Sunday, February 05, 2017

ଭଙ୍ଗା ଘରେ ଚକା ଜହ୍ନ 

ଜିତେନ୍ଦ୍ର ହରିପାଲଙ୍କ ସମୟ, ସମାଜ ଓ ସଙ୍ଗୀତ

କେଦାର ମିଶ୍ର


ମହୁଲ ଗଛ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସତୁରୀ ଦଶକରେ ମିତ୍ରଭାନୁ ଗୌନ୍ତିଅା ଯେତେବେଳେ ଅାକାଶବାଣୀର ସମ୍ବଲପୁୂର କେନ୍ଦ୍ର ପାଇଁ ରଙ୍ଗବତୀ ଗୀତଟିକୁ ଲେଖିଥିଲେ, ସେତେବେଳେ ସେ ହୁଏତ ଭାବିନଥିବେ ଯେ ଏହାର ପ୍ରତ୍ୟେକ ଶବ୍ଦ ଦିନେ ଇତିହାସ ସୃଷ୍ଟି କରିବ  । କାବ୍ୟିକ ମୂଲ୍ୟବୋଧ ଦୃଷ୍ଟିରୁ ଦେଖିଲେ, ରଙ୍ଗବତୀ ଏକ ନିରୋଳା ପ୍ରେମ ସଙ୍ଗୀତ  । ଏଥିରୁ ବିଶେଷ କିଛି ଅର୍ଥ କରିବାର ନାହିଁ  । ଅଥଚ ସମୟକ୍ରମେ ଏହି ଗୀତର ପ୍ରତ୍ୟେକ ଶବ୍ଦ ନୂଆ ଅର୍ଥ ତିଅାରି କରିଛି । କାଳର ପ୍ରବାହ ସହିତ ଏହାର ଇତିହାସ ନୂଅ। ନୂଅ। ମଧ୍ୟ ଅଧ୍ୟାୟ ତିଅ।ରି କରିଛି  । ଚଳିତ ବର୍ଷ ଏହାର ଗାୟକ ଜିତେନ୍ଦ୍ର ହରିପାଲଙ୍କୁ ପଦ୍ମଶ୍ରୀ ସମ୍ମାନ ଦେବା ପାଇଁ ଭାରତ ସରକାର ଘୋଷଣା କରିବାରୁ, ପୁଣି ଥରେ ରଙ୍ଗବତୀ ଗୀତ ଚର୍ଚ୍ଚାକୁ ଅ।ସିଛି  । 

ଯେଉଁମାନେ ଜିତେନ୍ଦ୍ର ହରିପାଲଙ୍କ ସଙ୍ଗୀତ ଜୀବନ ବିଷୟରେ ବିଶେଷ କିଛି ଜାଣନ୍ତି ନାହିଁ, ଓ ଜଣେ କଳାକାର ଭାବରେ ତାଙ୍କର ଦୀର୍ଘ ଯାତ୍ରାର ଇତିହାସ ବିଷୟରେ ଅବଗତ ନୁହନ୍ତି, ସେମାନେ ଭାବନ୍ତି ଯେ କେବଳ ଗୋଟିଏ ଗୀତ ପାଇଁ ଜିତେନ୍ଦ୍ରଙ୍କୁ ଏହି ସମ୍ମାନ ମିଳିଛି  । କେହି କେହି ଏଥିପାଇଁ ଟିକେ ନାକ ବି ଟେକୁଛନ୍ତି  । ଏଠି କହି ରଖିବା ଉଚିତ ହେବ ଯେ, ଜିତେନ୍ଦ୍ର କେବଳ ରଙ୍ଗବତୀର ଗାୟକ ନୁହନ୍ତି  । ଅନ୍ତତଃ ଏକ ହଜାର ଗୀତର ରେକର୍ଡିଂ ତାଙ୍କ ନାଅାଁରେ ରହିଛି  । ପଶ୍ଚିମ ଓଡ଼ିଶାର ସବୁଠୁ ଲୋକପ୍ରିୟ ଗାୟକ ଭାବରେ ତାଙ୍କର ପ୍ରସିଦ୍ଧିକୁ କେହି ଅଣଦେଖା କରିପାରିବେ ନାହିଁ  । ଅ।କାଶବାଣୀଠୁ ଅ।ରମ୍ଭ କରି ସାଧାରଣ ଜନତାର ମଞ୍ଚ ଯାଏଁ ସବୁଠି ଜିତେନ୍ଦ୍ରଙ୍କର କଣ୍ଠର କିମିଆ କାମ କରିଛି  । ଓଡ଼ିଅ।, ସମ୍ବଲପୁରୀ, ଦେଶିୟା, ଲରିଅ।, ଭୋଜପୁରୀ ଓ ହିନ୍ଦୀ ଆଦି ଅନେକ ଭାଷାରେ ତାଙ୍କର ଗୀତ ବହୁତ ଲୋକପ୍ରିୟ । ପଡେ଼ାଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ମଧ୍ୟ ତାଙ୍କର ବେଶ୍ ଜନପ୍ରିୟତା ରହିଛି  । 

