ଗୀତ - 'ରାଜା ଘରେ ଚାକିରି ଖଟି'
କବି - ବୈଷ୍ଣବ ପାଣି
![]() |
ଜର୍ମାନୀ ଦେଶର ବାମ୍ବର୍ଗ ସ୍ଥିତ କାଥିଡ୍ରାଲରେ ଲଙ୍ଗଳ ଉପରେ ପାଦର ଚିହ୍ନ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ରାଜା ଘରେ ଚାକିରି ଖଟି
ବରଷକେ ଜମା ଦି' ଦିନ ଛୁଟି ।
ପୋଡ଼ିଯାଉ ପୋଷାକ ପିନ୍ଧା
ସେ ଅମୂଲ ଧନ୍ଦା
ମୋଟା ଖଦୀ ସୁଖ ନ ମିଳେ ତହିଁରେ
ସବୁଦିନ ମନ ହୁଅଇ ଘାଣ୍ଟି ।
ଇସ୍ତଫା କରି ଦାଖଲ
ମୁହିଁ ମୋର ଲାଗିବି ମୂଲ,
ସେ ହୋଇବ ଭଲ ।
ବଇଷ୍ଣବ ଭାଷେ କରି ଚାଷବାସ
ଲଙ୍ଗଳରେ ମୋର ଚିରିବି ମାଟି।
ପୋଡ଼ିଯାଉରେ ଇଙ୍ଗିରାଜୀ ଅମଳ
ହରି ନେଇ ଗଲା ଦେଶୁଁ ଟଙ୍କା ସୁନା
ଦେହରୁ ହରିଲା ଆମର ବଳ ।
ପଇସାର ପାନ ପାଞ୍ଚଟା ଛଅଟା
ଟଙ୍କାରେ ଛ' ସେର ସେର ଅଧେ ଚାଉଳ ।
ବି. ଦ୍ର. - ଏହି ଗୀତଟି ଭାରତ ଜ୍ଞାନବିଜ୍ଞାନ ସମିତି, ଓଡ଼ିଶା, ଭୁବନେଶ୍ୱର ଛପାଇଥିବା ବହି 'ଆମ ଗୀତ ଆମ ମିତ' ବହିର ୨୦୧୫ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ଆନୀତ । ପୁସ୍ତକଟି ପ୍ରଥମେ ୨୦୦୮ ମସିହାରେ ଛପାଯାଇଥିଲା ।
No comments:
Post a Comment