Monday, January 08, 2018

ବୁଟଡାଲିର ଚକଟା

ସରୋଜିନୀ ଚୌଧୁରୀ


ବୁଟ ଡାଲି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଉପକରଣ - ବୁଟ ଡାଲି ଛଟାଙ୍କେ, କଞ୍ଚାରିଚ ଗୋଟିଏ, ଘିଅ ଦୁଇ ପଳା, ଲୁଣ ଅଧଚାମଚେ ।

ପ୍ରଣାଳୀ -  ବୁଟଡାଲି ବାଛି ଧୋଇ ଭିଜାଇ ରଖ । ଭିଜି ଗଲେ ଶୁଖି ଗଲେ ଶୁଖିଲା ରକମ କରି ବାଟି, ମୋଟା ଚାଉଳ ଭାତ ଫୁଟିଲେ ଏହି ଡାଲି ବଟାକୁ ଗୋଲାକାର କରି ତହିଁରେ ପକାଅ । ଡାଲି ବାମ୍ଫ ଲାଗି ଶକ୍ତ ହୋଇ ଉଠିବ । ସିଝି ଗଲେ ଭାତ ଗାଳିବା ପୂର୍ବରୁ ଏହି ଗୋଲାଟା ବାହାର କରି ନେଇ ଟିକେ ଥଣ୍ଡା ହେଲେ ଛୁରୀରେ ଯେତେଟା ପାର ପାତଳା ପାତଳା କରି କାଟ ଏବଂ ଘିଅ କଟା ମରିଚ ଓ ଲୁଣ ଗୋଳାଇ ଖାଇବାକୁ ଦେବ । 

ଗୁଣାଗୁଣ - ବୁଟ ମଧୁର ରସ, ବାତ-ପିତ୍ତ କାରକ, ଅଧ୍ମାଜନକ ଏବଂ ରକ୍ତ, କଫ, ରକ୍ତପିତ୍ତ ବା ବାତରକ୍ତ, କଣ୍ଠ ରୋଗ, ପ୍ରତିଶ୍ୟାୟ, ପୀନସ, କୃମି ଓ ମେହ ରୋଗରେ ହିତକର ।

ବି.ଦ୍ର. - ବୁଟଡାଲିର ଚକଟା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

No comments:

Post a Comment