ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ
କବି - ଗୁଲଜାର୍
ଅନୁବାଦ - ଭରଦ୍ୱାଜ ପଣ୍ଡା (ଜୁଲୁ )
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
କଲେଜ ରୋମାନ୍ସ ବେଳେ ଏମିତି ହଉଥିଲା ।
ଡେସ୍କ୍ ପଛରେ ବସି ବସି ଚୁପ୍ କି ଦିଟା ହାତ
ଘୁଞ୍ଚି ଘୁଞ୍ଚି ଧିରେ ଧିରେ ପାଖକୁ ଆସୁଥିଲେ ।
ଆଉ ହଠାତ୍ ଗୋଟେ ଆର ହାତକୁ ଚାପି ଧରୁଥିଲା;
ପାପୁଲିରେ ଘୋଡେଇ ଦଉଥିଲା ।
ସୂର୍ଯ୍ୟ ସେମିତି ଚାପି ଧରିଚି ପାପୁଲି ଜହ୍ନର, ଆଜି ଆକାଶରେ ।
No comments:
Post a Comment