ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ
ପଦ୍ୟାନୁବାଦ
 |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
ପ୍ରଥମ ପ୍ରକାଶ – ୧୮୮୭
ପ୍ରଥମ ଅଧ୍ୟାୟ - ଶ୍ଲୋକ ୨୮- ୩୭
ଦୃଷ୍ଟ୍ୱେମାନ୍
ସ୍ୱଜନାନ୍ କୃଷ୍ଣ ଯୁଯୁତ୍ସୂନ୍ ସମୁପସ୍ଥିତାନ୍ ।
ସୀଦନ୍ତି
ମମ ଗାତ୍ରାଣି ମୁଖଞ୍ଚ ପରିଶୁଷ୍ୟତି । ୨୮ ।
ହେ
ଶ୍ରୀକୃଷ୍ଣ ଯୁଦ୍ଧେ ଜ୍ଞାତି ବନ୍ଧୁ ଗଣେ ଦେଖି । ପୋଡୁଛି ମୋ ଦେହ ମୁକ ଯାଉଅଛି ଶୁଖି । ୨୮ ।
ବେପଥୁଶ୍ଚ
ଶରୀରେ ମେ ରୋମହର୍ଷଶ୍ଚ ଜାୟତେ ।
ଗାଣ୍ଡୀବଂ
ସ୍ରଂସତେ ହସ୍ତାତ୍ ତ୍ୱକ୍ ଚୈବ ପରିଦହ୍ୟତେ । ୨୯ ।
କମ୍ପୁଛି
ଶରୀର ହେଉଅଛି ରୋମାଞ୍ଚିତ । ହସ୍ତୁ ମୋର ହେଉଅଛି ଗାଣ୍ଡୀବ ସ୍ଖଳିତ । ୨୯ ।
ନ ଚ
ଶକ୍ନୋମ୍ୟବସ୍ଥାତୁଂ ଭ୍ରମତୀବ ଚ ମେ ମନଃ ।
ନିମିତ୍ତାନି
ଚ ପଶ୍ୟାମି ବିପରୀତାନି କେଶବ । ୩୦ ।
ସ୍ଥିର
ହୋଇ ରହିବାକୁ ନାହିଁ ମନେ ବଳ । ମନ ମୋର ନିରନ୍ତର ହେଉଛି ଚଞ୍ଚଳ ।।
ଚତୁର୍ଦ୍ଦିଗେ
ଦେଖୁଅଛି ଅମଙ୍ଗଳ ଚିହ୍ନ । ବ୍ୟାକୁଳ ହେଉଛି ମନ ହେ ମଧୁସୂଦନ । ୩୦ ।
ନ ଚ
ଶ୍ରେୟୋଽନୁପଶ୍ୟାମି ହତ୍ୱା ସ୍ୱଜନମାହବେ ।
ନ କାଂକ୍ଷେ
ବିଜୟଂ କୃଷ୍ଣ ନ ଚ ରାଜ୍ୟମ୍ ଶୁଖାନି ଚ । ୩୧ ।
ବନ୍ଧୁଗଣେ
ନାଶକରି ଦେଖୁନାହିଁ ଶ୍ରେୟ । ପ୍ରୟୋଜନ ନାହିଁ ମୋର ରାଜ୍ୟ ବା ବିଜୟ । ୩୧ ।
କିଂ ନୋ
ରାଜ୍ୟେନ ଗୋବିଦଂ କିଂ ଭୋଗ୍ୟୈର୍ଜୀବିତେନ ବା ।
ଯେକ୍ଷାମର୍ଥେ
କାଂକ୍ଷିତଂ ନୋ ରାଜ୍ୟଂ ଭୋଗାଃ ସୁଖାନି ଚ । ୩୨ ।
ରାଜ୍ୟ
କିମ୍ବା ଜୀବନରେ ପ୍ରୟୋଜନ ନାହିଁ । ସେହି ସର୍ବ ଭୋଗ ଇଚ୍ଛା ସେମାନଙ୍କ ପାଇଁ । ୩୨ ।
