କହିଲା ଦେବଙ୍କୁ ।
ହେ ଦେବରାଜ ତୃପତି ଦେଲ ଏବେ ମୁକୁ ।।
ଚଳିଯାଅ ତୁରିତେ ଏହି ଠାବ ଛାଡ଼ି ।
ପ୍ରେମ ଦାତା ମୋତେ ଥାଅ ତୁମେ ରକ୍ଷା କରି ।।
ଦରହଷି ଇନ୍ଦ୍ର କହିଲେ ଅହଲ୍ୟାକୁ ।
ସନ୍ତୁଷ୍ଟ ହୋଇଣ ମୁହିଁ ଯାଉଛି ପୁରକୁ ।।
ରତି କର୍ମ ସାରି ପର୍ଣ୍ଣକୁଟି ଛାଡ଼ି ।
ଅମରାବତୀକୁ ଦେବ ଗଲେଟି ବାହୁଡି ।।
ଶୁଣ ରାମ ଯାଉ ଯାଉ ହୋଇ ତର ତର ।
ପାଣ୍ଡୁଳ ମୁଖ ତାଙ୍କର ନିଶ୍ୱାସ ପ୍ରଖର ।।
ଦେଖିଲେ ବୃତ୍ତାରୀ ଗୌତମ ଋଷି ଆସୁଛନ୍ତି ।
ଦେବ-ଦାନବ କୁଳେ ତାଙ୍କ ପରି କେହି ନାହାନ୍ତି ।।
ତପେ ବଳି ଆନ ସେହୁ ସ୍ନାନରୁ ଫେରନ୍ତା ।
ଦେହ ଓଦା ନଦୀ ଜଳେ ଦିଶନ୍ତି ଜଳନ୍ତା ।।
ହସ୍ତେ ଅଛି କୁଶ ଆଉ ଯଜ୍ଞ ଯୋଗ୍ୟ କାଠ ।
ଏମନ୍ତ ମୁରତି ଦେଖି ଇନ୍ଦ୍ର ହୋଇଲେ ତଟସ୍ଥ ।।
ସୁନାସୀର ଦେଖି ଋଷି କ୍ରୋଧେ ଜଳିଗଲେ ।
ମୋର ରୂପ ନେଇ ତୁହି ଅକର୍ମ କଲୁ ଭଲେ ।।
ଆରେ ମୁର୍ଖ ଦେଉଅଛି ଏହି ଅଭିଶାପ।
ତକ୍ଷାଣାତ ଛିଡୁ ତୋର ଦୁଇ ଅଣ୍ଡକୋଷ ।।
କହୁ କହୁ ମୁନି କୋଷ ଛିଡ଼ିଲା ଇନ୍ଦ୍ରର ।
ଅହଲ୍ୟାକୁ ଶାପିଲେ, ଅଭିଶାପ ବଜ୍ରଧର ।।
ତୁହି ବର୍ଷ ପରିଯନ୍ତେ ଏଠାରେ ରହିବୁ ।
ବିନା ଖାଦ୍ୟେ ପବନକୁ ଆହାର କରିବୁ ।।
ପାଉଁଶେ ଜଳିଣ ଜନ୍ତୁଏ ହୋଇବୁ ଅଦୃଶ୍ୟ ।
ଦଶରଥ ସୁତ ରାମ ଯେବେ ଆସିବେ ଏ ଦେଶ ।।
ଅସତି ଦୋଚାରୁଣୀ ତୁହି ହୋଇବୁ ସେବେ ସତୀ ।
ମଦନ ବିଭ୍ରାନ୍ତି ଛାଡ଼ିଯିବ ତୋର କତି ।।
ଆନନ୍ଦ ହୋଇଣ ପୁଣି ଧରିବୁ ନିଜ ରୂପ ।
ଏହାର ଉତ୍ତାରୁ ଆସିବୁ ମୋହର ସମୀପ ।।
ଋଷି ଦୁରାଚାରୀ ନାରୀକୁ ଏହା କହି ସାରି ।
ଗୌତମ ଚାଲିଗଲେ ଆଶ୍ରମକୁ ଛାଡ଼ି ।।
ତପ ଆଚରିଲେ ଯାଇ ହିମବନ୍ତ ତିଖେ ।
ସୁନ୍ଦର ଠାବଟି ସେଇ, ଗନ୍ଧର୍ବ, ଦେବଙ୍କର ସଙ୍ଗେ ।।
ନଂପୁସକ ଦେବରାୟେ ଦେବ ସଭାକୁ ସେ ଗଲେ ।