ହୁଏତ ଉପକୂଳ ଓଡ଼ିଶାରେ ଜିତେନ୍ଦ୍ରଙ୍କୁ କେବଳ ରଙ୍ଗବତୀର ଗାୟକ ଭାବରେ ଲୋକେ ଜାଣନ୍ତି  । ଏହା ଅ।ଦୌ ଶୁଭ ସୂଚନା ନୁହେଁ  । ଉପକୂଳ ଓ ପଶ୍ଚିମ ଓଡ଼ିଶା ଭିତରେ ଏତେ ବଡ଼ ସାଂସ୍କୃତିକ ଦୂରତ୍ୱ ରାଜ୍ୟର ଏକତା ଦୃଷ୍ଟିରୁ ନିହାତି କ୍ଷତିକାରକ । ଅ।ମେ ଭୁବନେଶ୍ୱରରେ ରହୁଥିବା ଲୋକଙ୍କର ସମ୍ବଲପୁରରେ ରହୁଥିବା ଜଣେ କଳାକାର ବା କୋରାପୁଟରେ ରହୁଥିବା ଜଣେ ଲେଖକ ବିଷୟରେ ବିଶେଷ ଧାରଣା ନଥାଏ । ଏପ୍ରକାର ଧାରଣା ସମୟକ୍ରମେ ଆମକୁ ସାଂସ୍କୃତିକ ଦୃଷ୍ଟିରୁ ଦେବାଳିଅ। କରୁଛି । ଏହାର ପରିଣତି ସ୍ୱରୂପ ରାଜନୈତିକ ବିଭାଜନ ସୃଷ୍ଟି ହେବାର ସମ୍ଭାବନା ରହିଛି  । 

ଜିତେନ୍ଦ୍ର ହରିପାଲଙ୍କ କଳାପ୍ରତିଭାକୁ ନେଇ ବହୁତ କଥା ଲେଖାଯାଇପାରିବ  । ତେବେ ତାଙ୍କ ଗୀତର ସାମାଜିକ ଅ।ବେଦନ ଓ ଜଣେ ଶିଳ୍ପୀ ଭାବରେ ସେ ଯେଉଁ ସମତାଭିତ୍ତିକ ସମାଜର କଥା କହିଛନ୍ତି, ସେ ସମ୍ପର୍କରେ ଅ।ମର ଅ।ଲୋଚନା କେବେବି ହୁଏନାହିଁ  । ଏଠି କହିରଖିବା ଉଚିତ ହେବ ଯେ, ଜିତେନ୍ଦ୍ର ଓଡ଼ିଶାର ସବୁଠୁ ଅବହେଳିତ ଦଳିତ ଜାତିର ପ୍ରତିନିଧି  । ତେଣୁ ଯେତେବେଳେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦେବା କଥା ଘୋଷଣା କରାଯାଏ, ସେତେବେଳେ ସେ ଖୋଲାଖୋଲି ସ୍ୱୀକାର କରନ୍ତି ଯେ ଏ ସ୍ୱୀକୃତି କେବଳ ତାଙ୍କୁ ମିଳିନାହିଁ, ଏହା "ଗଣ୍ଡା ବାଜା'କୁ ମିଳିଛି । ତେବେ ଏହି "ଗଣ୍ଡା ବାଜା'ଟି କଅଣ ? ପଶ୍ଚିମ ଓଡ଼ିଶାର ସଂଖ୍ୟାଗରିଷ୍ଠ ଦଳିତ ଜାତିର ପ୍ରତିନିଧି ଭାବରେ ଜିତେନ୍ଦ୍ରଙ୍କର ଏହି ଉଚ୍ଚାରଣ ପଛରେ ଏକ ବୈପବ୍ଲିକ ଭାବନା ରହିଛି  । 

