Saturday, August 01, 2015

ଭଜନ - 'ଜୟ ଜୟ ଜଗନ୍ନାଥ କରୁଣା ସାଗର' 


ଭଜନକାର - ସିଲୁ ରାଉତ



ଜୟ ଜୟ ଜଗନ୍ନାଥ କରୁଣା ସାଗର ।
ଜୟ ନୀଳଗିରିନାଥ କମଳାର ବର । ।

ପତିତପାବନ ବାନା ଅଧିକାରୀ ସେହି ।
ଯେହୁ ନେତ ଦରଶନେ ପାପ ଯାଏ ଦହି । ।

ଆଦିଗନ୍ତ ଚରାଚର ମାନଚିତ୍ର ଯାର ।
ସେହି ପ୍ରଭୂ ପୟରରେ ଅଟେ ମୁଁ କିଙ୍କର । ।

ନ ଯିବି ଶିରିଡି, ନ ଗମିବି ତିରୁପତି ।
ଏକା ଶିରୀକ୍ଷେତ୍ର ଅ଼଼ଟେ ଅଗତିର ଗତି । ।

ସେହି ଦୁର୍ଗା, ହର, ଗଣପତି, ଦିବାକର ।
ତାକୁ ଅରପିଲେ ପୂଜା ପାନ୍ତି ସର୍ବ ସୁର । ।

ମାଗଇ ସିଲୁ ରାଉତ ବେନି କର ଯୋଡି ।
ଓଡିଶା ଦେଶର ସବୁ କ୍ଲେଶ ଯାଉ ଛିଡି । । 

No comments:

Post a Comment