ଋଷି ଗନ୍ଧର୍ବଙ୍କ ଆଗେ ଦଇନି କରିଲେ ।।
ଗୌତବ ତପଭଙ୍ଗ କଲି ଦେବତାଙ୍କ ପାଇଁ ।
କ୍ରୋଧେ ନଂପୁସକ କଲେ ମୋତେ ଋଷିକୂଳ ସାଇଁ ।।
ପରିତ୍ୟାଗ କରିଲେ ଯେ ଭାର୍ଯ୍ୟାକୁ ନିଜର ।
ଶାପମାନ ହରିଲେ ଯେ ତପସ୍ୟା ତାଙ୍କର ।।
ତେଣୁକରି ଦେବ ବିଦ୍ୟାଧର ଋଷିଗଣ ।
ସାହାଯ୍ୟ କରିଲେ ମୋତେ ମିଳିବ ପୁରୁଷତ୍ୱ ପୁଣ ।
ଅଗ୍ନିସହ ଦେବଗଣ ଶୁଣିଲେ ଆକୁତି ।
ମରୁତମାନଙ୍କ ସହ ଗଲେ ପିତୃଙ୍କର କତି ।।
କହିଲେ ଇନ୍ଦ୍ର ହରିଲା ମୁନିଙ୍କର ନାରୀ ।
ଶାପେ ଋଷି ଛିଡ଼ାଇଲେ ଅଣ୍ଡକୋଷ ତାରି ।।
ଦେବରାୟ ଇନ୍ଦ୍ର ଯେହୁ ନଗରାନ୍ତକ ।
ଦେବଗଣଠାରେ ଏବେ ହୋଇଛନ୍ତି କୋପ ।।
ଏ ମେଷର ଅଣ୍ଡ ଅଛି ଇନ୍ଦ୍ରର ଯେ ନାହିଁ ।
ମେଷର କାଟି କରି ଇନ୍ଦ୍ରଠାରେ ଲଗାଅ ଯେ ନେଇ ।।
 ଏହି ପରି ମେଷମାନେ ଦେବେ ଅପାର ସନ୍ତୋଷ ।
ଦାନଦେଲେ ଏହାକୁ ଯେ ଫଳ ଫଳିବ ଅଶେଷ ।।
ବୈଶ୍ୱାନର ବଚନକୁ ଶୁଣିକରି ପିତୃଗଣ ।
ସହସ୍ରାକ୍ଷେ ଲଗାଇଲେ ମେଷର କୋଷକୁ କାଟିଣ ।।
ସେହିଦିନୁ ପିତୃମାନେ ଭକ୍ଷନ୍ତି ଖାସୁକରା ମେଷ ।
ମେଷ ଅଣ୍ଡ ପାଇକରି ଇନ୍ଦ୍ର ହେଲେ ସମ୍ପୂର୍ଣ୍ଣ ପୁରୁଷ ।।
ଗୌତମଙ୍କ ତପସ୍ୟାର ଏମନ୍ତ ମହାତ୍ମ୍ୟ ।
ଆସ ରାମ ଯିବା ସେହୁ ପବିତ୍ର ଆଶ୍ରମ ।।
ଦେବୋପମା ଅହଲ୍ୟାକୁ କର ଯେ ତାରଣ ।
ବିଶ୍ୱାମିତ୍ର ବଚନ ରାଘବ ଶୁଣିଣ ।।
ମୁନିଙ୍କ ପଛେ ପଛେ ଲକ୍ଷ୍ମଣ ସହିତ ।
ରାମ ପ୍ରବେଶିଲେ ଆଶ୍ରମରେ ଯେ ତୁରିତ ।।
ଦେଖିଲେ ଅହଲ୍ୟା ଅଛି ତପେ ଦିପ୍ତମାନ ।
ଦେବ ଦାନବ ମାନବ ଚକ୍ଷୁରୁ ଅଦୃଶ୍ୟ ହୋଇଣ ।।

କମ୍ବର କୃତ ଅହଲ୍ୟା ଅଧ୍ୟାୟ


ମିଥିଳା ନବରକୁ ଆସି । ଦେଖିଲେ ଦୁର୍ଗଗୋଟି ଅଛି ।।
ଉଡ଼ୁଛି ପତାକା ଉପରେ ।  ବ୍ୟାପିଛି କ୍ଷେତ ଚାରିଆଡ଼େ ।।
କୃଷ୍ଣପ୍ରସ୍ତୁର ଯେ ଦିଶିଲା । ଯାହା ଅହଲ୍ୟା ଦିନେ ଥିଲା ।।
