Monday, October 12, 2015

ମାର୍କସ୍ ଅରିଲସ୍ 



ବିଚାରମାଳା ପ୍ରଥମ ଖଣ୍ଡ - ୧୧, ୧୨ ଓ ୧୩





ଫଟୋ କ୍ରଡିଟ୍ - ୱିକିମିଡିଆ କମନସ୍ 


୧୧


ମୋର ପରାମର୍ଶକ ଫ୍ରଣ୍ଟୋଙ୍କଠାରୁ ମୁଁ ଶିଖିଲି ଯେ ଦ୍ୱେଷ, ଧୂର୍ତ୍ତତା ଓ ଦୋମୁହାଁପଣ ନିରଙ୍କୁଶ କ୍ଷମତାର ସାଥୀ ଅଟେ । ମୁଁ ତାଙ୍କଠାରୁ ଏହା ମଧ୍ୟ ଶିଖିଲି ଯେ ଆମର କୁଳୀନ ପରିବାରମାନଙ୍କଠାରେ ପ୍ରାୟତଃ ସାଧାରଣ ମାନବତାର ଅନୁଭବ ଓ ଭାବବୋଧଗୁଡିକର ଘୋର ଅଭାବ ରହିଛି ।

୧୨


ପ୍ଲାଟୋ-ବାଦୀ ଆଲେକ୍ଜାଣ୍ଡାର, ବାର୍ତ୍ତାଳାପ ଓ ପତ୍ରାଳାପ ବେଳେ 'ମୁଁ ବ୍ୟସ୍ତ ଅଛି' ବୋଲି ଏପରି ବାରମ୍ବାର ବ୍ୟବହାର କରିବା ବିରୁଦ୍ଧରେ, ସଚେତନ କରାଇଲେ । ଏପରି ବ୍ୟବହାର ପ୍ରକୃତରେ ଅତ୍ୟନ୍ତ ଆବଶ୍ୟକ ଥିଲେ ହିଁ କରିବା କଥା । ନିଜ ବ୍ୟାପାରକୁ ନେଇ ଜଣେ ବ୍ୟଗ୍ର ଅଛି ବୋଲି ସମାଜ ପ୍ରତି ନିଜର ଦାୟିତ୍ତ୍ୱ ପରିହାର କରିବା କଥା ନୁହେଁ ।

୧୩


ଷ୍ଟଇକ୍ କାଟାଲସ୍ ମୋତେ କୌଣସି ବନ୍ଧୁଙ୍କର ଭର୍ସନାକୁ (ଅଯୌକ୍ତିକ ହେଲେ ମଧ୍ୟ) ହାଲକା ଭାବରେ ନ ନେବା ପାଇଁ ଓ ବନ୍ଧୁଙ୍କର ଅନୁଗ୍ରହ ପୁଣି ଥରେ ପ୍ରାପ୍ତ କରିବା ପାଇଁ ନିଜର ସର୍ବୋତ୍ତମ ପ୍ରଚେଷ୍ଚା କରିବା ନିମନ୍ତେ ପରାମର୍ଶ ଦେଲେ । ସେ ମୋତେ (ଡୋମିସିଅସ୍ ଓ ଏଥେନୋଡୋଟସ୍ ଙ୍କର ସ୍ମୃତିଚାରଣରେ ପାଠକଲା ଭଳି) ମୋର ପ୍ରଶିକ୍ଷକ ମାନଙ୍କର ଗୁଣକୀର୍ତ୍ତନ କରିବା ପାଇଁ ମଧ୍ୟ ପ୍ରବର୍ତ୍ତାଇଲେ । ସେ ମୋତେ ନିଜର ପିଲାମାନଙ୍କ ପାଇଁ ଅକପଟ ଅନୁରାଗ ପୋଷଣ କରିବାକୁ ମଧ୍ୟ ଶିଖାଇଲେ ।    





No comments:

Post a Comment