Monday, January 15, 2018

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୬


ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ଖଟୁଲିରେ ଧର୍ମଚକ୍ର ଓ କର୍ମପ୍ପା (ବୌଦ୍ଧଗୟାସ୍ଥ ଏକ ତିବ୍ବତୀୟ ମନ୍ଦିର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

୨୬ 



ଦିଅଁ ଖଟୁଲିରେ ରହିଲେ ପୂଜା ପାଇବେ ।

ଅର୍ଥ: ନିଜେ ନିଜ ସମ୍ମାନ ଜଗି ନ ଚଳିଲେ ବିନା କାରଣରେ ଅପମାନିତ ହେବାର ସମ୍ଭାବନା ଅଛି ।

୨୭ 


ଯେମିତି ଦିଅଁକୁ ସେମିତି ପୂଜା,
ବାଲି ଗିରିଡ଼ାକୁ ଚାଉଳ ଭଜା ।

ଅର୍ଥ: ମଣିଷ ତା’ର ଯୋଗ୍ୟତା ଅନୁସାରେ ସମ୍ମାନ ପାଏ ।

୨୮ 


ଦଳେଇ ଆସିଲେ ମୂଳରୁ ଗାଆ ।

ଅର୍ଥ: ଦଳେଇ ଅର୍ଥାତ୍ ସେନା ମୁଖ୍ୟ ଆସିଲେ ପୁଣିଥରେ ଗାଇବା ଆରମ୍ଭ କର । ମାତ୍ର ସାଧାରଣତଃ ଗୋଟିଏ କଥାକୁ ବାରମ୍ବାର ସମସ୍ତେ ଭୁଲିଯିବା ହେତୁ ପୁଣି ବର୍ଣ୍ଣନା କରିବାରେ ଦୁର୍ବ୍ୟବହାର କରାଯାଏ ।

୨୯ 


ବାନ୍ଧି ମାଇଲେ ଯାହା
ଧରି ମାଇଲେ ତାହା ।

ଅର୍ଥ: ଦୁଇ ପାଖର କାମ ମାତ୍ର ଅର୍ଥ ଗୋଟିଏ ।

୩୦ 


ବିରି ମାଡ଼ ଦେଖି କୋଳଥ ଚେପା ।

ଅର୍ଥ: ଅନ୍ୟ ଜଣେ ଦୋଷ କରି ଦଣ୍ଡ ପାଉଥିବା ଦେଖି ଅପରଟି କୌଣସି ଦୋଷ କାର୍ଯ୍ୟ ନ କରିବା ବା ସତର୍କତା ଅବଲମ୍ବନ କରିବା ।

No comments:

Post a Comment