ମୁଗ ଡାଲିର ଚଟଣି
ସରୋଜିନୀ ଚୌଧୁରୀ
![]() |
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଉପକରଣ - ମୁଗ ଡାଲି ଅଧ ପାଏ, ପାଣି ଅଧ ସେର, ହଳଦୀ ବଟା ଟିକିଏ, ଅଦା ଅଧ ଗିରେ, ଘିଅ ପଳେ, ଲୁଣ ଚାମଚେଖଣ୍ଡେ, ପିଆଜ ଚାରିଟା ।
ପ୍ରଣାଳୀ - ମୁଗଡାଲି ବାଛି ଧୋଇ ରାନ୍ଧ । ପିଆଜ ଓ ଅଦା ସରୁ ସରୁ ଲମ୍ବା କାଟ । ଡାଲି ରାନ୍ଧିଲାବେଳେ ହଳଦିବଟା ଟିକିଏ ସେଥିରେ ପକାଇଦେବ । ଡାଲି ସିଝିଗଲେ ଯଦି କିଛି ଅବଶିଷ୍ଟ ପାଣି ରହିଯାଏ ତେବେ ଗାଳି ପକାଇ, ଗଳା ଡାଲିଟା ଗୋଟିଏ ପାତ୍ରରେ ଢାଳି ଲୁଣ ପକାଇ ବେଶ୍ କରି ଚକଟା ପିଆଜ, ଅଦା ଓ ଘିଅ ମିଶାଇ ମଣ୍ଡା ଆକାରରେ ଗଢ଼ା\ ।
ବି.ଦ୍ର. - ମୁଗ ଡାଲିର ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।
No comments:
Post a Comment