Wednesday, May 23, 2018

ଉତ୍କଳ ଦୀପିକାରେ ଜନୈକ ମଧୁସୂଦନ ଦାସଙ୍କ ସମ୍ପର୍କରେ ପ୍ରକାଶିତ ଏକ ଖବର


୧୮୦୦ ମସିହାର ଆଖପାଖରେ କଲିକତାର ଏସ୍‌ପ୍ଲାନେଡ଼ ଅଞ୍ଚଳର ଚିତ୍ର (ୱିମିକିମିଡିଆ କମନ୍ସ୍)


କଟକର ଛୋଟ ଅଦାଲତର ଓକିଲ ରଘୁନାଥ ଦାସଙ୍କ ପୁତ୍ର ମଧୁସୂଦନ ଦାସ କଲିକତାକୁ ଯାଇ ସେଠାରେ ଖ୍ରୀଷ୍ଟିୟାନ ଧର୍ମ ଅବଲମ୍ବନ କରି ସେଠାରେ ଅନ୍ଧକାର କୁପରୁଁ ଉଦ୍ଧାର ପାଇ ଦୀପ୍ତମାନ ସ୍ୱର୍ଗରାଜ୍ୟରେ ଭ୍ରମଣ କରୁ ଅଛନ୍ତି । ସେଠାରୁ ବାଲେସର ସ୍କୁଲର ଚତୁର୍ଥ ମାଷ୍ଟରିରେ ନିଯୁକ୍ତ ହୋଇଯାନ୍ତି । ଏଥିପର ସେଠାକାର ରେଜଷ୍ଟରି ଏଲାକାରେ କେରାଣିଗିରିରେ ସେ ରହିଲେ । କିଛି ଟଙ୍କା ସରକାରୀ ତହବିଲରୁଁ ଖର୍ଚ୍ଚ କରିଥିବାରୁଁ ସେ ଏ କର୍ମରୁ ମାପୁଲ ହୋଇ କଲିକତା ପଳାଇଲେ । ଖ୍ରୀଷ୍ଟିୟାନ ଧର୍ମ ଅବଲମ୍ବନ କରିବା ମାତ୍ରକେ ସେହି ଧର୍ମସ୍ଥ ଏକ ସ୍ତ୍ରୀର ପାଣି ଗ୍ରହଣ କଲେ । ବୋଧହୁଏ ଏହି ଲୋଭରେ ଅନେକ ଖ୍ରୀଷ୍ଟିୟାନ ହେଉଅଛନ୍ତି ।

କିଂ କୁର୍ବନ୍ତି ନ କୁର୍ବନ୍ତି କାମିନୀ ବଶଗାନରାଂ
ଯତ୍ କାମିନ୍ୟ ପ୍ରସାଦେନ ନୃପତିର୍ଘୋଟକାୟତେ ।

ବି.ଦ୍ର. - ଏହି ପତ୍ରଟିର ବନାନ ଆଦି, ଯେପରି ମିଳିଅଛି, ସେହିପରି ଦିଆ ଯାଇଅଛି । ଏହି ଲେଖାଟି ଉତ୍କଳ ଦୀପିକାର ଅଗଷ୍ଟ ଏଗାର, ୧୮୬୬ ମସିହାର ସଂସ୍କରଣରେ ଛପାହୋଇଥିଲା । ଲେଖାଟି ସୃଜନିକା ସଂସ୍ଥାଙ୍କର ସୌଜନ୍ୟରୁ ମିଳିଅଛି । 

No comments:

Post a Comment