ବସା ଦହି ମାଛ
![]() |
ଫଟୋ କ୍ରେଡିଟ୍ - ଏଫ୍.ଏ.ଓ. |
ସାମଗ୍ରୀ
ଆଠ ଖଣ୍ଡ ବଡ ମାଛ ରୋହି ଖଣ୍ଡ (ଲାଞ୍ଜ ଓ ମୁଣ୍ଡ ମିଶାଇବେ ନାହିଁ ), ଅଳ୍ପ ଖଟା ହୋଇଥିବା ଦହି ଏକ କପ୍, ଚୁନ୍ ଚୁନ୍ କଟା ହୋଇଥିବା ବଡ ପିଆଜ ଏକଟି, ଖଣ୍ଡେ ଇଞ୍ଚେ ଲମ୍ବର ଅଦା + ଦୁଇଟି କଞ୍ଚା ଲଙ୍କା + ଦୁଇ ଡେମ୍ଫ ଭୁର୍ସୁଙ୍ଗ ପତ୍ର ମିଶାଇ ବଟା ମସଲା, ଏକ ଚାମଚ ହଳଦୀ ଗୁଣ୍ଡ, ଅଧ ଚାମଚ ଫୁଟଣ, ଦୁଇଟି ଶୁଖିଲା ଲଙ୍କା, ଗରମ ମସଲା ଗୁଣ୍ଡ ଏକ ଚାମଚ, ସୋରିଷ ତେଲ ଚାରି ବଡ ଚାମଚ, ସୁଆଦ ଅନୁସାରେ ଲୁଣ ।
ପ୍ରଣାଳୀ
ମାଛକୁ ଧୋଇ ପରିଷ୍କାର କରି ଲୁଣ ହଳଦୀ ଗୋଳାଇ ଅଳ୍ପ ଭାଜି ରଖନ୍ତୁ । ଖରଭଜା କରିବେ ନାହିଁ । ଦହିରେ ଲୁଣ, କଟା ପିଆଜ ଓ ବଟା ମସଲା ପକାଇ ଡାଲିଘଣ୍ଟା ଚରକିରେ ଗୋଳାଇ ରଖନ୍ତୁ । ଏଥିରେ ଭଜା ମାଛକୁ ପକାନ୍ତୁ ।
ଆଉ ଏକ କରେଇରେ ତେଲ ପକାଇ, ଫୁଟଣ ଓ ଶୁଖିଲା ଲଙ୍କାକୁ ଛିଣ୍ଡାଇ ପକାଇ ଦେଇ, ଦହିମାଛକୁ ପକାଇ ଦିଅନ୍ତୁ । ଧୀର ଆଞ୍ଚରେ ମାଛକୁ ପାଞ୍ଚ ମିନିଟ୍ ଫୁଟାନ୍ତୁ । ପାଣି ବେଶୀ ଦେବେ ନାହିଁ । ଦହି ମାଛ ତରକାରୀ ଜୁକୁଜୁକିଆ ହୋଇ ଆସିଲେ ସେଥିରେ ଗରମ ମସଲା ଗୁଣ୍ଡରୁ ଏକ ଚାମଚ ପକାଇ ଆଞ୍ଚରୁ କରେଇକୁ ଓହ୍ଲେଇ ଦିଅନ୍ତୁ ।
ଏଥିରେ ତେଲ ମସଲା ବେଶୀ ପଡେ ନାହିଁ । ଏଣୁ ସହଜରେ ହଜମ ହୋଇଯାଏ ।
ଉତ୍ସ – ଓଡିଶୀ ରନ୍ଧନ କଳା ( ପ୍ରସନ୍ନକୁମାରୀ ଦେବୀ )
No comments:
Post a Comment