Tuesday, January 02, 2018

ନିକାନୋର ପାର୍ରାଙ୍କର କବିତା 'ଏହା ଏକ ଦୃଶ୍ୟ କବିତା'


ଅନୁବାଦ - ଜ୍ୟୋତି ନନ୍ଦ


ତୈଳଚିତ୍ର - ଷ୍ଟଡ଼ି ଅଫ୍ ଏ ନ୍ୟୁଡ଼୍ (୧୮୯୯)
ଫରାସୀ ଚିତ୍ରକର - ହେନ୍ରି ମାତିସ୍ (୧୮୬୯ - ୧୯୫୪)
ଟୋକିଓସ୍ଥ ବ୍ରିଜ୍‌ଷ୍ଟୋନ୍ ମ୍ୟୁଜିଅମ୍ ଅଫ୍ ଆର୍ଟ୍‌ର ସଙ୍ଗ୍ରହ

ଲେଖିଲାବେଳେ ଅଦୃଶ୍ୟ ଥିଲା,
ମୁଁ ତା'କୁ ଜାମାଯୋତା ଦେଲି ।
ତାହାର ଭାଇଟାଲ୍ ଷ୍ଟାଟଷ୍ଟିକ୍ସ ଦେଖନ୍ତୁ ବନ୍ଧୁଗଣ ।

ଭାତ ଖାଇଛି,
ବେଣୀ ପାରିଛି, ଜାମା ପିନ୍ଧିଛି
ସେ ଅବିକା ମାତିସ୍*ପାଖକୁ ଯିବ
ଅଭ୍ୟାସ କରିବାକୁ ପେନସିଲ୍ କଟା ।

ଦୁଷ୍ଟାମୀ କରିବନି, ନା, କାରଣ
ମାତିସ୍-ଗୃହିଣୀଙ୍କ ସାଫ୍ ଫରମାନ୍,
ଷ୍ଟୁଡିଓରେ ଆଉ ଲଙ୍ଗଳା ଟୋକୀ ପଶିବା ମନା ।

ଅନୁବାଦକୀୟ ଟୀକା - *ହେନେରୀ ମାତିସ୍ ବିଶିଷ୍ଟ ଫରାସୀ ଚିତ୍ରକର

No comments:

Post a Comment