Sunday, July 01, 2018

ଲାଲୋନ୍ ଫକୀରଙ୍କର ଗୋଟିଏ ଗୀତ

ଉପସ୍ଥାପନା ଓ ଟୀକା - ଜ୍ୟୋତି ନନ୍ଦ

ଗାୟନ - ଅନୁଶେଃ ଆନାଦିଲ

ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=DDHaR_hrxt8


ଲାଲୋନ ଶାହ (୧୭୭୨-୧୮୯୦) ଙ୍କର ଏକ ଚିତ୍ର (୧୮୮୯ ମସିହାରେ ଅଙ୍କିତ)
ଚିତ୍ରକର - ଜ୍ୟୋତିରିନ୍ଦ୍ରନାଥ ଠାକୁର (୧୮୪୯-୧୯୨୫)

ତୋମାର ଘରେ ବାସ୍ କରେ କାରା
ଓ ମନ୍ ଜାନ ନା
ତୋମାର୍ ଘରେ ବସତ୍ କରେ କୟ ଜନା
ମନ୍ ଜାନ ନା
ତୋମାର୍ ଘରେ ବସତ କରେ କୟ ଜନା ?

ଏକ ଜନାୟ ଛବି ଆଙ୍କେ ଏକ ମନେ
ଓ ରେ ମନ
ଆରେକ ଜନାୟ ବସେ ବସେ ରଙ୍ଗ ମାଖେ
ଓ ଆବାର ସେଇ ଛବିଖାନା ନଷ୍ଟୋ କରେ
କୋନ ଜନା କୋନ ଜନା ?
ତୋମାର ଘରେ ବସତ୍ କରେ କୟ ଜନା ?

ଏକ ଜନାୟ ସୁର୍ ତୋଲେ ଏକ ତାରେ
ଓ ମନ, ଆରେକ ଜନ ମନ୍ଦିରାତେ ତାଳ ତୋଲେ
ଓ ଆବାର ବେସୁରା ସୁର୍ ଧରେ ଦେଖୋ
କୋନ ଜନା କୋନ ଜନା ?
ତୋମାର ଘରେ ବସତ୍ କରେ କୟ ଜନା ?

ରସ ଖାଇୟା ହଇୟା ମାତ୍, ଏ ଦେଖୋ
ହାତ୍ ଫସକେ ଯାୟ ଘୋଡ଼ାର ଲାଗାମ୍
ସେଇ ଲାଗାମ ଖାନା ଧରେ ଦେଖୋ
କୋନ ଜନା କୋନ ଜନା ?
ତୋମାର ଘରେ ବସତ୍ କରେ କୟ ଜନା ?

ଟୀକା - ଲାଲୋନ୍ ଫକୀର ବା ମହାତ୍ମା ଲାଲୋନ ପ୍ରତିବେଶୀ ରାଜ୍ୟର ଜଣେ ରହସ୍ୟବାଦୀ ବାଉଲ କବି । ତାଙ୍କର ସମୟକାଳ ହେଉଛି ୧୭୭୨ ଖ୍ରୀଷ୍ଟାବ୍ଦରୁ ୧୮୯୦ ଖ୍ରୀଷ୍ଟାବ୍ଦ । ଲାଲୋନ ଫକୀର ରବୀନ୍ଦ୍ରନାଥ, କାଜି ନଜରୁଲ୍‌ଙ୍କ ଲେଖାକୁ ବିଶେଷ ଭାବରେ ପ୍ରଭାବିତ କରିଛନ୍ତି । ଆମେରିକୀୟ କବି ଆଲେନ୍ ଜିନସବର୍ଗ ଲାଲୋନ୍ ଫକୀରଙ୍କ ଦ୍ୱାରା ଅନୁପ୍ରେରିତ ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି । ଲାଲୋନଙ୍କ ଗୀତ ଉଭୟ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ସମାନ ପରିମାଣରେ ଅଦ୍ଭୁତ ଭାବରେ ଲୋକପ୍ରିୟ । ସେଠାରେ ବର୍ତ୍ତମାନ ପ୍ରଜନ୍ମର ଲୋକଗୀତି ଶିଳ୍ପୀମାନେ ତଥା ଏ ଦିଗରେ ପ୍ରସ୍ତୁତ ବ୍ୟାଣ୍ଡ୍‌ମାନେ ସେମାନଙ୍କର ପରିବେଷଣରେ ଲାଲୋନ-ଗୀତିକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଲାଲୋନ-ଗୀତି ନିଶ୍ଚିତ ଭାବରେ ଶ୍ରୁତି ମଧୁର କିନ୍ତୁ ଯଦି ତାହାକୁ ଆମେ ଖାଲି କବିତା ଆକାର ପଢ଼ିବା, ତେବେ ଲାଗିବ ଯେମିତି ଲାଲୋନ ଫକୀର ଆମ ସମୟର ପ୍ରବୀଣ ମରମି କବିଟିଏ । ଏହାର ମାଧୁର୍ଯ୍ୟକୁ ଅବିକଳ ରଖିବା ପାଇଁ ଅନୁବାଦ କରିବାରୁ କ୍ଷାନ୍ତ ରହୁଛି । ଆଶା ଆପଣଙ୍କୁ ବଙ୍ଗଳାଭାଷାର ଏଇ ଗୀତଟିକୁ ବୁଝିବାରେ ସେମିତି କଷ୍ଟ ହେବନାହିଁ  ।

No comments:

Post a Comment