Friday, October 02, 2015

ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ ପଦ୍ୟାନୁବାଦ 


ପ୍ରଥମ ପ୍ରକାଶ - ୧୮୮୭ 



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍

ପ୍ରଥମୋଧ୍ୟାୟଃ


ଧୃତରାଷ୍ଟ୍ର ଉବାଚ 


ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ ।
ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ । ୧।

ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ମିଳି ବୀରଗଣେ । ଆମ୍ଭ ପୁତ୍ରଗଣ ପୁଣି ପଣ୍ଡୁଙ୍କ ନନ୍ଦନେ ।।
କି କି କାର୍ଯ୍ୟ କରିଛନ୍ତି ବୋଲ ହେ ସଞ୍ଜୟ । ଏହା ଶୁଣିବାକୁ ଆମ୍ଭ ଇଚ୍ଛା ଅତିଶୟ ।୧।

ସଞ୍ଜୟ ଉବାଚ 


ଦୃଷ୍ଟ୍ୱା ତୁ ପାଣ୍ଡବାନିକଂ ବ୍ୟୁଢଂ ଦୁର୍ଯ୍ୟୋଧନସ୍ତଦା ।
ଆଚାର୍ଯ୍ୟମୁପସଙ୍ଗମ୍ୟ ରାଜା ବଚନମବ୍ରବୀତ୍ ।୨।

ପାଣ୍ଡବ ବଳଙ୍କୁ ବ୍ୟୁହ ଦେଖି ଦୁର୍ଯ୍ୟୋଧନ । ଦ୍ରୋଣାଚାର୍ଯ୍ୟ ପାଶେ ଯାଇ ବୋଇଲେ ବଚନ ।୨।

ପଶୈତାଂ ପାଣ୍ଡୁପୁତ୍ରାଣାମାଚାର୍ଯ୍ୟ ! ମହତୀଂ ଚମୁଂ ।
ବ୍ୟୁଢାଂ ଦ୍ରୁପଦପୁତ୍ରେଣ ଦବ ଶିଷ୍ୟେଣ ଧୀମତା । ୩।


ହେ ଆଚାର୍ଯ୍ୟ ପାଣ୍ଡବଙ୍କ ଦେଖନ୍ତୁ ସଇନୀ । ଅପାର ଏ ସୈନ୍ୟ ସଂଖ୍ୟାକେ ପାରିବ ଗଣି ।।
ଆପଣଙ୍କ ପ୍ରିୟ ଶିଷ୍ୟ ଦ୍ରୁପଦ ନନ୍ଦନ । ସଜାଉ ଅଛନ୍ତି ପୁତ୍ର ସଙ୍ଗେ ବ୍ୟୁହ ସୈନ୍ୟ । ୩।

ଅତ୍ର ଶୂରା ମହେଷ୍ୱାସା ଭୀମାର୍ଜୁନସମାୟୁଧି ।
ଯୁଯୁଧାନୋ ବିରାଟଶ୍ଚ ଦୃପଦଶ୍ଚ ମହାରଥାଃ ।୪।

ଏଥି ମଧ୍ୟେ ମହାଯୋଦ୍ଧା ଭୀମାର୍ଜୁନ ପରି । ପାଞ୍ଚାଳ ବିରାଟ ଦୁଇଦେଶ ଛତ୍ରଧାରୀ । ୪।

ଧୃଷ୍ଟକେତୁଶ୍ଚେକିତାନଃ କାଶୀରାଜଶ୍ଚ ବୀର୍ଯ୍ୟବାନ୍ ।
ପୁରୁଜିତ୍ କୁନ୍ତିଭୋଜଶ୍ଚ ଶୈବ୍ୟଶ୍ଚ ନରପୁଙ୍ଗବଃ । ୫।

ଧୃଷ୍ଟକେତୁ ଚେକିତାନ କାଶୀର ରାଜନ  । ପୁରିଜିତ କୁନ୍ତିଭୋଜ ଶୈବ ନରରାଣ । ୫।

ଯୁଧାମନ୍ୟୁଶ୍ଚ ବିକ୍ରାନ୍ତ ଉତ୍ତମୈୌଜାଶ୍ଚ ବୀର୍ଯ୍ୟବାନ୍ ।
ସୌଭଦ୍ରୋଦ୍ରୌପଦେୟାଶ୍ଚ ସର୍ବଏବ ମହାରଥାଃ । ୬।

