ବିଚାରମାଳା
ଦ୍ୱିତୀୟ କିସ୍ତି
ମାର୍କସ୍ ଅରିଲସ୍
![]() |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
୬. ଡିଓଜ୍ଞେଟସ୍ ଙ୍କଠାରୁ ମୁଁ ତୁଚ୍ଛ, ମାମୁଲି, ସାଧାରଣ ସଉକ ଓ ଧନ୍ଦାରେ ମନୋନିବେଶ ନ କରିବା ପାଇଁ ଶିଖିଲି । ମୁଁ ଜାଦୁଗରମାନଙ୍କ ଓ ମନ୍ତ୍ରତନ୍ତ୍ର ଓ ଭୂତ ଛଡେଇବାର କାହାଣୀ ଗପୁଥିବା ଗୁଣିଆମାନଙ୍କ ବିଷୟରେ ସଂଶୟର ବିକାଶ କରିବା; ଗଞା ଲଢେଇ ଓ ଅନ୍ୟ ପ୍ରକାରର ବିବିଧ ଧ୍ୟାନ ବିକର୍ଷିତ କରୁଥିବା ବିଷୟ ପରିହାର କରିବା; ସ୍ପଷ୍ଟବାଦିତା ପ୍ରତି ବିଦ୍ୱେଷ ନ ରଖିବା ; ବାକିଅସ୍ ଙ୍କଠାରୁ ଆରମ୍ଭ କରି ଟାଣ୍ଡାଇସ୍ ଓ ମାର୍ସିଆନ୍ ଙ୍କର ଦର୍ଶନ ସହିତ ପରିଚିତି ବଢାଇବା ; ଅଳ୍ପ ବୟସରୁ ପ୍ରବନ୍ଧ ରଚନା ଆରମ୍ଭ କରିବା ; ଓ "କନ୍ଥା ଓ ମେଷଚର୍ମ" ଇତ୍ୟାଦି ଗ୍ରୀକ୍ ଦର୍ଶନର ଶୃଙ୍ଖଳା ବିଷୟରେ ଉତ୍ସାହୀ ହେବା ଶିଖିଲି ।
No comments:
Post a Comment