ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ ପଦ୍ୟାନୁବାଦ
ପ୍ରଥମ ପ୍ରକାଶ - ୧୮୮୭
![]() |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
ପ୍ରଥମ ଅଧ୍ୟାୟ - ଶ୍ଲୋକ ୨୪-୨୭
ଏବମୁକ୍ତୋ ହୃଷିକେଶୋ ଗୁଡାକେଶେନ ଭରତ ।
ସେନୋୟୋରୁଭୟୋର୍ମଧ୍ୟେ ସ୍ଥାପୟିତ୍ୱା ରଥୋତ୍ତମଂ । ୨୪ ।
ଏ କଥା ବୋଲନ୍ତେ ପାର୍ଥ ପ୍ରଭୁ ଯଦୁନାଥ । ଦୁଇ ସେନା ମଧ୍ୟ ସ୍ଥଳେ ଉଭା କରି ରଥ । ୨୪ ।
ଭୀଷ୍ମଦ୍ରୋଣପ୍ରମୁଖତଃ ସର୍ବେଷାଂ ଚ ମହୀକ୍ଷିତାମ୍ ।
ଉବାଚ ପାର୍ଥ ପଶୈତାନ୍ ସମବେତାନ୍ କୁରୁନିତି । ୨୫ ।
ବୋଇଲେ ଶ୍ରୀକୃଷ୍ନ ତହୁଁ ଦେଖ ଫାଲଗୁନି । ଭୀଷ୍ମ ଦ୍ରୋଣ ପ୍ରମୁଖରୁ ସକଳ ସେନାନୀ । ୨୫।
ତତ୍ରାପଶ୍ୟତ୍ ସ୍ଥିତାନ୍ ପାର୍ଥଃ ପିତୃନଥ ପିତାମହାନ୍ ।
ଆଚାର୍ଯ୍ୟାନ୍ ମାତୁଳାନ୍ ଭ୍ରାତୃନ୍ ପୁତ୍ରାନ୍ ପୌତ୍ରାନ୍ ସଖୀଂସ୍ତଥା
ଶ୍ୱଶୁରାନ୍ ସୁହୃଦଶ୍ଚୈବ ସେନୟୋରୁଭୟୋରପି । ୨୬ ।
ଦେଖିଲେ ଅର୍ଜୁନ ପିତା ଭ୍ରାତା ପିତାମହ । ଆଚାର୍ଯ୍ୟ ମାତୁଳ ପୁୁତ୍ର ବାନ୍ଧବ ସମୂହ ।
ଦୁଇ ସେନା ମଧ୍ୟ ସ୍ଥଳେ । ଯୁଦ୍ଧ ପାଇଁ ଉଭା ହୋଇଛନ୍ତି ଏକମେଳେ । ୨୬ ।
ତାନ୍ ସମୀକ୍ଷ୍ୟ ସକୌନ୍ତେୟଃ ସର୍ବାନ୍ ବନ୍ଧୁବସ୍ଥିତାନ୍
କୃପୟା ପରୟାବିଷ୍ଟୋ ବିଷୀଦନ୍ନିଦମବ୍ରବୀତ୍ । ୨୭ ।
ଅର୍ଜୁନ ଯୁଦ୍ଧରେ ଦେଖି ଜ୍ଞାତି ବନ୍ଧୁଗଣେ ।ବୋଇଲେ ଶ୍ରୀକୃଷ୍ନେ କୃପାଖେଦଯୁକ୍ତ ମନେ । ୨୭ ।
No comments:
Post a Comment