ଦୃପଦ ସୁଭଦ୍ରା-ସୁତ ସର୍ବେ ତେଜଶାଳୀ । ପରାକ୍ରମୀ ରଣଦକ୍ଷ ମହାରଥୀ ବଳୀ । ୬ ।

ଅସ୍ମାକଂତୁ ବିଶିଷ୍ଟା ଯେ ତାନ୍ନିବୋଧ ଦ୍ୱିଜୋତ୍ତମ ।
ନାୟକା ମମ ସୈନ୍ୟସ୍ୟ ସଂଜ୍ଞାର୍ଥଂତାନ୍ ବ୍ରବୀମି ତେ । ୭।

ଆମ୍ଭମାନଙ୍କର ମଧ୍ୟେ ଯେ ସର୍ବପ୍ରଧାନ । ହେ ଆଚାର୍ଯ୍ୟ ସେମାନଙ୍କ ନାମ ବୋଲୁ ଶୁଣ । ୭ ।

ଭବାନ୍ ଭୀଷ୍ମଶ୍ଚ କର୍ଣଷ୍ଚ କୃପଶ୍ଚ ସମିତିଞ୍ଜୟଃ ।
ଅଶ୍ୱତ୍ଥାମା ବିକର୍ଣଶ୍ଚ ସୌମଦତ୍ତର୍ଜୟଦ୍ରଥଃ । ୮ ।

ଆପଣ ସମିତିଞ୍ଜୟ କୃପ ଭୀଷ୍ମ କର୍ଣ । ଅଶ୍ୱତ୍ଥାମା ସୌମଦତ୍ତ ଜୈଦ୍ରଥ ବିକର୍ଣ । ୮।

ଅନ୍ୟେ ଚ ବହବଃ ଶୂରା ମଦର୍ଥେ ତ୍ୟକ୍ତ ଜୀବିତାଃ ।
ନାନାଶସ୍ତ୍ର ପ୍ରହରଣାଃ ସର୍ବେ ଯୁଦ୍ଧବିଶାରଦାଃ । ୯।

ଆହୁରି ବହୁତ ବୀରଛନ୍ତି ଆମ୍ଭ ପକ୍ଷ ।  ମହାରଥୀ ଧନୁର୍ଦ୍ଧାରୀ ରଣେ ମହାଦକ୍ଷ ।।
ଆମ୍ଭପାଇଁ ଯୁଦ୍ଧେପ୍ରାଣ ଦେବାକୁ ପ୍ରସ୍ତୁତ ।  ଅଛନ୍ତି ସେମାନେ ଏଥେ ନାହିଁ ଅନ୍ୟମତ । ୯। 

ଅପର୍ଯ୍ୟାପ୍ତଂ ତଦସ୍ମାକଂ ବଳଂ ଭୀଷ୍ମାଭିରକ୍ଷିତଂ ।
ପର୍ଯ୍ୟାପ୍ତଂ ତ୍ୱିଦମେତେଷାଂ ବଳଂ ଭୀମାଭିରକ୍ଷିତଂ । ୧୦।

ଆମ୍ଭମାନଙ୍କର ସୈନ୍ୟ ଭୀଷ୍ମେ ସୁରକ୍ଷିତ । ଜଣାଯାଉନାହିଁ ଯୁଦ୍ଧେ  ହେବେ ସମରଥ ।।
ପାଣ୍ଡବମାନଙ୍କ ସୈନ୍ୟ ଭୀମରକ୍ଷାକାରୀ । ସକଳେ ଉତ୍ସାହୀ ମହାଯୋଦ୍ଧା ଧନୁର୍ଦ୍ଧାରୀ ।୧୦।

ଅୟନେଷୁ ଚ ସର୍ବେଷୁ ଯଥାଭାଗମବସ୍ଥିତାଃ
ଭୀଷ୍ମମେବାଭିରକ୍ଷନ୍ତୁ ଭବନ୍ତୁଃ ସର୍ବ ଏବ ହି । ୧୧ ।

ସମ୍ପ୍ରତି ଆପଣମାନେ ଭାଗ ଭାଗ ହୋଇ । କରନ୍ତୁ ଭୀଷ୍ମଙ୍କୁ ରକ୍ଷା ସର୍ବମାର୍ଗେ ଥାଇ ।। ୧୧।

ତସ୍ୟ ସଞ୍ଜନୟନ୍ ହର୍ଷଂ କୁରୁବୃଦ୍ଧଃ ପିତାମହଃ । 
ସିଂହନାଦଂ ବିନୋଦ୍ୟୋଚ୍ଚୈଃ ଶଙ୍ଖଂ ଦଧ୍ମୌ ପ୍ରତାପବାନ୍ ।୧୨ ।

ଅନନ୍ତର ଶଙ୍ଖ ଭେରୀ ଗୋମୁଖ ମାଦଳ । ସହସା ସେ ସୈନ୍ୟ ମଧ୍ୟେ ପଡିଲା ଚହଳ ।୧୨ ।

No comments:

Post a Comment