Thursday, October 15, 2015

ଫତୁରାନନ୍ଦ କୃତ ଭାଙ୍ଗ ଗୀତ 



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ହରହର ବମ୍ ବମ୍ ହରପ୍ରିୟ ଭାଙ୍ଗ
ଦୁଃଖର ଦରିଆରେ ତୁ ଏକା ସାଙ୍ଗ 
ମହାଦେବ ପରସାଦ ଯେଉଁ ଭକ୍ତ ଖାଏ 
ଗୋଲକଧାମ ନିତ୍ୟରାସ ସ୍ଥଳି ଯାଏ 
ଯେ ପାପୀ ୟାକୁ କରେ ମନେ ଉପହାସ 
ସେହି ଶଳା କରେ ସଦା ନରକରେ ବାସ
ଏହାକୁ ଖାଇଣ ଶିବ ମାରିଲେ ଅସୁର
ଜଳନ୍ଧର ଓ ତ୍ରିପୁର ଆଦି ମହାବୀର
ହେ ଶିବ ପ୍ରସାଦ ଭକ୍ତ ଘରେ ବିଜେକର
ଆଶୀର୍ବାଦ କରି ତାଙ୍କୁ ଭୋଳାନାଥ କର
ବମ୍ ବମ୍ ଭୋଳାନାଥ କି ଜୟ ।


ଉତ୍ସ - ଗଳ୍ପ 'ଜ୍ଞାନଦାତା ଭାଙ୍ଗ' । ଗଳ୍ପ ସଙ୍କଳନ ନବଜିଆ ରୁ ଉଦ୍ଧୃତ । ଲେଖକ - ଫତୁରାନନ୍ଦ । ପ୍ରକାଶକ - ଫ୍ରେଣ୍ଡସ୍ ପବ୍ଲିଶର୍ସ୍ (କଟକ)। ପ୍ରକାଶନର କାଳ ୧୯୮୩ (ପ୍ରଥମ ପ୍ରକାଶନ) ।

No comments:

Post a Comment