Monday, January 01, 2018

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୫


ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ଆସାମରେ ମାଛଧରା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

୨୧ 


ଓଲଟି ଦାସେ ଘାଡ଼ା ଚଢ଼ନ୍ତି ।

ଅର୍ଥ: ଭୁଲ୍ କରିଥିବା ଲୋକ ନିଜ ଭୁଲ ପାଇଁ ଅନୁତାପ କରିବ ବା କ୍ଷମା ମାଗିବା ପରିବର୍ତ୍ତେ ନିଜ ଭୁଲ୍‌କୁ ଠିକ୍ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରି ଅପରକୁ ଦୋଷ ଦେବା ।

୨୨


ଚକୁଳି ଖାଇବା ଲୋକ
ବିନ୍ଧ ଗଣିବା କ’ଣ ଦରକାର ।

ଅର୍ଥ: ମଣିଷ ସବୁବେଳେ ତାହାର ନିଜ ଅଧିକାରର ସୀମାରେଖା ଭିତରେ ରହିବା ଉଚିତ ।

୨୩ 


ତୁଳସି ଦୁଇପତ୍ରରୁ ବାସେ
ବିଛୁଆତି ଦୁଇ ପତ୍ରରୁ କୁଣ୍ଡେଇ ହୁଏ ।

ଅର୍ଥ: କୌଣସି ବ୍ୟକ୍ତିର ଚରିତ୍ର (ଭଲଖରାପ ବା ବୁଦ୍ଧିମାନନିର୍ବୁଦ୍ଧିଆଅତି ଛୋଟ ବେଳରୁ ତା’ର ଚାଲିଚଳଣରୁ ଜଣାପଡେ଼ ।

୨୪ 


ବାପ ପୁଅ ରାତି ଅନିଦ୍ରା
ଏଣେ ମୁଗୁରା ମୁହଁ ଖୋଲା ।

ଅର୍ଥ: ବୃଥା ପରିଶ୍ରମ । ପରିଶ୍ରମର ଫଳ କିଛି ନ ମିଳିବା ।

୨୫ 


ଘର କାହାର ଦ୍ୱାର କାହାର
ଖେଣ୍ଟେଇ ଜଗିଲେ ଘର ଦୁଆର ।

ର୍ଥ: ଘରର ପ୍ରକୃତ ଅଧିକାରୀ ନଥିବା ହେତୁ ବାହାର ଲୋକ ଆସି ମାମଲତକାର ହେବା ।

No comments:

Post a Comment