Wednesday, November 11, 2015

ସର୍ବଧର୍ମ ସମନ୍ୱୟ ଉପରେ ଶ୍ରୀ ଅଭିରାମ ପରମହଂସ 






କଳି ଭାଗବତ, ୧୨ଶ ଅଧ୍ୟାୟ 


ଜଳ ଯେ ପାନି ଅଟେ ପାଣି । ଏ ତିନି ଏକ ବୋଲି ଜାଣି ।।
ସେପରି ଈଶ୍ୱରଟି ଏକ । ଗୋଟିରୁ କୋଟି ନାମ ଦେଖ ।।
ସେପରି ଏକ ଜଗଦୀଶ । ଅଲେଖ, ଆଲ୍ଲା, କୃଷ୍ଣ, ଖ୍ରୀଷ୍ଟ ।।
ଏଥିରୁ ଭିନ୍ନ ନାହିଁ କିଛି । ଏକରୁ ବହୁତ ହୋଇଛି ।।
ଏଣୁ ଅଦ୍ୱୈତ ଭାବ କର । ଦୈତରେ ରହିଛି ଅନ୍ଧାର ।।

ଚଉତିଶା ମଞ୍ଜୁଷା 


ପୃଥିବୀର ଜନସଂଖ୍ୟା ଏକ ବୋଲି ଜାଣ । 
ସତ୍ୟନାରାୟଣ ଦେଖ ସକଳ ଘଟେଣ ।।
ହିନ୍ଦୁ ମୁସଲମାନ ଖ୍ରୀଷ୍ଟିୟାନ ସବୁ ଏକ ।
ଏକ ଧର୍ମାବଲମ୍ବୀ ସବୁୁ ବୁଝିଲେ ଏକ।।
ଭାତୃଭାବଟି ବଡ ସୁଯୋଗ ବାଟ ।
ଭାତୃଭାବ ତେଜି ଚଳିଲେ ପଛେ ବଡ ସଙ୍କଟ ।।

No comments:

Post a Comment