ପିଲା କାନ୍ଦୁଥିଲେ ବୁଝାଇବା ଗୀତ - ୧
![]() |
ପିଲାଙ୍କର ପେଣ୍ଡୁ ଖେଳ ରୋମୀୟ କଳାକୃତି, ଦ୍ୱିତୀୟ ଶତାବ୍ଦି, ଲୁଊ୍ର ସଙ୍ଗ୍ରହଳାୟ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ମୋ କୁନିକି କିଏ ମାଇଲା ମାଡ଼ ଲୋ
ଭାଙ୍ଗି ପକାଇଲା ପଞ୍ଜରାହାଡ଼
ନେଇ ମାମୁଁଘରେ ଛାଡ଼ ।
ମାମୁ ତ କହିଲେ ଏଇଟି କିଏ
ମାଇଁ ତ କହିଲେ ଭଣଜାଟିଏ ।
ଧୋଇଧାଇ କରି ଘରକୁ ନିଅ
ପୀତାମ୍ବରୀ ପାଟ ପିନ୍ଧାଇ ଦିଅ ।
ଦୁଧ ଭାତ କରି ଗୁଣ୍ଡିଏ ଦିଅ
ଖଟ ପଲଙ୍କରେ ଶୁଆଇ ଦିଅ ।
ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮ (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ।
No comments:
Post a Comment