ଅସ୍ପୃଶ୍ୟତା ଓ ଅର୍ଥନୈତିକ ବିଷମତାର ଶିକାର ହୋଇଥିବା ଦଳିତ ସମାଜ ଦୀର୍ଘ ବର୍ଷ ଧରି ନିଜ ପ୍ରତିବାଦକୁ ବିଭିନ୍ନ ମାର୍ଗରେ ଉପସ୍ଥାପିତ କରିଛି  । ଦଳିତ ସମାଜର ସବୁଠୁ ବଡ଼ ପ୍ରତିବାଦୀ ଅସ୍ତ୍ର ହେଉଛି ସଙ୍ଗୀତ  । ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଜୀବନରେ ପଞ୍ଚବାଦ୍ୟ (ଢୋଲ୍, ନିଶାନ୍, ମହୁରୀ ଓ ତାସା ଆଦି)ର ପ୍ରମୁଖ ଭୂମିକା ରହିଅ।ସିଛି  । ସବୁପ୍ରକାର ଧାର୍ମିକ ଓ ସାମାଜିକ ଅନୁଷ୍ଠାନରେ ଏହି ବାଦ୍ୟ ଓ ସଙ୍ଗୀତର ପ୍ରଚଳନ ରହିିଛି  । ତେବେ ଏହାର କୁଶଳୀ କଳାକାର ହେଉଛନ୍ତି ଦଳିତ  । ଏମାନେ ଗାଁ ବାହାରେ ରହନ୍ତି ଓ ସମାଜର ସବୁଠୁ ଅଧିକ ଉପେକ୍ଷା ସହ୍ୟ କରନ୍ତି  । ତାହାରି ଭିତରେ ନିଜର ସାଂସ୍କୃତିକ ପ୍ରତିଭାକୁ ବିକଶିତ କରିବାର ଏକ ସମାନ୍ତରାଳ ଧାରା ସେମାନଙ୍କର ରହିଅାସିଛି  । ସ୍ୱାଧୀନତା ପରେ ଏହି ଧାରା ସହିତ ରାଜନୈତିକ ଚେତନା ମଧ୍ୟ ସାମିଲ ହୋଇଛି  । ପଶ୍ଚିମ ଓଡ଼ିଶାରେ ଦଳିତ ଆନ୍ଦୋଳନ ହୁଏତ ମହାରାଷ୍ଟ୍ର କିମ୍ବା ଉତ୍ତର ଭାରତ ପରି ତୀବ୍ର ନୁହେଁ  । ତେବେ ଦଳିତ ଜୀବନରେ ଏକ କ୍ଷୀଣ ପ୍ରତିବାଦୀ ଧାରା ସବୁବେଳେ ରହିଅ।ସିଥିଲା  । 

