ଲୟଙ୍ଗସ୍ଟଁ ହ୍ୟୁସ୍ଙ୍କର କବିତା ଗଣତନ୍ତ୍ର
ଅନୁବାଦ - ଅବିନାଶ ଦାସ ଚୌଧିୁରୀ
![]() |
ଲୟଙ୍ଗସ୍ଟଁ ହ୍ୟୁସ୍ (୧୯୦୨ - ୧୯୬୭) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଗଣତନ୍ତ୍ର ଆସିବନି
ନା ଆଜି, ନା ଏ ବର୍ଷ କେବେ ହେଲେ ନୁହେଁ,
ବୁଝାମଣା ଓ ଡର ଦ୍ୱାରା ।
ମୋର ସେତିକି ଅଧିକାର
ଯେତିକି ଅନ୍ୟର -
ଛିଡ଼ା ହବାକୁ
ମୋ ଦୁଇ ଗୋଡ଼ରେ
ଓ ଜମିକୁ ଅଙ୍ଗୀକାର କରିବାକୁ ।
ମୁଁ ଥକି ସାରିଲିଣି ଶୁଣି ଶୁଣି ଲୋକମୁଖରୁ
ଯେ, ସମୟକୁ ନିଜ ବାଟରେ ଚାଲିବାକୁ ଦିଅ ।
କାଲି ଏକ ନୂଆ ଦିବସ ।
ମୁଁ ମୃତ୍ୟୁ ପରେ ସ୍ୱାଧୀନତା ଲୋଡ଼େ ନାହିଁ ।
ମୁଁ କାଲିର ଭାତରେ ଆଜି ବଞ୍ଚି ପାରିବିନି ।
ସ୍ୱାଧୀନତା
ଏକ ଦୃଢ଼ ମଞ୍ଜି
ଯାହା ପୋତା ହୁଏ
ଏକ ବିଶାଳ ଅବଶ୍ୟକତାରେ ।
ମୁଁ,
ମଧ୍ୟ, ଏହିଠାରେ ରହେ ।
ମୋତେ ସ୍ୱାଧୀନତା ଦରକାର,
ଠିକ ତୁମ ଭଳି ।
No comments:
Post a Comment