Friday, July 06, 2018

ପାଲି ଧର୍ମପଦ (୮୩) ର ଓଡ଼ିଆ  ପଦ୍ୟାନୁବାଦ

୮ ପଣ୍ଡିତ ବର୍ଗ


ଭିକ୍ଷୁରୂପୀ ବୁଦ୍ଧ (୧୯୧୪ ମସିହାରେ ଅଙ୍କିତ)
ଚିତ୍ରକର - ଅବନୀନ୍ଦ୍ରନାଥ ଠାକୁର (୧୮୭୧ - ୧୯୫୧)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସର୍ବତ୍ର କାମନାତ୍ୟାଗ କରେ ସତ୍‌ପୁରୁଷ ।
ନ କହଇ କେବେ କିଛି ହୋଇ କାମବଶ ।।
ସୁଖ ଅବା ଦୁଃଖ ଦ୍ୱାରା ସ୍ପୃଷ୍ଟ ଯେବେ ହେଲେ ।
ଉଚ୍ଚନୀଚ ଆକାର ସେ ନ ଦେଖାଏ ଭଲେ ।୮।

ସବ୍ୱତ୍ଥ ବେ ସପ୍ପୁରିସା ଚଜନ୍ତି ନ କାମକାମା ଲପୟନ୍ତି ସନ୍ତୋ ।
ସୁଖେନ ଫୁଟ୍ଠା ଅଥବା ଦୁଖେନ ନୁ'ଚ୍ଚାବଚଂ ପଣ୍ଡିତା ଦସ୍ସୟନ୍ତି ।୮।

ସର୍ବତ୍ର ବୈ ସତ୍‌ପୁରୁଷାଃ ତ୍ୟଜନ୍ତି ନ କାମକାମା ଲପନ୍ତି ସନ୍ତଃ ।
ସୁଖେନ ସ୍ପୃଷ୍ଟା ଅଥବା ଦୁଃଖେନ ନୋଚ୍ଚାବଚଂ ପଣ୍ଡିତାଃ ଦର୍ଶୟନ୍ତି ।୮।  

No comments:

Post a Comment