Wednesday, October 07, 2015

ପ୍ଲୁଟୋ 


କବି - ଗୁଲଜାର୍ 


ଅନୁବାଦକ - ଭରଦ୍ୱାଜ ପଣ୍ଡା (ଜୁଲୁ)


ପ୍ଲୁଟୋ : ଫଟୋ କ୍ରେଡ଼ିଟ୍ - ୱିକିମିଡ଼଼ିଆ କମନସ୍  

ଶହେଥର ଗଣିଥିଲି ମୁଁ
ପକେଟରେ ନ'ଟା ହିଁ ବାଟି ଥିଲା ।
ଏ ପକେଟରୁ ସେ ପକେଟକୁ ନଉ ନଉ
ଗୋଟେ ବାଟି ହଜେଇ ଦେଇଚି ।
ଖେଳରେ ହାରିନି, ପକେଇ ଦେଇନି କେଉଁଠି ;
ପ୍ଲୁଟୋ ମୋର ଆକାଶରୁ ଗାୟବ୍ ହୋଇ ଯାଇଛି ।

No comments:

Post a Comment