ପିଲାଙ୍କ ପାଇଁ ଗୀତ - 'ଚକା ଚକା ଭଉଁରୀ'
କବି - ଶ୍ରୀ ରାମକୃଷ୍ଣ ନନ୍ଦ
ପିଲାଙ୍କ ପାଇଁ ଗୀତ - 'ଚକା ଚକା ଭଉଁରୀ'
କବି - ଶ୍ରୀ ରାମକୃଷ୍ଣ ନନ୍ଦ
![]() |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
ଚକା ଚକା ଭଉଁରୀ
ମାମୁଘର ଚଉଁରୀ
ମାମୁ ମୋତେ ମାଇଲେ
କେତେ କଥା କହିଲେ
ବୁଝେଇ ଶୁଝେଇ ପୁଣି
ଦୁଧଭାତ ଖୋଇଲେ ।
ମାମୁଘର ଚଉଁରୀ
ମାମୁ ମୋତେ ମାଇଲେ
କେତେ କଥା କହିଲେ
ବୁଝେଇ ଶୁଝେଇ ପୁଣି
ଦୁଧଭାତ ଖୋଇଲେ ।
ମାମୁଘର ଅଗଣାରେ
ନାଲି ନେଳି ପଥର,
ଫୁଲ ଫୁଟି ବାସୁଥାଏ
ସତେ ଅବା ଅତର ।
ନାଲି ନେଳି ପଥର,
ଫୁଲ ଫୁଟି ବାସୁଥାଏ
ସତେ ଅବା ଅତର ।
ମାମୁଘରେ ବାଜୁଥାଏ
ଯୋଡ଼ା ଯୋଡ଼ା ମହୁରୀ,
ଚକା ଚକା ଭଉଁରୀ ଗୋ
ଚକା ଚକା ଭଉଁରୀ ।
ବି.ଦ୍ର.: ମୂଳ ରଚନା ଶ୍ରୀ ରାମକୃଷ୍ଣ ନନ୍ଦଙ୍କର ବହି 'ଝୁମୁକା' ରେ ଛପା ଯାଇଥିଲା । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ ।

No comments:
Post a Comment