ଋଷି ଗୌତମର ସେ ନାରୀ । ଯେଣୁ ସେ ହୋଇଲା ଦୋଚାରି ।।
ପଙ୍କଜ ଲୋଚନ ନୟନ । ପଥରେ ପଡ଼ିଲା ବହନ ।।
ପଥରେ ପଦରଜ ପଡ଼ି । ଭାଜିଲା ନିଦ୍ରାର କୁହୁଡ଼ି ।।
ଅଚେତ ହୋଇଲେ ଚେତନ । ଜ୍ଞାନ ଯେ କାଟଇ ଅଜ୍ଞାନ ।।
କୃଷ୍ଣ ଯେ ବଦନ ଛିଡ଼ିଲା । ପ୍ରଭୁଙ୍କ ପଦକୁ ଧରିଲା ।।
ଉଠିଲା ଜୀବନ୍ତ ସେ ନାରୀ । ନିଜର ରଙ୍ଗ ରୂପ ଧରି ।।
ରାମ ଯେ ପୁଣ ଏହାପରେ । ବିଶ୍ୱାମିତ୍ରଙ୍କୁ ପଚାରିଲେ ।।
 ଅପୂର୍ବ ସୁନ୍ଦରୀ ଏ ନାରୀ । ପଥର ହୋଇଲେ କିପରି ।।
ଶିଷ୍ୟର ପ୍ରଶ୍ନ ଗୋଟି ଶୁଣି । ବିଶ୍ୱାମିତ୍ର ବୋଲନ୍ତି ବାଣୀ ।। 
ଶୁଣରେ ଦଶରଥ ଶିଷୀ । ଗୌତମ ନାମରେ ତପସ୍ୱୀ ।।
ଆଶ୍ରମୁ ହୋଇଲେ ବାହାର । ଅହଲ୍ୟା ଭାରିଯା ତାହାର ।।
ତହୁଁ ସେ ଦେବ ବ୍ରଜଧର । ମଦନେ ହୋଇଲେ କାତର ।।
ଅହଲ୍ୟା ସ୍ତନ ଚାପ ବଳେ । ସରିଲା କଟାକ୍ଷ କଟାଳେ ।।
ଇନ୍ଦ୍ରର ତନୁ ଯେ ବିନ୍ଧିଲା । ମିଳନେ ଉପାୟ ଖୋଜିଲା ।।
ମଦନେ ଆରତ ସେ ହୋଇ । ନିଜର ବୁଦ୍ଧିକୁ ହଜାଇ ।।
ଧରିଲା ଗୌତମର ରୂପ । ଯେ ଋଷି ଧର୍ମର ସ୍ୱରୂପ ।।
ଆଶ୍ରମେ ନଥିବାର ବେଳେ । ପଶିଲା ଚୋର ପରି ହେଳେ ।।
ଆଶ୍ରମେ ଅହଲ୍ୟାର ସଙ୍ଗ । କଲା ସେ ନାନା ରତିରଙ୍ଗ ।।
ଅହଲ୍ୟା ଜାଣିଲା ହୃଦୟେ । ହେଲେ ସେ ମୁଖେ ନାହିଁ କହେ ।।
ବିବାହ ପ୍ରଥମ ଯେ ରାତି । ତାହାର ରସ ସେ ପିଅନ୍ତି ।।
ଅହଲ୍ୟା ମଦନର ଭୋଳେ । ମାତିଲା ଆନନ୍ଦରେ ଖେଳେ ।।
ଏମନ୍ତେ ସମୟେ ଗୌତମ । ଫେରିଲେ ନିଜର ଆଶ୍ରମ ।।
ସାକ୍ଷାତ ଦେବ ତ୍ରିପୁରାଣୀ । ତପରେ ଅଟନ୍ତି ସେ ବଳି ।।
ମୁନିଙ୍କ ନାହିଁ ତ୍ରୋଣ ସର । ଅଟନ୍ତି ଶାପେ ବଳିୟାର ।।
ମୁନିଙ୍କୁ ଆସିବାର ଦେଖି । ଅହଲ୍ୟା ରହିଲା ନିରେଖି ।।
କର୍ମର ଲଜ୍ଜା କେ କହିବ । ପାପ ଏ କଳ୍ପେ କି ସରିବ ।।
ମଘବା ମହାଭୟ ପାଇ । ମାର୍ଜାର ରୂପ ଏକ ବହି ।।
