Wednesday, May 09, 2018

ବିରି ଡାଲିର ଚଟଣି

ସରୋଜିନୀ ଚୌଧୁରୀ


ବିରି ଡାଲି (ୱିକିମିଡିଆ କମନ୍ସ୍)

ପ୍ରଣାଳୀ - ଅନେକ ସମୟରେ ବିରି ଡାଲି କରିବାକୁ ଯାଇ ଦେଖାଯାଏ ଯେ ଡାଲି  ମିଶୁ ନାହିଁ । ଫଳଫଳିଆ ବିରି ଡାଲି ଗୁଡ଼ାକ ଖାଇବାକୁ ମଧ୍ୟ ଦିଆ ଯ।ଇ ପାରେ ନାହିଁ; ସେ ସ୍ଥଳରେ କ'ଣ କରାଯିବ ? ଯୁଷଟା ସ୍ୱତନ୍ତ୍ର ରଖି ଡାଲିଗୁଡ଼଼ିକ ଛାଙ୍କି ଦେଇ ଶିଳରେ ବାଟିନିଅ । ବଟାଅଦା, ଲଙ୍କା, ଘିଅ, ଗୋଲମରିଚାଗୁଣ୍ଡା ଦେଇ ଓ ଅଳ୍ପ ଟିକେ ଲୁଣ ମିଶାଇ ଖାଇବାକୁ ଦେବ । ଗୋଲମରିଚ ବଦଳରେ ବଟା ପିଆଜ ଦେଇ ପାର । 

ଗୁଣାଗୁଣ - ବିରି ମଧୁର ରସ, ଶୀତଳ, ସ୍ନିଗ୍ଧ, ଗୁରୁପାକ, ରୁଚିକର, ବଳକାରକ, ପୁଷ୍ଟିଜନକ, ଶୁକ୍ରବର୍ଦ୍ଧକ, ସନ୍ତପର୍ଣ, ମଳଭେଦକ, ମୂତ୍ରକାରକ, ସ୍ତନ୍ୟବର୍ଦ୍ଧକ, ମେଦୋବର୍ଦ୍ଧକ, କଫ-ପିତ୍ତକାରକ, ରକ୍ତପିତ୍ତର ପ୍ରକୋପକ ଏବଂ ବାୟୁରୋଗ, ଅର୍ଶ, ଶୂଳ ଓ ବାତଜଶ୍ୱାସ ରୋଗରେ ହିତକର ।

ବିରିର ଯୁଷ ବଡ଼ ଉପକାରି । ସ୍ଥାନାନ୍ତରରେ ଏହାର ବିବରଣୀ ଦିଆଯିବ । 
ବି.ଦ୍ର. - ବିରି ଡାଲିର ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

No comments:

Post a Comment