ମହିମା ଭକ୍ତି କବିତା - 'ଫେଡ଼ି କବାଟ ଯାଇ ପଶ ଭିତରେ'
କବି - ଭୀମ ଭୋଇ
![]() |
ବାଲି ଦେଶରେ ବ୍ୟବହୃତ ଓଁକାରର ଚିହ୍ନ ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍ |
ଫେଡ଼ି କବାଟ ଯାଇ ପଶ ଭିତରେ ।ଘୋଷା।
ପରଚେ ଦେଲେ ତାଙ୍କୁ । ଭୟ ନାହିଁ କାହାକୁ ।
ସଂଶୟ ଯିବ ମନୁ ସେବ ପୟରେ ।୧।
ଓ ମ, ବିନି କ୍ଷର । ଜ୍ଞାନୀଜନେ ବିଚାର ।
ଏକତ୍ତ୍ୱ କର ଯୁକ୍ତ ଦିବାନିଶିରେ ।୨।
ପାଦରୁ ଫେଡ଼ି ପଦ । ଅନାମେ କର ଭେଦ ।
ରହିବ ଏକା ଚାରି ଯୁଗରେ ।୩।
ସମ୍ପାଦ ବ୍ରହ୍ମଯୋଗ । ଜନ୍ମବନ୍ଧ ନୋହିବ ।
ପ୍ରବେଶ ହେବ ଜୀବ ବ୍ରହ୍ମପୁରରେ ।୪।
ରୂପ ଅରୂପ ଦୁଇ । ଛନ୍ତି ସମାନ ହୋଇ ।
ମଧ୍ୟ ଅଭୟପୁର ଅଛି ସେଠାରେ ।୫।
ଭଣିଲେ ଭୀମ କନ୍ଧ । ଗଳୁଛି ମକରନ୍ଦ ।
ଉଚ୍ଛିଷ୍ଟ ନାହିଁ କର ପିଅ ମୁଖରେ ।
No comments:
Post a Comment