Sunday, February 12, 2017

ପର୍ବତରେ  ଧର୍ମୋପଦେଶ - ୪


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଷଷ୍ଠ ଶତାବ୍ବୀର ତ୍ରାଣକର୍ତ୍ତା ଯୀଶୁ
ସନ୍ଥ କାଥେରିନଙ୍କର ମଠ, ସିନାଇ ପର୍ବତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

"ତୁମ୍ଭେ ବ୍ୟଭିଚାର କର ନାହିଁ," ପୂର୍ବକାଳର ଲୋକଙ୍କ ପ୍ରତି ଉକ୍ତ ଏହି ବାକ୍ୟ ତୁମ୍ଭେମାନେ ଶୁଣିଅଛ । ମାତ୍ର ଆମ୍ଭେ କହୁଁ, କେହି ଯେବେ କୌଣସି ସ୍ତ୍ରୀ ପ୍ରତି କାମଭାଗରେ ଅନାଇଥାଏ, ତେବେ ସେ ତାହା ସାଙ୍ଗରେ ମନେ ମନେ ବ୍ୟଭିଚାର କଲାଣି । ଏନିମନ୍ତେ ତୁମ୍ଭର ଦକ୍ଷିଣ ଚକ୍ଷୁ ଯେବେ ତୁମ୍ଭର ବାଧା ଜନ୍ମାଏ ତେବେ ତାହା ଉପାଡ଼ି ଦୂରରେ ପକାଇଦିଅ; ଯେହେତୁ ତୁମ୍ଭର ସମସ୍ତ ଶରୀର ନରକରେ ପକାଇବା ଅପେକ୍ଷା ବରଂ ଏକ ଅଙ୍ଗର ନାଶ ହେବା ତୁମ୍ଭ ପକ୍ଷରେ ଲାଭଜନକ । କିଅବା ତୁମ୍ଭର ଦକ୍ଷିଣ ହସ୍ତ ଯେବେ ବାଧା ଜନ୍ମାଏ, ତେବେ ତାକୁ ଛେଦନ କରି ପକାଇ ଦିଅ; ଯେହେତୁ ସମସ୍ତ ଶରୀର ନରକରେ ପକାଯିବା ଅପେକ୍ଷା ବରଂ ଏକ ଅଙ୍ଗର ନାଶ ହେବା ତୁମ୍ଭ ପକ୍ଷରେ ଲାଭଜନକ । 

ଆହୁରି ଉକ୍ତି ଅଛି, "କେହି ଯେବେ ଆପଣା ସ୍ତ୍ରୀକି ପରିତ୍ୟାଗ କରିବାକୁ ଇଚ୍ଛା କରେ, ତେବେ ସେ ତାହାକୁ ଛାଡ଼ପତ୍ର ଦେଉ ।" ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ କହୁଁ, ବ୍ୟଭିଚାର ଦୋଷ ବିନା ଯେ କେହି ଆପଣା ସ୍ତ୍ରୀକି ପରିତ୍ୟାଗ କରେ, ସେ ତାହାକୁ ବ୍ୟଭିଟାରିଣୀ କରାଏ ; ଓ ଯେଉଁ ଜନ ସେହି ତ୍ୟକ୍ତା ସ୍ତ୍ରୀକି ବିବାହ କରେ, ସେ ବ୍ୟଭିଚାର କରେ । 

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

No comments:

Post a Comment