Thursday, October 08, 2015

ଜାଗାକୁ ନେଇ ଓଡିଆ ଢଗ ଢମାଳି 


ଉତ୍ସ - ଶ୍ରୀ ଚକ୍ରଧର ମହାପାତ୍ର କୃତ ଉତ୍କଳ ଗାଉଁଲି ଗୀତ 


ଫଟେ କ୍ରେଡିଟ୍ - ୱିକିମିଡିଆ କମନସ୍


 ଆକାଶ କଇଁଆ ଚିଲିକା ମାଛ 

କେତେ ପାଞ୍ଚୁଥାଉ ଅପାଞ୍ଚ ପାଞ୍ଚ


ଆଳି ରାଇଜରେ ବାଳି ବୁଝାମଣା 
ଫାଟରୁ କିମ୍ଭୀର ଖାଉଛି 


କଟକର ପେଡି ଆଡଭଙ୍ଗା ଚୁଡି
ମାଣିକରେ ଯୋଡିଯୋଡି ରେ
ତୁ ଛାଡିନୋଉଁ ମୁଁ ଛାଡିନେଇଁ ଦଇବରେ ଛଡାଛଡିରେ ।


କଟକରେ ରାତି ନାହିଁ 
ପୁରସ୍ତମରେ ଜାତି ନାହିଁ ।


ନରସିଂହପୁରର ଜମା କେତେ
ମାରୁ ଧରୁ ଉଠିଲା ଯେତେ ।


ଖାଇବୁ ସହଳ, ପିନ୍ଧିବୁ ମହଳ
ଦାଣ୍ଡଘର ଖଣ୍ଡି ଅଛୁଆଁ କର
ତେବେ ଗଡଜାତେ କରିବୁ ଘର ।


ଟିକରପଡା
ତନ୍ତୀଘର ଠାରୁ ଦି ଘର ଛଡା ।


ତୁଣ୍ଡ ନରେନ୍ଦ୍ର 
ପିଠି ଅରକ୍ଷିତ ।


ଦେଖା ଶିଖା ଓଡିଶା
ସାଇ ଘେନି ପଡିଶା ।

୧୦


ପୋତନ୍ତି ଗରିଆ ପିନ୍ଧନ୍ତି କରିଆ
ତେବେ ସେ ବୋଲାନ୍ତି ଆଠଗଡିଆ ।

No comments:

Post a Comment