ଏହି ଧାରାକୁ ଅଧିକ ପ୍ରାଣବନ୍ତ କରିଛନ୍ତି ଜିତେନ୍ଦ୍ର ହରିପାଲ୍ । ସେ ରାଜନୈତିକ ଦୃଷ୍ଟିରୁ ବାବାସାହେବ ଅ।ମ୍ବେଦକରଙ୍କର ଅନୁଗାମୀ । ସତୁରୀ ଓ ଅଶୀ ଦଶକରେ ବାବାସାହେବଙ୍କ ବିଚାରର ପ୍ରସାର ଲାଗି ଜିତେନ୍ଦ୍ର ନିଜ ସଙ୍ଗୀତକୁ ଉପଯୋଗ କରିଛନ୍ତି  । ବହୁ ଅନୁଷ୍ଠାନରେ ଦଳିତ ଅସ୍ମିତାର ବିଚାର ସହିତ ସମ୍ବଲପୁରୀ ଗୀତକୁ ଯୋଡ଼ିବାର ଏକ ଚେଷ୍ଟା ସେ କରିଛନ୍ତି  । ସେ ବିଷୟରେ ଓଡ଼ିଶାର ସମାଜଶାସ୍ତ୍ରୀ ଓ ସାମ୍ବାଦିକମାନେ ବିଶେଷ ଚିନ୍ତା କରନ୍ତି ନାହିଁ । ସାଂସ୍କୃତିକ ଜୀବନବୋଧ ସମ୍ପର୍କରେ ଅ।ଲୋଚନା କଲାବେଳେ ଅ।ମେ କେବଳ ଉପରଠାଉରିଅ। ଭାବେ ଗୀତର ଗଣତି କରି ଓ ପୁରସ୍କାରର ଫଟୋକୁ ଦେଖି ଜଣେ ବ୍ୟକ୍ତିର ଅ।କଳନ କରୁ । ଏହା ଜଣେ କଳାକାର ପ୍ରତି ଆଦୌ ସମ୍ମାନଜନକ ନୁହଁ  । ଜିତେନ୍ଦ୍ର ତାଙ୍କ ଜୀବନରେ ଗାଇଥିବା ସବୁ ଗୀତରେ କେଉଁଠି ନା କେଉଁଠି ଏକ ପ୍ରତିବାଦୀ ବ୍ୟକ୍ତିତ୍ୱର ପ୍ରତିଫଳନ ଘଟାଇଛନ୍ତି  । ଯଦିଓ ଏ ସବୁ ଗୀତର ଲେଖକ ସେ ନୁହନ୍ତି  । ଅନ୍ୟମାନଙ୍କର ଗୀତକୁ ଗାଇଲାବେଳେ ନିଜ ବ୍ୟକ୍ତିତ୍ୱକୁ ସେଥିରେ ସ୍ୱର କରି ଢାଳି ଦେବାର ଏକ ସ୍ୱାଭାବିକ କୌଶଳ ଜିତେନ୍ଦ୍ରଙ୍କ କଣ୍ଠରେ ରହିଛି । ସେଥିପାଇଁ ତାଙ୍କ ଗୀତକୁ ଅ।ମେ କହିପାରିବା "ଭଙ୍ଗା ଘରେ ଚକା ଜହ୍ନ'ର ଗୀତ  । 

"ଭଙ୍ଗା ଘରେ ଚକା ଜହ୍ନ'ର ରଙ୍ଗବତୀ ଗୀତର ଏକ ପଦ ।  ଭାଙ୍ଗିଯାଇଥିବା କୁଡ଼ିଅ। ଘରୁ ପୁନେଇଁ ଜହ୍ନର ଚେହେରାକୁ ଦେଖି ଯେଉଁ ଉଲ୍ଲସିତ ଗାୟନ, ତାହା ହିଁ ହେଉଛି ଜିତେନ୍ଦ୍ରଙ୍କର ସାର୍ଥକତା । ତାଙ୍କ ପାଇଁ ଦାରିଦ୍ର୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହଁ, ତାହାଠୁଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଏକ ସମତାଭିତ୍ତିକ ସମାଜର ସ୍ୱପ୍ନ  । ତାଙ୍କର ପ୍ରତି ଗୀତରେ ଦଳିତ ଜୀବନର ହା-ହୁତାଶ ଯେତିକି ପରିମାଣରେ ପ୍ରତିବିମ୍ବିତ, ତା'ଠୁ ଅଧିକ ସେହି ଜୀବନର ମର୍ଯ୍ୟାଦା ପ୍ରତିଫଳିତ  । ତାଙ୍କର ପ୍ରସିଦ୍ଧ ଭଜନ "ହାଏ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ'ରେ ଭକ୍ତିକୁ ଏକ ପ୍ରତିବାଦର ସ୍ୱର ଦେବାରେ ସେ ସମର୍ଥ ହୋଇଛନ୍ତି  । ତାଙ୍କର ଅ।ଉ ଏକ ଚର୍ଚ୍ଚିତ ଗୀତ ହେଉଛି, "ଲେଞ୍ଜରା ଘାଁଟି ଦେଲାନ' । ଏଥିରେ ରୋମାନ୍ସ ଓ ସାମାଜିକ ବାସ୍ତବତାକୁ ଗୋଟିଏ ବିନ୍ଦୁରେ ରଖି ନୂଅ। କିଛି କହିବାର ଉଦ୍ୟମ କରାଯାଇଛି । 

