Sunday, February 12, 2017

କିଛି ଜୀବନ ଅନେକ ମୃତ୍ୟୁ : ଗଣେଶ୍ୱର ବାବୁଙ୍କର ଜନହାନି


(ଗଣେଶ୍ୱର ମିଶ୍ରଙ୍କ ସ୍ମୃତିଚାରଣ-ମୂଳକ ପୁସ୍ତକନିଜ ଠିକଣାରୁ ସଙ୍ଗୃହିତ)


ଫଟୋ କ୍ରେଡିଟ - ୱିକିମିଡ଼ିଆ କମନ୍ସ୍


ଗଣେଶ୍ୱର ମିଶ୍ର ୧୦ ଅଗଷ୍ଟ ୨୦୧୫ ମସିହାରେ କର୍କଟ ରୋଗଗ୍ରସ୍ତ ହୋଇ ଚାଲିଗଲେ ଓଡ଼ିଶାର ସାଧାରଣ ଜୀବନରେ ତାଙ୍କୁ ଜାଣିନଥିବା ଲୋକଙ୍କର ସଂଖ୍ୟା ବହୁତ କମ ଇଂରାଜି ଭାଷା ସାହିତ୍ୟରେ ପ୍ରଶିକ୍ଷିତ ହୋଇ ବିଶ୍ୱବିଦ୍ୟାଳୟର ବେତନଭୋଗୀ ଶିକ୍ଷକ-କର୍ମଚାରୀ ହୋଇଥିଲେ ହେଁ, ଗଣେଶ୍ୱର ବାବୁ ଇଂରାଜୀ ସାହିତ୍ୟ ଚର୍ଚ୍ଚା ବା ଅଧ୍ୟାପନା ପାଇଁ ଜଣାଶୁଣା ନଥିଲେ ଯଦିଓ, ତାଙ୍କର ଇଂରାଜୀରେ କିଛି ଲେଖା ବହି ଥିଲା ତାଙ୍କର ପ୍ରସିଦ୍ଧିର କାରଣ ଥିଲା ତାଙ୍କର ଓଡ଼ିଆ ସାହିତ୍ୟ ଚର୍ଚ୍ଚା ଗପ, ଉପନ୍ୟାସ, ଭ୍ରମଣ କାହାଣୀଠାରୁ ନେଇ ଫିଚର ଲେଖନ, ଶିଶୁ ସାହିତ୍ୟ, ଅନୁବାଦ ସମ୍ପାଦନା ଆଦି କ୍ଷେତ୍ରରେ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ଉଲ୍ଲେଖଯୋଗ୍ୟ

ଗଣେଶ୍ୱର ବାବୁଙ୍କର ଜନ୍ମ ୧୯୪୨ ମସିହାରେ ପୁରୀ ଜିଲ୍ଲାର ଶ୍ରୀପୁରୁଷୋତ୍ତମପୁର ଗାଁରେ ସେଇଟା ଗଣେଶ୍ୱର ବାବୁଙ୍କର ମାମୁଁ ଘର ଗାଁ ନିଜ ଘର ପୁରୀ ସହରରେ ପଥୁରିଆ ସାହିରେ ପରେ ସେ ଲଣ୍ଡନ ବିଶ୍ୱବିଦ୍ୟାଳୟ ଭଳି ପ୍ରସିଦ୍ଧ ଅନୁଷ୍ଠାନରେ ପଢ଼ିଲେ ମାତ୍ର ତାଙ୍କର ବିଦ୍ୟାରମ୍ଭ ହୁଏ ପୁରୀରେ, ଘର ପାଖରେ ଦୟିତାପଡ଼ାସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସେହି ଇସ୍କୁଲୁରେ ୧୯୪୯ ମସିହାରେ ତାଙ୍କର ଶିଶୁଶ୍ରେଣୀରେ ନାମଲେଖା ହୋଇଥିଲା ଦୟିତାପଡ଼ା ସାହିରୁ ପଞ୍ଚମ ଶ୍ରେଣୀ ପାସ କରି ୧୯୫୪ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାଁ ଲେଖେଇଲେ ସେତେବେଳେ ଏହି ଉଚ୍ଚ ବିଦ୍ୟାଳୟରେ ନାମଲେଖାଇବା ଏକ ଗୌରବର ବିଷୟ ଥିଲା

ସେଠି ଗଣେଶ୍ୱରଙ୍କର ଅନେକ ନୂଆ ସାଙ୍ଗ ଯୁଟିଲେ ତାଙ୍କ ଭିତରେ ଗୋଟିଏ ବଡ଼ ବନ୍ଧୁ ହେଲେ ପ୍ରଫୁଲ୍ଲ ମହାନ୍ତି ନୂଆ ସାହିର ପିଲା ଗଣେଶ୍ୱର ବାବୁଙ୍କର ଇଂରାଜୀ ଭଲ ହେଉଥାଏ ତାଙ୍କର ଇଂରେଜୀ ଜ୍ଞାନ ହିଁ ବୋଧେହୁଏ ପ୍ରଫୁଲ୍ଲ ପାଇଁ ଥିଲା ମୂଖ୍ୟ ଆକର୍ଷଣ ଦୁଇ ଜଣ ଖଣ୍ଡି ଇଂରାଜୀରେ କଥା ହୁଅନ୍ତି ପରସ୍ପରର ବନ୍ଧୁବାନ୍ଧବଙ୍କ ଘର ବୁଲନ୍ତି ଥରେ ପ୍ରଫୁଲ୍ଲଙ୍କୁ ଟାଇଫଏଡ଼ ହେଲା ଗଣେଶ୍ୱର ଦେଖି ଗଲେ ପ୍ରଫୁଲ୍ଲର ଦେହ ଭଲ ହୋଇଆସୁଥାଏ ହେଲେ ଶରୀର ଦୁର୍ବଳ ଥାଏ ଜଳ ପାନ କଲେ ପାଟିରେ ଆସୁଥାଏ ଏକ ପ୍ରକାରର ତିକ୍ତ ସ୍ୱାଦ ଏହି ଦେଖାର ଅଳପ ଦିନ ପରେ ଗଣେଶ୍ୱର ବାବୁ ଖବର ପାଇଲେ ସାଙ୍ଗମାନଙ୍କ ସହ ମିଶି ଡାକତରଖାନା ଦଉଡ଼ା ହେଲା ମଧ୍ୟାହ୍ନ ହାସପାତାଳର ଖଟିଆ ଉପରେ ପ୍ରଫୁଲ୍ଲର ଦେହ ଦୁଶୁଥାଏ ଶେତବରନ ଶେତାଳିଆ ନିଥର ନିର୍ଜୀବ ପ୍ରିୟ ବନ୍ଧୁକୁ ହରାଇବାର ପ୍ରଥମ ଅନୁଭୂତି

