Sunday, August 02, 2015

 ରମଣ ମହର୍ଷି କୃତ ଉପଦେଶ ସାର ଶ୍ଲୋକ - ୩


ଶ୍ଲୋକ

ଇଶ୍ୟାରାର୍ପିତଂ ନେଚ୍ଛୟା କୃତମ୍ ।
ଚିତ୍ତଶୋଧକଂ ମୁକ୍ତି ସାଧକମ୍ ।।

ପଦଚ୍ଛେଦ

ଇଶ୍ୟାରାର୍ପିତଂ - ଇଶ୍ୱରଙ୍କୁ ଅର୍ପିତ ହୋଇଥିବା
ନେଚ୍ଛୟା  - ବିନା ଇଚ୍ଛାରେ ବା ଆସକ୍ତିରେ
କୃତମ୍ - କରାଯାଇଥିବା
ଚିତ୍ତଶୋଧକମ୍ - ଚିତ୍ତର ଶୋଧକାରକ
ମୁକ୍ତି ସାଧକମ୍ - ମୁକ୍ତିର ସାଧନକାରକ

ପଦ୍ୟାନୁବାଦ

ଆସକ୍ତି ରହିତ ଭାବରେ ।
ଇଶ୍ୱରେ କର୍ମ ଅରପିଲେ ।।
ଚିତ୍ତର କରଇ ଶୋଧନ ।
ମୁକତି ହୁଅଇ ସାଧନ ।।

No comments:

Post a Comment