ଯେଉଁ ସମାଜରେ ଏକ ନିର୍ଦ୍ଧିଷ୍ଟ ବର୍ଗର କଣ୍ଠରୋଧ କରାଯାଏ, ସେହି ସମାଜ ନିଜ କଣ୍ଠକୁ ଉଚ୍ଚାରିତ କରିବା ପାଇଁ ବିଭିନ୍ନ ମାଧ୍ୟମ ବାଛେ । ସେଥିପାଇଁ ପ୍ରେମ ପ୍ରତିବାଦର ଏକ ମାଧ୍ୟମ ପାଲଟିଯାଏ । ଏହାର ଏକ ସୁନ୍ଦର ଉଦାହରଣ ହେଉଛି, ଭାରତୀୟ ଭକ୍ତି ପରମ୍ପରାର ସଙ୍ଗୀତ ଓ ଓଡ଼ିଶାର ବୈଷ୍ଣବୀୟ ସଂଗୀତ । ଯେତେବେଳେ ଦେଶ ସବୁଠୁ ଅଧିକ ଯୁଦ୍ଧ, ମହାମାରୀ ଓ ରାଜନୈତିକ ଅସ୍ଥିରତାର ସାମ୍ନା କରିଛି, ସେତେବେଳେ ଅ।ମର କବି ଓ ଗାୟକମାନେ ଅଧିକରୁ ଅଧିକ ପ୍ରେମର କଥା କହିଛନ୍ତି । ଏହି ପ୍ରେମକୁ ଅନେକ ସମୟରେ ପଳାୟନ ବୋଲି କହି ଅ।ମେ ପ୍ରତ୍ୟାଖ୍ୟାନ କରିଥାଉ । ଏହାକୁ ଟିକେ ଗଭୀରତାର ସହ ବିଚାର କଲେ, ଅ।ମେ ଦେଖିବା ଯେ, ଏଥିରେ ସଙ୍କଟରୁ ପଳାୟନର କୌଣସି ବୌଦ୍ଧିକ ଅ।ଗ୍ରହ ନାହିଁ  । ବରଂ ସଙ୍କଟକୁ ପ୍ରେମର ସହିତ ସାମ୍ନା କରିବା ଏକ ଦୁଃସାହସ ଅଛି  । 

ଜିତେନ୍ଦ୍ରଙ୍କ ସବୁ ଗୀତରେ ପ୍ରେମକୁ ଜୀବନର ଏକ ଅଂଶ ଭାବରେ ଉତ୍ସବ ମୁଖର କରିବାର ଅ।ଗ୍ରହ ରହିଛି  । ତାଙ୍କର ମହୁଲ ବଣରେ ବର୍ଷାକୁ ଅ।ପଣ ଗାଇଲା ବେଳେ ପଶ୍ଚିମ ଓଡ଼ିଶାର ଗ୍ରାମୀଣ ଜୀବନକୁ ଅତି ତନ୍ମୟତାର ସହ ଚିହ୍ନିବାକୁ ବାଧ୍ୟ । ସେ ଯେତେବେଳେ ତାଙ୍କର ଦାଗହୀନ କଣ୍ଠରେ "ମହୁଲ ଝାରେ ରେ ବରଷିଲା ପାନି' ଗାଇବା ଅ।ରମ୍ଭ କରନ୍ତି, ସେତେବେଳେ ଅ।ପଣଙ୍କୁ ଲାଗେ ଯେ ଅ।ପଣ ଏମିତି ଏକ ମହୁଲ ବଣରେ ଅଛନ୍ତି, ଯେଉଁଠି ବର୍ଷା ଅଛି, ବର୍ଷା ସହିତ ସେହି ଜୀବନର ସଙ୍କଟ ଓ ଅ।ହ୍ୱାନ ମଧ୍ୟ ଅଛି । ନିଜ ଗଳାରେ ସମୟର ସ୍ୱରକୁ ଅମରତ୍ୱ ଦେବାର ଏକ ଅଦ୍ଭୁତ କଳାକୌଶଳ ଜିତେନ୍ଦ୍ରଙ୍କ ଗଳାରେ ଅ।ମେ ଦେଖିଛୁ  । 

