ବିଚାରମାଳା
ମାର୍କସ୍ ଅରିଲସ୍
![]() |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
ପ୍ରଥମ କାଣ୍ଡ
୧. ମୋର ପିତାମହ ଭେରସ୍ ଙ୍କଠାରୁ ମୁଁ ପ୍ରଥମେ ଶିଖିଲି ସୌଜନ୍ୟ, ଶିଷ୍ଟାଚାର ଓ ସମଚିନ୍ତନ ।
୨. ମୁଁ ମୋ ପିତାଙ୍କଠାରୁ ଯାହା ଶୁଣିଛି ଏବଂ ସେଥିରୁ ଯାହା ମନେ ରଖିଛି, ସେଥିରୁ ମୁଁ ବିନା ଆଡମ୍ବରରେ କିପରି ନିଜର ପୌରୁଷତ୍ୱ ପ୍ରତିପାଦିତ କରାଯାଏ, ସେ ବିଷୟରେ ଶିଖିଲି ।
୩. ମୋର ମାତା ନିଜର ଉଦାହରଣ ଦ୍ୟାରା ମୋତେ ଶୀଳ, ସାଧୁତା ଓ ଔଦାର୍ଯ୍ୟ ଶିଖାଇଲେ । ସେ ମୋତେ କାର୍ପଣ୍ୟଠାରୁ ଦୁରରେ ରହିବା ମଧ୍ୟ ଶିଖାଇଲେ । ତାଙ୍କଠାରୁ ମୁଁ ଚିନ୍ତା ଓ ଆଚରଣରେ ସରଳତା ଶିଖିଲି, ଯାହା ଧନୀମାନଙ୍କର ସାଧାରଣ ଅଭ୍ୟାସଠାରୁ ଭିନ୍ନ ଅଟେ।
୪. ମୋ ପ୍ରପିତାମହଙ୍କଠାରୁ ମୁଁ ଏହି ଶିକ୍ଷା ପାଇଲି ଯେ, ବିଦ୍ୟାଳୟଗୁଡିକରେ ଶିକ୍ଷା ପରିତ୍ୟାଗକରି, ଗୃହରେ ଉତ୍ତମ ଶିକ୍ଷକମାନଙ୍କୁ ନିଯୁକ୍ତ କରିବା କଥା, ଏବଂ ଏଥିପାଇଁ ଖର୍ଚ୍ଚରେ କାର୍ପଣ୍ୟ କରିବା ଅନୁଚିତ ।
୫. ମୋର ଗୃହଶିକ୍ଷକ ମୋତେ ରଥ ଦଉଡା, ମୁଷ୍ଟିଯୁଦ୍ଧ ଇତ୍ୟାଦିରେ ଆଗ୍ରହ ବିକଶିତ କରିବାରୁ ବାରିତ କଲେ । ସେ ମୋତେ କର୍ମଭୀରୁ ନ ହେବା ପାଇଁ, ନିଜର ଚାହିଦାକୁ ସିମିତ ରଖିବା ପାଇଁ, ନିଜର ଆବଶ୍ୟକତାଗୁଡିକ ବିଷୟରେ ନିଜେ ଧ୍ୟାନ ଦେବା ପାଇଁ, କେବଳ ନିଜ କାମରେ ମନୋନିବାଶ କରିବାପାଇଁ, ଓ ପରଚର୍ଚ୍ଚା କେବେ ନ ଶୁଣିବା ପାଇଁ ଉତ୍ସାହ ଯୋଗାଇଲେ ।
ବି.ଦ୍ର. ଆଜିଠାରୁ ଏହି ବ୍ଲଗରେ ରୋମ୍ ର ୧୬ତମ ସମ୍ରାଟ୍ ଓ ଷ୍ଟଇକ୍ ଦର୍ଶନଶାସ୍ତ୍ରୀ ମାର୍କସ୍ ଅରିଲସ୍ ଙ୍କର ଗ୍ରନ୍ଥ ମେଡିଟେସନସ୍ ର ଓଡିଆ ଅନୁବାଦ ବିଚାରମାଳା ଶୀର୍ଷକରେ ପ୍ରକାଶିତ ହେବ ।
No comments:
Post a Comment