ତ
ଇମେବସ୍ଥିତା ଯୁଦ୍ଧେ ପ୍ରାଣାଂସ୍ତ୍ୟକ୍ତ୍ୱା ଧନାନି ଚ ।
ଆଚାର୍ୟାଃ
ପିତରଃ ପୁତ୍ରାସ୍ତଥୈବ ଚ ପିତାମହଃ । ୩୩ ।
ସେହି
ପିତାମହ ପିତା ଆଚାର୍ଯ୍ୟ କୁମରେ । ପ୍ରାଣ ତେଜିବାକୁ ଆସି ଅଛନ୍ତି ସମରେ । ୩୩ ।
ମାତୁଳାଃ
ଶ୍ୱଶୁରାଃ ପୌତ୍ରାଃ ଶ୍ୟାଳାଃ ସମ୍ବନ୍ଧିନସ୍ତଥା ।
ଏତାନ୍ନ
ହନ୍ତୁମିଚ୍ଛାମି ଘ୍ନତୋଽପି ମଧୁସୂଦନ । ୩୪ ।
ମାତୁଳ
ଶଶୁର ନାତି ଶଳା ସମ୍ବନ୍ଧିନ । ଏମାନେ କଲେହେଁ ନାଶ ଆମ୍ଭର ଜୀବନ ।।
ନକରିବୁଁ
ସେମାନଙ୍କ ସହିତ ସମର । ହେ ମଧୁସୂଦନ ଏହା କରିଅଛୁ ସ୍ଥିର । ୩୪ ।
ଅପି
ତ୍ରୈଲୋକ୍ୟ-ରାଜ୍ୟସ୍ୟ ହେତାଃ କିଂ ନୁ ମହୀକୃତେ ।
ନିହତ୍ୟ
ଧାର୍ତ୍ତରାଷ୍ଟ୍ରାନ୍ନଃ କାପ୍ରୀତିଃ ସ୍ୟାଜ୍ଜନାର୍ଦ୍ଦନ । ୩୫ ।
ରାଜ୍ୟ
କଥା ପଛେ ଥାଉ ତ୍ରୈଲୋକ୍ୟ ରାଜତ୍ତ୍ୱ । ପାଇଲେ ହେଁ ଏମାନଙ୍କୁ ନକରିବି ହତ । ।
ଅତଏବ
ବୋଲୁଅଛି ଆହେ ଚକ୍ରଧାରି । ନ ଜନ୍ମିବ ପ୍ରୀତି
ଧାର୍ତ୍ତରାଷ୍ଟ୍ରେ ବଧ କରି । ୩୫ ।
ପାପମେବାଶ୍ରୟେଦସ୍ମାନ୍
ହତ୍ୱୈତାନାତତାୟିନଃ ।
ତସ୍ମାନ୍ନାର୍ହା
ବୟଂ ହନ୍ତୁଂ ଧାର୍ତ୍ତରାଷ୍ଟ୍ରାନ୍ ସ୍ୱବାନ୍ଧବାନ୍ । ୩୬ ।
ଆତତାୟୀ
ହେଲେ ମଧ୍ୟ ଧାର୍ତ୍ତରାଷ୍ଟ୍ରମାନେ । ଅବଶ୍ୟ ଜନ୍ମିବ ପାପ ବଧ କଲେ ରଣେ ।।
ଅତଏବ
ହେ ମାଧବ ବୋଲୁଅଛି ମୁହିଁ । ବାନ୍ଧବମାନଙ୍କୁ ବଧି ସୁଖ ହେବ ନାହିଁ । ୩୬ ।
ଯଦ୍ୟପେତ୍ୟେ
ନ ପଶ୍ୟନ୍ତି ଲୋଭୋପହତଚେତସଃ ।
କୁଳକ୍ଷୟକୃତଂ
ଦୋଷଂ ମିତ୍ରଦ୍ରୋହେ ଚ ପାତକଂ । ୩୭ ।
କୁଳକ୍ଷୟ
ମିତ୍ରଦ୍ରୋହ ପାପ ଆଚରଣେ । ଲୋଭାସକ୍ତ ହୋଇ ଦେଖୁ ନାହାନ୍ତି ଏମାନେ । ୩୭ ।