ପିଲାଙ୍କ ଗୀତ - 'ଟୁକୁ ମୂଷି'
ଗୋପାଳଚନ୍ଦ୍ର ପ୍ରହରାଜ
![]() |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
ଟୁ'କୁ ମୂଷି ଟୁ'କୁ ମୂଷି
ଧାନ ଭରଣକ ଖାଉଥା ବସି
ତୁ ଥା' ମୁଁ ଯାଉଛି ରୁଷି ।
ଧାନ ଭରଣକ ଖାଉଥା ବସି
ତୁ ଥା' ମୁଁ ଯାଉଛି ରୁଷି ।
କାଳିଆ ବଳଦ ଗଲା
ହାଣ୍ଡି କୁଣ୍ଢେଇ ଜଗି ଥିବୁଟି
ହାଣ୍ଡି ଧୁଡୁଧୁଡୁ କଲା ।
କାଳିଆ ବଳଦ ଭାରି ଉଝଟ
ନିତି ଭାଙ୍ଗଇ ତାଟି କବାଟ ।
ମୋ ହାତରେ ଥାଏ ଖଣ୍ଡିଏ ଛାଟ
ପିଲାଙ୍କୁ ଦେଖିଲେ ଉଗାଳେ ବାଟ ।
ବାପା ରଖିଗଲେ ଧାନ ଭରଣେ ।
ଅମାରରେ ଏବେ ନାହିଁ ତ ମାଣେ ।
ଚଷୁ ଗଦା ହେଲା ଅମାରେ କଣେ
ଚାଉଳଯାକ ତ ଗଲାଣି କେଣେ ।
ଟୁଉକୁ ମୂଷି ରେ ଦିଶୁ ତ ସାନ
ମାସକେ ଖାଇଲୁ ଭରଣେ ଧାନ ।
କିପରି ହୋଇଲା ପେଟରେ ଥାନ ?
କୋଡମେଇ ତୋର ପେଟ ସମାନ ।
ରୁଷି କରି ବାପା ଛାଡିଲେ ଘର
ମାଆକୁ ହେଲାଣି ଏକୁଆ ଜର ।
ଟୁଉକୁ ମୂଷି ଜଗିଛି ଘର
ତୁଚ୍ଛା କରୁଅଛି ଧାନ ଅମାର ।
ମୂଳ ରଚନା ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ବିରଚିତ ' ଧୋରେ ବାୟା ଧୋ' ସଙ୍କଳନରେ ପ୍ରକାଶିତ । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ ।
No comments:
Post a Comment