ଜିତେନ୍ଦ୍ରଙ୍କ କଥା ଅ।ଲୋଚନା କଲାବେଳେ ଅ।ଉ ଜଣେ ସମ୍ବଲପୁରୀ ଗାୟକଙ୍କ କଥା ମଧ୍ୟ ମନେପକାଇବାକୁ ଅ।ମେ ବାଧ୍ୟ  । ସେ ଥିଲେ ଫକୀର ପଟ୍ଟନାୟକ । ଫକୀର ଉଚ୍ଚ ଜାତିର ପ୍ରତିନିଧି ହୋଇଥିବାବେଳେ, ଜିତେନ୍ଦ୍ର ଦଳିତ ଜାତିର ପ୍ରତିନିଧି । ଏମାନଙ୍କର ଯାତ୍ରା ସମାନ୍ତରାଳ, କିନ୍ତୁ ସମାନ ନୁହେଁ  । ଫକୀର ତାଙ୍କ ଗୀତରେ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ବୈଚିତ୍ର୍ୟ, ବିବିଧତା, ଦାରିଦ୍ର୍ୟ, ବିସ୍ଥାପନ ଓ କାରୁଣ୍ୟର ଗୀତ ଗାଇଛନ୍ତି  । ତାଙ୍କ କଣ୍ଠରେ ଲୋକଗାୟନ ଓ ଶାସ୍ତ୍ରୀୟ ଗାୟନର ସମନ୍ୱୟ ରହିଥିଲା । ଠିକ୍ ତାହାର ବିପରୀତରେ ଜିତେନ୍ଦ୍ର ଶୁଦ୍ଧ ଭାବରେ ଲୌକିକ । ତାଙ୍କ କଣ୍ଠରେ ଶାସ୍ତ୍ରୀୟତାର କୌଣସି ଅ।ଭାସ ନାହିଁ  । ସେ ମାଟିର କଳାକାର । ତାଙ୍କ କଣ୍ଠରେ ଜୀବନ ଅବିକଳ ନିଜ ରୂପ ନେଇ ସ୍ୱର ପାଇଛି  । ଅଭାବକୁ ଭାବରେ ରୂପାନ୍ତରିତ କରି ଗାଇବାର ଏକ ବିରଳ କଳାଚାତୁରୀ ତାଙ୍କୁ ଗତ ପଚାଶ ବର୍ଷ ଧରି ପଶ୍ଚିମ ଓଡ଼ିଶାର ସବୁଠୁ ଲୋକପ୍ରିୟ ଗାୟକର ମର୍ଯ୍ୟାଦା ଦେଇଛି । ଗୀତ ହିଁ ତାଙ୍କୁ ସମାଜର କେନ୍ଦ୍ରକୁ ଅ।ଣିଛି, ଯାହାକି ସମୟ ଓ ସମାଜ ବିରୁଦ୍ଧରେ ତାଙ୍କର ସବୁଠୁ ବଡ଼ ବିଜୟ । 

ଅସ୍ପୃଶ୍ୟତାର ଶିକୁଳି କାଟି ନିଜ ସମୟ ଓ ସମାଜକୁ ଅଭିଷିକ୍ତ କରିଥିବା ଏହି କଳାକାର ଗୀତ ମାଧ୍ୟମରେ ଏକ ନୂଅ। ସମାଜ ଗଢିଛନ୍ତି  । ଯେଉଁ ସମାଜର କାନ୍ଥ ହୁଏତ ଭଙ୍ଗା, ସେ ସମାଜର ଛାତରୁ ହୁଏତ ଅ।କାଶର ଚକାଜହ୍ନ ଦିଶୁଛି - ହେଲେ ସେ ସମାଜ ନିଜ ମୁକ୍ତିର ସ୍ୱପ୍ନକୁ ନେଇ ବିଭୋର । ସାମାଜିକ ନ୍ୟାୟ ଓ ସମତାର ଗାୟକ ଭାବରେ ଜିତେନ୍ଦ୍ର ହରିପାଲଙ୍କର ଭୂମିକା କୌଣସି ବିପ୍ଳବୀଠାରୁ କମ ନୁହେଁ  । ତେଣୁ ତାଙ୍କୁ ଖାଲି ଗାୟକ ବୋଲି କହିଦେଲେ ତାହା ତାଙ୍କର ପରିଚୟ ପ୍ରତି ଅସମ୍ମାନ ହେବ  । ସେ ଅ।ମ ସମୟର ଜଣେ ପ୍ରଚଣ୍ଡ ପ୍ରତିଭା ଓ ସବୁଠୁ ବଡ଼ ପ୍ରତିବାଦୀ ଚରିତ୍ର  ।

No comments:

Post a Comment