ତୁରିତେ ହେବାକୁ ବାହାର । କଲା ଯେ ଏବେ ଉପଚାର ।।
ଅଗ୍ନି ଚକ୍ଷୁ ହୋଇ ଗୌତମ । ଦେଖିଲେ କଲାକର୍ମ ମାନ ।।
ବଚନ ବୋଇଲେ ସେ ଋଷି । ଜଳନ୍ତା ତୀର ପଡ଼େ ଖସି ।।
କହିଲେ ଶୁଣ ଦେବରାଜ । ଏମନ୍ତ କର୍ମ କଲୁ ଆଜ ।।
ମଦନ ଆରତରେ ଭୋଳ । ଶୁଣରେ ନିଜ କର୍ମଫଳ ।।
ସହସ୍ର ଯୋନି ତୋର ଦେହେ । ଫଳୁ ସେ ନେତ୍ରମାନ ପ୍ରାଏ ।।
ନିମିଷ ମାତ୍ରକ ମଧ୍ୟରେ । ଫଳିଲା ଋଷିଙ୍କ ଶାପରେ ।।
ଲଜ୍ଜାରେ ହୋଇ ଅବନତ । ଆଶ୍ରମ ଛାଡ଼ିଣ ତୁରିତ ।।
ଇନ୍ଦ୍ର ଯେ ଗଲା ନିଜ ଦେଶ । ଲଭିଣ ଜନ ଉପହାସ ।।
ଇନ୍ଦ୍ରକୁ ଶାପ ଦେଇକରି । ଗୌତମ କହିଲେ ।।
ଅଟୁ ତୁ ଦୋଚାରୁଣି ବାଳା । ହୁଅ ତୁ କୃଷ୍ଣକାୟ ଶିଳା ।।
ଭୂମିରେ ପଡ଼ିବା ଅନ୍ତରେ । ଅହଲ୍ୟା କହିଲା କାତରେ ।।
ଇତର ଜନ ଦୋଷମାନ । କ୍ଷମନ୍ତି ଗୁରୁଜନଗଣ ।।
ଇଶ୍ୱର ସମ ପ୍ରଭୁ ତୁମେ । କ୍ଷମା ମୋ ଦୋଷ ନିଜ ଗୁଣେ ।।
ଏମନ୍ତ ଶୁଣି ମୁନିବର । କହିଲେ ଜାନକୀର ବର।।
ତ୍ରେତୟା ଯୁଗରେ ଆସିବେ । ପଥରୁ ସେହି ଯେ ତାରିବେ ।।
କଣ୍ଠେ ଯେ ଥିବ ବନମାଳ । ତାରିବେ କୌଶଲ୍ୟାର ବାଳ ।।
ଅମର ଗଣ ଥାଇ ସ୍ୱର୍ଗେ । ଦେଖିଲେ ଇନ୍ଦ୍ର ପରାଭବେ ।।
ମର୍ତ୍ତ୍ୟକୁ ଆସିଲେ ଓହ୍ଲାଇ । ଭ୍ରାତାଙ୍କୁ ଦୁତ ରୂପେ ପାଇ ।।
ଗୌତମେ କଲେ ସେ ବିନତି । ମୁନି ଯେ ହୋଇଲେକ ଶାନ୍ତି ।।
ଯୋନି ଯେ ପାଲଟିଲା ନେତ୍ର । ଅମରେ ଗଲେ ନିଜ କ୍ଷେତ୍ର ।।
ଅହଲ୍ୟା ରହିଲା ପାଷାଣି । ରାମଙ୍କ ଆଗମନ ଶୁଣି ।।
ସେହିଦିନୁ ସେ ବସିଥିଲା । ଏବେ ସେ ମୁକତି ପାଇଲା ।।
ଖଣ୍ଡିଲ ଭବଭୟ ତା’ର । ଯେମନ୍ତେ ତୁମ୍ଭେ ତାଡ଼କାର ।।
ନବୀନ ନିରଦ ଯେ ଶ୍ୟାମ । ତୁମ୍ଭେ ଯେ ଭବଭୟ ଯମ ।।
ତାରିଲ ତାଡ଼କା ହସ୍ତରେ । ଏବେ ଉଦ୍ଧରିଲ ପୟରେ ।।

No comments:

Post a Comment