Saturday, May 19, 2018

ପାଲି ଧମ୍ମପଦ (୭୭) ର ଓଡ଼ିଆ  ପଦ୍ୟାନୁବାଦ

୨ ପଣ୍ଡିତୋବଗ୍ଗୋ (ପଣ୍ଡିତ ବର୍ଗ)


ଥାଇଲାଣ୍ଡର ବୌଦ୍ଧ ଭିକ୍ଷୁ (୨୦୦୯ ମସିହାର ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଉପଦେଶ ଦେବ, କରିବ ଅନୁଶାସନ,
ଅସଭ୍ୟ କାର୍ଯ୍ୟରୁ  କରିବ ଯେ ନିବାରଣ;
ସତ୍‌ପୁରୁଷମାନଙ୍କ ପ୍ରିୟ ସେ ଅଟନ୍ତି,
ଅସତ୍‌ଲୋକମାନଙ୍କ ଅପ୍ରିୟ ହୁଅନ୍ତି ।୨।  

ଓବଦେୟ୍ୟାନୁସାସେୟ୍ୟ ଅସବ୍ଭା ଚ ନିବାରୟେ ।
ସତଂ ହି ସୋ ପିୟୋ ହୋତି ଅସତଂ ହୋତି ଅପ୍ପିୟୋ ।୨।

ଅବବଦେତ୍ ଅନୁଶିଷ୍ୟାତ୍ ଅସଭ୍ୟାତ୍ ଚ ନିବାରୟେତ୍ ।
ସତାଂ ହି ସ ପ୍ରିୟୋ ଭବତି ଅସତାଂ‌ ଭବତି ଅପ୍ରିୟଃ ।୨।

No comments:

Post a Comment