ପୁରସ୍ତମପୁରୁ ଗାଁରେ ଥିଲେ ଜଣେ ଲୋକମଧୁ ମିଶ୍ରେ ମଜାଳିଆ ଲୋକ କଥାକଥାକେ ଦୋଅକ୍ଷରୀ କର୍ଣ୍ଣ ବକ୍ଷ ଦେଶରେ ପୁରୁଷସୁଲଭ ଅନେକ ଲୋମାବଳୀ ଗୌର ବର୍ଣ୍ଣ କ୍ଷୀଣାଙ୍ଗ ରୂପରେ ଅନେକଟା ଗଣେଶ୍ୱର ବାବୁଙ୍କର ପିତାଙ୍କ ଭଳି ବାପା ପୁଅ ମିଶିକରି ପୁଅଙ୍କର ମାମୁଁ ଘର ଗାଁକୁ ଗଲେ, ମିଶ୍ରେ ଆପଣେ ଥଟ୍ଟା ଟାହୁଲି କରନ୍ତି ନନାଙ୍କ ସହ ମଧୁର ସମ୍ପର୍କ ଥିଲା ବୋଧେ ହଠାତ ଦିନେ ମଧୁବାବୁଙ୍କ ଦାଣ୍ଡ ଘରେ ତାଙ୍କ ଶବ ଦେଖିଲେ ଶିଶୁ ଗଣେଶ୍ୱର ଦେହ ଉପରେ ମଶିଣାଟା ଘୋଡ଼ାହୋଇଥାଏ ଖାଲି ଉହୁଁକି ଦୁଶୁଥାଏ ପାଦହଳକ ଚଡ଼କରେ ଚାଲିଯାଇଥାଆନ୍ତି ମିଶ୍ରେ କିଏ ଜଣେ ଗୁଜବ ଉଡ଼େଇଥାଏ ଯେ, ଦୁତୀୟ ଥର ଚଡ଼କ ପଡ଼ିଲେ ମଧୁ ମିଶ୍ରେ ଉଠି ବସିବେ ଦ୍ୱିତୀୟ ଥର ଚଡ଼କ ପଡ଼ିଲା ନାହିଁ ମଧୁ ମିଶ୍ରେ ବି ଉଠି ବସିଲେ ନାହିଁ ଏହା ଥିଲା ଦୈବୀ ଦୁର୍ବିପାକରେ ଚିହ୍ନା ଲୋକ ମରିବାର ଗଣେଶ୍ୱର ବାବୁଙ୍କର ପ୍ରଥମ ଅନୁଭୂତି

ହେଲେ ଗଣେଶ୍ୱର ମିଶ୍ରଙ୍କର ମୃତ୍ୟୁ ସମ୍ପର୍କିତ ପ୍ରଥମ ଅନୁଭୂତି ଥିଲା ପୁରା ଛୋଟ ବେଳେ ବୟସ ସେତେବେଳେ ଚାରି ବରଷ ଖଣ୍ଡେ ହୋଇଥିବ ମାଟି ଚଟାଣ ଉପରେ ଥୁଆ ହୋଇଚି କଲେରାରେ ମରିଥିବା ଗୋଟିଏ ଶବ ମସିଣାଟିଏ ତାହା ଉପରେ ଘୋଡ଼ା ହୋଇଛି ବୟସ୍କା ଭଦ୍ରମହିଳାଟିଏ କୁହାଟ ପକାଇ ରୋଦନ କରୁଛନ୍ତି ମୋ ଗଉରୀ ମୋ ଗଉରୀକହି ଖଣ୍ଡେ ଦୂରରେ ଗଣେଶ୍ୱର ବାବୁ ଦଣ୍ଡାୟମାନ ମନେ ପଡ଼ୁଛି ଶବ ହୋଇ ଶୋଇଥିବା ସ୍ତ୍ରୀଲୋକଟି ଉପରକୁ ରାଗିକରି ଭୁଜା ଭୋଗେଇ ଫିଙ୍ଗିବାର ତାକୁ ମରିଯା ବୋଲି କହିବାର ବିକଳ ହୋଇ କାନ୍ଦୁଥିବା ବୁଢ଼ୀ ଜଣଙ୍କ ଗଣେଶ୍ୱର ମିଶ୍ରଙ୍କର ଆଇ ଗଉରୀ ହେଲା ତାଙ୍କ ଝିଅର, ଗଣେଶ୍ୱର ବାବୁଙ୍କର ମା, ନାମ

(ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୧ତମ ଖଣ୍ଡର ୧୪ତମ ସଂଖ୍ୟାରେ ୨୦୧୭ ମସିହାରେ ପ୍ରକାଶିତ)


No comments:

Post a Comment