Thursday, January 04, 2018

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୪


ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ବାଲି ରାଇଜର ଖାଦ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ )

୧୬


ଣୁ ମାଇଲେ ଗୋହତ୍ୟା
ତେଣୁ ମାଇଲେ ବ୍ରହ୍ମ ହତ୍ୟା ।

ଅର୍ଥ: ମଣିଷ ଯେତେବେଳେ ଦୁଇଟି ପରସ୍ପର ବିରୋଧୀ ଅସୁବିଧାରେ ଫସିଯାଏ ସେତେବେଳେ ଠିକ୍ କରିପାରେ ନାହିଁ କେଉଁଟି କରିବ ଓ କେଉଁଟି ନ କରିବ ।

୧୭ 


ଦାନେ ଦାନେ ପେ ଲିଖା ହୁଆ ହେ
ଖାନେ ବାଲେ କା ନାମ  । (ହିନ୍ଦୀ ମହାବୁରା)
ଘରକୁ ଅଚାନକ ଅତିଥି ଆସିଲେ ରନ୍ଧା ହୋଇଥିବା ଖାଦ୍ୟ ଭିତରେ ଅତିଥି ଚର୍ଚ୍ଚା କରିବା ।

୧୮


ଆୟ ଦେଖି ବ୍ୟୟ କର
ଶରୀର ଦେଖି ଧର୍ମ କର ।

ଅର୍ଥଆୟଠାରୁ ଅଧିକ ବ୍ୟୟ କଲେ ଯେଭଳି ଅସୁବିଧାରେ ପଡ଼ିବାର ସମ୍ଭାବନା ଅଛି ସେହିଭଳି ଶରୀରର ସୁସ୍ଥାତା ପ୍ରତି ଧ୍ୟାନ ରଖି ବ୍ରତ ଉପବାସ ଇତ୍ୟାଦି କରିବା ଉଚିତ ।

୧୯ 


ଋଣଂ କୃତ୍ୟା ଘୃତଂ ପିବେତ୍ ।

ଅର୍ଥ: ଋଣ କରି ଘିଅ ପିଇବା ଅର୍ଥାତ୍ ପାଖରେ ପଇସା ନଥିବା ବେଳେ ଋଣ କରି ବିଳାସ ବ୍ୟସନରେ ଜୀବନ ଅତିବାହିତ କରିବା ।

୨୦ 


ଯଦି ନାହିଁ ଉପୁରି
ସେ କି ହେବ ଚାକିରି ?

ଅର୍ଥ: ମଣିଷ ସବୁବେଳେ ନିଜର ପରିଶ୍ରମର ଫଳ ଅପେକ୍ଷା ଉତ୍କୋଚ ପ୍ରତି ଅଧିକ ଆକର୍ଷିତ ରହେ ।

No comments:

Post a Comment