Thursday, May 17, 2018

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୪

ସଙ୍କଳନ - ସ୍ନେହଲତା ଷଡଙ୍ଗୀ




୬୬ 

ଚଷା କି ଜାଣିବ ପଶାର କଥା ।
ଅର୍ଥ: ଗୋଟିଏ ବୃତ୍ତିର ଲୋକ ଅନ୍ୟ ବୃତ୍ତିରେ ଅଜ୍ଞ ରହିବା ।

୬୭ 

କାଚ କି ଦେବ କଞ୍ଚନର ମୂଲ୍ୟ ।
ଅର୍ଥ: ବହୁତ ଛୋଟ ଜିନିଷ ଠାରୁ ବହୁ ବଡ଼ କଥା ଆଶା କରିବା ।

୬୮

ଘାଆଟା କହିଥିଆ ହୋଇଯିବା ।
ଅର୍ଥ: ଯଦି କୌଣସି ବ୍ୟକ୍ତି ସହିତ କୌଣସି କାରଣରୁ ମନୋମାଳିନ୍ୟ ଘଟିଲା, ତେବେ ତାହାକୁ ଆଲୋଚନା କରି ସମାଧାନ କରି ନେବା, ନ ହେଲେ ସେ କଥାକୁ ଭୁଲିଯିବା ଉଚିତ । ନ ହେଲେ ସେହି କଥା ସବୁବେଳେ ତୁମ ହୃଦୟକୁ କଷ୍ଟ ଦେବ ।

୬୯

କାହିଁ ଆକାଶ କୟାଁ, କାହିଁ ଚିଲିକା ମାଛ ।
ଅର୍ଥ: ପରସ୍ପର ବିରୋଧୀ କାମକୁ ଏକାଠି କରିବାକୁ ଚେଷ୍ଟା କରିବା ବା କହିବା ।

୭୦

ତଳେ ଗଲେ ବାର ହାତ ।
ଅର୍ଥ : କୌଣସି ଅପ୍ରୀତିକର ପରିସ୍ଥିିତିକୁ ଏଡ଼େଇବା ପାଇଁ ସମୟ ଗଡ଼େଇବା ।

No comments:

Post a Comment