ପିଲାଙ୍କ ଗୀତ - ହାତୀ ନେ ଘୋଡା ନେ
କବି - ଶ୍ରୀ ରାମକୃଷ୍ଣ ନନ୍ଦ
![]() |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
ହାତୀ ନେ, ଘୋଡା ନେ
ମୋ ପେଏଁ କାଳୀ ବଜେଇ ଦେ,
ମୋତି ନେ, ହୀରା ନେ
ମୋ ଘରଟିିକି ସଜେଇ ଦେ ।
ସୁବର୍ଣ୍ଣର ଥାଳି ନେ
ମାଣିକ୍ୟର ମାଳୀ ନେ
ମୋ ଗୁଡିଟିକୁ ଉଡେଇ ଦେ,
ମୋ ଛବି ବହି ପଢେଇ ଦେ ।
ଜାମା ନେ, ଜୋତା ନେ
ଜରି ପାଟଛତା ନେ,
ମୋ ବରକୋଳି ଝଡ଼େଇ ଦେ,
ମୋ ଖେଳଘର ଗଢେଇ ଦେ ।
ଶାରୀ ନେ, ଶୁଆ ନେ,
ଧଳା ଭାଲୁଛୁଆ ନେ,
ମୋ ଚକଟିକୁ ବୁଲେଇ ଦେ,
ମୋ ବେଲୁନ୍ କୁ ଫୁଲେଇ ଦେ ।
ଖିରି ପୁରି ଖଜା ନେ,
ବଡ ମାଛ ଭଜା ନେ,
ମୋ ଦୋଳିଟିକୁ ହଲେଇ ଦେ,
ମୋ ସାଇକେଲ ଚଲେଇ ଦେ ।
ହୀରା ନୀଳା ମୋତି ନେ
ମୋ କଣ୍ଢେଇକି ସଜେଇ ଦେ,
ଘୋଡା ନେ, ହାତୀ ନେ,
ମୋ ପେଏଁକାଳୀ ବଜେଇ ଦେ ।
ମୂଳ ରଚନା ଶ୍ରୀ ରାମକୃଷ୍ଣ ନନ୍ଦଙ୍କର ବହି 'ଝୁମୁକା' ରେ ଛପା ଯାଇଥିଲା । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ ।
No comments:
Post a Comment